Controversy At Vaikunthdham Ashram: ଶିଶୁକୁ ବାବା କରି ପୂଜାରୁ ଉତ୍ତେଜନା; ଆଶ୍ରମରେ ପଶିଲେ କିଛି ଲୋକ, ଅଶ୍ରାବ୍ୟ ଭାଷାରେ କରୁଛନ୍ତି ଗାଳି ଗୁଲଜ 

ଖଣ୍ଡଗିରି ସ୍ଥିତ ଆଶ୍ରମ ଭିତରକୁ ପଶିଲେ କିଛି ଲୋକ । ଆଶ୍ରମ ସାମ୍ନାରେ ଉତ୍ତେଜନା ପରିସ୍ଥିତି । ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି କିଛି ଯୁବକ । 

Controversy At Vaikunthdham Ashram

ଛୋଟ ଶିଶୁକୁ କଳ୍କୀ ଅବତାର କହି ବାବା କରି ପୂଜା କରିବା ପ୍ରସଙ୍ଗ ନେଇ ଆସିଲା ବଡ଼ ଖବର । ଖଣ୍ଡଗିରି ସ୍ଥିତ ଆଶ୍ରମ ଭିତରକୁ ପଶିଲେ କିଛି ଲୋକ । ଆଶ୍ରମ ସାମ୍ନାରେ ଉତ୍ତେଜନାମୂଳକ ପରିସ୍ଥିତି । ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରୁଛନ୍ତି କିଛି ଯୁବକ । ଏଯାବତ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚିନି ।

ତେବେ ଏହି ଘଟଣାରେ ନିଜଆଡ଼ୁ ମାମଲା ରୁଜୁ କରିଛି ଶିଶୁ ଆୟୋଗ । ମାମଲା ରୁଜୁ ସହ ଭରତପୁର ଥାନାକୁ ରିପୋର୍ଟ ତଲବ କରିଛନ୍ତି ଶିଶୁ ଆୟୋଗ । ଏହା ସହ ୧୫ ଦିନ ମଧ୍ୟରେ ରିପୋର୍ଟ ଦାଖଲ ପାଇଁ ଶିଶୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ଏମିତିକି ଘଟଣାର ତଦନ୍ତ କରିବାକୁ CWCକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି । 

ଅଧିକ ପଢ଼ନ୍ତୁ: ବିଜେପି ଅନାସ୍ଥା ଅସ୍ତ୍ରରେ ପୁଣି ଚିତପଟାଙ୍ଗ ବିଜେଡି, ହାତରୁ ଗଲା ଢେଙ୍କାନାଳ ସଦର ବ୍ଲକ

କଳ୍କୀଙ୍କ ଅବତାର ଦର୍ଶାଇ ନାବାଳକର ପାଦ ତଳେ ତୁଳସୀ ଥିବା ଭାଇରାଲ ଫଟୋକୁ ନେଇ ତେଜିଛି ବିବାଦ । ଭୁବନେଶ୍ବର ଭରତପୁର ଥାନାରେ ଏତଲା ପରେ କାଲି ପିଲାଟି ରହୁଥିବା ଖଣ୍ଡଗିରି ଅଞ୍ଚଳର ଆଶ୍ରମ ଆଗରେ ହୋଇଥିଲା ହଲ୍ଲାପଟା । ଆଶ୍ରମ ସଭାପତି ଫଟୋଟି ୧୦ ବର୍ଷ ତଳର ବୋଲି କହିବା ସହ ରଖିଥିଲେ ଅଜବ ଯୁକ୍ତି । ତେଣେ ରାଜ୍ୟ ସମାଜସେବୀ ମହାସଂଘର ଅଭିଯୋଗ ପରେ ପୋଲିସ୍ ପହଞ୍ଚି ଚଳାଇଥିଲା ତନାଘନା ।

ଏମିତିକି ସୋସିଆଲ୍ ମିଡିଆରେ ବେଶ୍ କିଛି ଦିନ ଜଣେ ନାବାଳକର ପାଦ ତଳେ ତୁଳସୀ ଥିବା ଫଟୋ ଭାଇରାଲ୍ ହେବାରେ ଲାଗିଛି । ଯାହାକୁ ନେଇ ତେଜିଛି ବିବାଦ । ଏଣେ ଗତକାଲି ଦିନ ତମାମ ବି ନାବାଳକ ବାବା ରହୁଥିବା ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳର ବୈକୁଣ୍ଠଧାମ ଆଶ୍ରମ ଆଗରେ ଲାଗି ରହିଥିଲା ତୁ ତୁ ମେ ମେ ଓ କଥା କଟାକଟି ।

