Special Story: ନିଆଁ ଲଗାଇଛି ସ୍ମାର୍ଟ ମିଟର, ରାଜରାସ୍ତାରେ ଉପଭୋକ୍ତା

ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ଓ ସ୍ମାର୍ଟ ମିଟର ଯୋଗାଣକାରୀ ସଂସ୍ଥା ସ୍ୱାର୍ଥରେ ରାଜ୍ୟ ସରକାର ସ୍ମାର୍ଟ ମିଟର ବସାଇବା ପାଇଁ ନେଇଥିବା ନିଷ୍ପତ୍ତି ଜନବିରୋଧୀ ବୋଲି ଅଭିଯୋଗ କରିଛି ବିଦ୍ୟୁତ ଉପଭୋକ୍ତା ସଂଘ ।

ବିପି ବଢ଼ାଇଛି ସ୍ମାର୍ଟ ମିଟର !

ପୁଣି ଜଳିଲାଣି ସ୍ମାର୍ଟ ମିଟର ନିଆଁ । ଜାଗା ଜାଗାରେ ତେଜିଲାଣି ଜନ ଅସନ୍ତୋଷ । ରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କଲେଣି ଉପଭୋକ୍ତା । ପ୍ରଥମେ ବାଧ୍ୟ କରାଯାଇ ସ୍ମାର୍ଟ ମିଟର ଲଗାଯାଉଛି । ଆଉ ଲାଗିଗଲା ପରେ ଦେଢ଼ଗୁଣା ବଢ଼ିଯାଉଛି ବିଜୁଳି ବିଲ୍ । ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଆସୁଛି ଏମିତି ଅନେକ ଅଭିଯୋଗ । ଯାହାକୁ ନେଇ ରାଜ୍ୟରେ ବିଭିନ୍ନ ସ୍ଥାନରେ ଉପଭୋକ୍ତାମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ବିଦ୍ୟୁତ ବିତରଣ କମ୍ପାନୀ ଟାଟା ପାୱାର ଓ ସ୍ମାର୍ଟ ମିଟର ଯୋଗାଣକାରୀ ସଂସ୍ଥା ସ୍ୱାର୍ଥରେ ରାଜ୍ୟ ସରକାର ସ୍ମାର୍ଟ ମିଟର ବସାଇବା ପାଇଁ ନେଇଥିବା ନିଷ୍ପତ୍ତି ଜନବିରୋଧୀ ବୋଲି ଅଭିଯୋଗ କରିଛି ବିଦ୍ୟୁତ ଉପଭୋକ୍ତା ସଂଘ ।

ଖାଲି ଅନୁଗୁଳ ନୁହେଁ, ରାଜ୍ୟ ସାରା ବିଜୁଳି ଉପଭୋକ୍ତାଙ୍କ ଅସନ୍ତୋଷ ତେଜୁଥିବାବେଳେ ସାଲେପୁରରେ ମଧ୍ୟ ସମାନ ଅବସ୍ଥା । ଏନେଇ ସାଲେପୁର ଉପଭୋକ୍ତା ସିଧାଯାଇ ପହଞ୍ଚିଲେ ଟାଟା ପାୱାର ଅଫିସରେ । ସ୍ମାର୍ଟ ମିଟର ଲଗାଇବା ବନ୍ଦ କର, ନ ହେଲେ ଆନ୍ଦୋଳନ ତୀବ୍ର ହେବ ବୋଲି ସିଧା ସିଧା ଶୁଣାଇଦେଲେ । ସେଠାରେ ଉତ୍ତ୍ୟକ୍ତ ବିଦ୍ୟୁତ ଉପଭୋକ୍ତାଙ୍କୁ ବୁଝାଇଛନ୍ତି ଟାଟା ପାୱାର ଅଧିକାରୀ । ଆଉ ସ୍ମାର୍ଟ ମିଟର ଲାଗିବ ନାହିଁ କିମ୍ବା ଏଥିପାଇଁ ଫାଇନ୍ ନିଆଯିବ ନାହିଁ ବୋଲି ସେ କହିଛନ୍ତି ।

ସାରା ରାଜ୍ୟରେ ବିଦ୍ୟୁତ ବିତରଣ କମ୍ପାନୀ ବିରୋଧରେ ଉପଭୋକ୍ତାଙ୍କ ମଧ୍ୟରେ ତେଜୁଥିବା ଅସନ୍ତୋଷ ନେଇ ଟାଟା ପାୱାର ପକ୍ଷରୁ ପ୍ରେସ୍ ରିଲିଜ ମାଧ୍ୟମରେ କୁହାଯାଇଛି ଯେ ବର୍ତ୍ତମାନ ପାଇଁ ସ୍ମାର୍ଟ ମିଟର ବସାଯିବ ନାହିଁ।

ଅଧିକ ପଢ଼ନ୍ତୁ: ଘୋଷଣା ହେଲା ମେଡାଲ; ୨ ପୁଲିସ ପାଇବେ ରାଷ୍ଟ୍ରପତି ପୁରସ୍କାର