Advertisment

ଭୋଟ୍ ପାଇଁ ରାଜକୋଷକୁ ଅପବ୍ୟବହାର କରିଥିଲା BJD; ବିଧାନସଭା ଉତ୍ତରରୁ ଖୋଲିଲା ପୋଲ୍...

ସରକାର ଆଉ 5Tର ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ୨୪୭ କୋଟି ଟଙ୍କା ବ୍ୟୟରେ ବାଣ୍ଟିଛନ୍ତି ଝୋଟ ବ୍ୟାଗ୍।

author-image
Sujit kumar Swain
ଅଦ୍ୟତନ ହୋଇଛି
Jute Bag Distribution

Jute Bag Distribution

ରାସନ କାର୍ଡ ହିତାଧିକାରୀଙ୍କୁ ନବୀନ ଓଡ଼ିଶା ଝୋଟ ବ୍ୟାଗ୍ ବଣ୍ଟାରେ କେତେ ଖର୍ଚ୍ଚ ହୋଇଛି ଜାଣନ୍ତି କି ? ଶୁଣିଲେ ଆଖି ଟେରା ହୋଇଯିବ। ବିଧାନସଭାରେ ଆଜି ମନ୍ତ୍ରୀ ରଖିଥିବା ଉତ୍ତର ଅନୁଯାୟୀ, ବ୍ୟାଗ୍ ବଣ୍ଟାରେ ଖର୍ଚ୍ଚ ହୋଇଛି ୨୪୭ କୋଟି । ଏହା ବାଦ୍ ପ୍ରତି ରାସନ କାର୍ଡ ହିତାଧିକାରୀ ପରିବାରକୁ ହଜାରେ ଲେଖାଏଁ ଆର୍ଥିକ ସହାୟାତା ବାବଦ ଖର୍ଚ୍ଚ ୯୫୯ କୋଟି ଟଙ୍କା। ନିର୍ବାଚନ ପୂର୍ବରୁ ରାଜ୍ୟ ରାଜକୋଷକୁ କାହିଁକି ଏମିତି ବ୍ୟବହାର କରିଥିଲା ବିଜେଡି, ତାର ତଦନ୍ତ ହେବ ବୋଲି କହିଛନ୍ତି ଯୋଗାଣ ମନ୍ତ୍ରୀ।

Advertisment

ଭୋଟ୍ ପାଇଁ ରାଜକୋଷକୁ କେମିତି ଅପବ୍ୟବହାର କରିଥିଲା ବିଜେଡି । ମାଗଣା ଚାଉଳରୁ ବିଜେଡିର ଶ୍ରେୟ କଟିବା ପରେ ଯୋଜନା ହାଇଜାକ୍ କରିବାକୁ କେମିତି ସରକାରୀ ଟଙ୍କାର ଅପଚୟ କରିଥିଲେ ନବୀନ ସରକାର। ନିର୍ବାଚନ ପୂର୍ବରୁ କେମିତି ଭୋଟରଙ୍କୁ ସରକାରୀ ତହବିଲରୁ ଦିଆଯାଇଥିଲା ଲାଞ୍ଚ। ତାର ପୋଲ୍ ଖୋଲିଛି ବିଧାନସଭାରେ -ଆମ ଓଡ଼ିଶା ନବୀନ ଓଡ଼ିଶା- ବ୍ୟାଗ ସଂପର୍କିତ ଉତ୍ତର। 

ସରକାର ଆଉ 5Tର ପ୍ରଚାର ପାଇଁ ରାଜ୍ୟ ରାଜକୋଷରୁ ୨୪୭ କୋଟି ଟଙ୍କା ବ୍ୟୟରେ ବାଣ୍ଟିଛନ୍ତି ଝୋଟ ବ୍ୟାଗ୍। ସେହିପରି ରାସନ ସାମଗ୍ରୀ ପାଇଁ ପ୍ରତି ରାସନ କାର୍ଡ ପରିବାର ପିଛା ହଜାରେ ଟଙ୍କା ଲେଖାଏଁ ସହାୟତା ବାବଦକୁ ବି ଖର୍ଚ୍ଚ ହୋଇଥିଲା ୯୫୯ କୋଟି। ଏଠି ପ୍ରଶ୍ନ ଭୋଟରଙ୍କୁ ପ୍ରଭାବିତ କରିବାକୁ ବଣ୍ଟା ଯାଇନଥିଲା ତ ଏହି ଟଙ୍କା ? ରାସନ କାର୍ଡ ହିତାଧିକାରୀଙ୍କୁ କଣ ଆବଶ୍ୟକତା ଥିଲା ଏହି ବ୍ୟାଗର ? କାହା ଆବଶ୍ୟକତାରେ ଆସିଲା ଏହି ବ୍ୟାଗ। ମନ୍ତ୍ରୀ କହିଛନ୍ତି ତଦନ୍ତ ହେବ।