ତେବେ ଏଠି ପ୍ରଶ୍ନ ଫଟୋରେ ଥିବା ନାବାଳକ କିଏ ? ତାଙ୍କ ପାଦ ତଳେ ତୁଳସୀ କିଏ ରଖିଲା ? ତାଙ୍କ ପରିବାର ଲୋକେ ନା ଅନୁଗାମୀ ? ଏଥିସହ ତାଙ୍କୁ କଳକୀ ଅବତାର ଭାବେ ଚିତ୍ରଣ କରୁଛି କିଏ ? ଏସବୁ ମାଳ ମାଳ ପ୍ରଶ୍ନ ଭିତରେ ସମାଜସେବୀ ମହାସଂଘର ଏତଲା  ଅନୁସାରେ- ଉକ୍ତ ନାବାଳକ ଜଣକ, ବୈକୁଣ୍ଠଧାମ ଆଶ୍ରମରେ ରହୁଥିବା କାଶୀନାଥ ମିଶ୍ର ନାମକ ଭାଷ୍ୟକାରଙ୍କ ପୁଅ । ଏବେ ରାଜଧାନୀର ପଟିଆସ୍ଥିତ ଏକ ଘରୋଇ କଲେଜର ଛାତ୍ର । ଯଦିଓ ଫଟୋକୁ ନେଇ ନାବାଳକ କି ତାଙ୍କ ବାପା କାଶୀନାଥଙ୍କ ପ୍ରତିକ୍ରିୟା ମିଳିନି, ତେବେ ବୈକୁଣ୍ଠଧାମ ଆଶ୍ରମ ସଭାପତିଙ୍କ ଯୁକ୍ତି- ମାଳିକା କଥା ଅନୁସାରେ ଫଟୋରେ ଥିବା ନାବାଳକ କଳକୀଙ୍କ ଅବତାର । ସେ ଯାଜପୁରରେ ଜନ୍ମ ହୋଇଥିବାବେଳେ ଗୁପ୍ତ ଖଣ୍ଡଗିରିରେ ବାସ କରୁଛନ୍ତି । ଯେଉଁ ଫଟୋକୁ ନେଇ ବିବାଦ ହେଉଛି, ତାହା ବି ତାଙ୍କର । ତେବେ ତାଙ୍କ ପାଦରେ ଯେଉଁ ତୁଳସୀ ରଖାଯାଇଛି, ତାହା ୧୦ ବର୍ଷ ତଳର । ଏବେ ଆଉ ପାଦରେ ନୁହେଁ ବରଂ ବାବାଙ୍କ ମୁଣ୍ଡରେ ତୁଳସୀ ଲାଗି କରାଯାଉଛି ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ କେତେ ହାତୀ ? ୪୮ ବନଖଣ୍ଡରେ ଚାଲିଛି ଗଣନା

ଅନ୍ୟପଟେ ସ୍ଥାନୀୟ ଲୋକେ ଆଶ୍ରମ ସଭାପତିଙ୍କୁ ଗତକାଲି ଘେରିବା ସହ- ଧର୍ମ ନାଁରେ ସେ ଲୋକଙ୍କୁ ମିଛ ଗପ ଶୁଣାଇ ଭୟଭୀତ କରାଉଥିବା ଅଭିଯୋଗ ଆଣିଛନ୍ତି । ଏମିତିକି ସେ ପିଲାଟି କେଟିଏମ୍ ବାଇକ୍ ଧରି ବୁଲିବା ସହ ଜିନ୍ସ ପ୍ୟାଣ୍ଟ ପିନ୍ଧି କଲେଜ ଯାଉଥିବା ଦେଖିଛନ୍ତି । ଯାହାର ପ୍ରମାଣ ସ୍ବରୂପ ଆଶ୍ରମ ପରିସରରେ ଏକ କେଟିଏମ୍ ବାଇକ୍ ଘୋଡ଼ାଯାଇ ରଖାଯାଇଥିବା ଦେଖିବାକୁ ମିଳିଛି । ତେଣୁ ବାବାଙ୍କ ନାଁରେ ଭାଣ୍ଡାମୀର ପର୍ଦ୍ଦାଫାସ୍ ହେଉ ବୋଲି ସେମାନେ ଦାବି କରିଛନ୍ତି ।