Advertisment

ଗତ ଫେବ୍ରୁଆରୀ ମାସରେ କ୍ୟାବନେଟ୍ ଡାକି ଏହି ନିଷ୍ପତ୍ତି ନେଇଥିଲେ ସରକାର। ଏଥିପାଇଁ ୧ ହଜାର କୋଟି ବ୍ୟୟବରାଦ ମଧ୍ୟ ହୋଇଥିଲା। ସେତେବେଳେ ବି ବ୍ୟାଗକୁ ନେଇ ବହୁ ବିବାଦ ଉପୁଜିଥିଲା। କେନ୍ଦ୍ର ସରକାର ରାସନ ବାବଦକୁ ସମସ୍ତ ଖର୍ଚ୍ଚ ନିଜେ ବହନ କରିବା ପରେ ମାଗଣା ଚାଉଳରୁ କଟିଥିଲା ନବୀନଙ୍କ ଚେର। ତା ସତ୍ତ୍ୱେ ବି କେମିତି ମାଗଣା ଚାଉଳ ସହ ଯୋଡି ହୋଇ ରହିବ ନବୀନଙ୍କ ନାଁ, ସେ  ନେଇ ବିଜେଡି ଏଭଳି ଗେମ୍ ପ୍ଲାନ କରୁଥିବା ଅଭିଯୋଗ ହୋଇଥିଲା। 

ଏମିତି କି ଉକ୍ତ ବ୍ୟାଗରେ ଶଙ୍ଖ ଚିହ୍ନ ଥିବା ଆମ ଓଡିଶା ନବୀନ ଓଡିଶା ଲୋଗୋ ଏବଂ ଫାଇଭ୍ ଟି ଲୋଗୋ ମଧ୍ୟ ରହିଥିଲା। ଯାହାକୁ ନେଇ ବିବାଦ ସୃଷ୍ଟି ହେବା ସହିତ ଅନେକ ସ୍ଥାନରେ ବ୍ୟାଗ୍ ଗୁଡିକୁ ଜାଳି ଦେଇଥିଲେ ବିରୋଧୀ ନେତା ଓ କର୍ମୀ। ଆଉ ଏବେ ବ୍ୟାଗର ସ୍ଥିତି ନକହିଲେ ଭଲ । କଣ ପାଇଁ ଦେଇଥିଲେ ସରକାର ଆଉ ଲାଗୁଛି କେଉଁ କାମରେ। ବ୍ରହ୍ମପୁରରେ ରାସ୍ତାରେ ପଡିଥିବା ଅଳିଆକୁ ଫୋପାଡିବାକୁ ନବୀନ ଓଡ଼ିଶା ବ୍ୟାଗ ବ୍ୟବହାର କରୁଛନ୍ତି ଜଣେ ହିତାଧିକାର। ଆଉ କାହାର ଲୁଗା ବୁହା କାମରେ ଲାଗୁଛି ଏହି ବ୍ୟାଗ୍। 

ବଡ଼ କଥା ହେଲା ବଣ୍ଟା ଯାଇଥିବା ବ୍ୟାଗ୍ ବି ରାଜ୍ୟ ବାହାରର ଏକ ସଂସ୍ଥାଠାରୁ ଅଣାଯାଇଥିଲା। ତାକୁ ନେଇ ଅନେକ ଅଭିଯୋଗ ଉଠିଥିଲା। ଏବେ ସେ ସବୁର ତଦନ୍ତ ହେବ କି ନାହିଁ ତାଉପରେ ନଜର।

BJD BJP Politics Corruption
Advertisment
Advertisment