Advertisment

ପୁରୀ ବେଳାଭୂମିରେ ପ୍ଲଟିଂ; ଖଣ୍ଡ ଖଣ୍ଡ କରି ବିକ୍ରି କରିବାକୁ ଚାଲିଛି ଯୋଜନା...

ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗାକୁ ଚିହ୍ନଟ ପାଇଁ ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି। ଏଭଳି ବେଆଇନ୍ କାର୍ଯ୍ୟକଳାପ ଦେଖିବାକୁ ମିଳିଛି ପୁରୀ ବେଳାମାର୍ଗ ଷ୍ଟର୍ଲିନ୍ ଛକ ନିକଟରେ।

ଅଦ୍ୟତନ ହୋଇଛି
Puri Sea Beach Land Plotting

Puri Seabeach

Advertisment

ପୁରୀ ବେଳାଭୂମିରେ ପ୍ଲଟିଂ। ଖଣ୍ଡ ଖଣ୍ଡ କରି ବେଳାଭୂମିକୁ ବିକ୍ରି କରିବାକୁ ଚାଲିଛି ଯୋଜନା। ବେଳାଭୂମି ବାଲି ଉପରେ ପ୍ଲଟିଂ ହୋଇଥିବା ଜାଗାକୁ ଚିହ୍ନଟ ପାଇଁ ପୋତା ହୋଇଛି ଶହ ଶହ ହଳଦିଆ ଖୁଣ୍ଟି। ଏଭଳି ବେଆଇନ୍ କାର୍ଯ୍ୟକଳାପ ଦେଖିବାକୁ ମିଳିଛି ପୁରୀ ବେଳାମାର୍ଗ ଷ୍ଟର୍ଲିନ୍ ଛକ ନିକଟରେ। ଏହା ପଛରେ ବଡ଼ ବଡ଼ ଜମି ମାଫିଆଙ୍କ ହାତ ଥିବା ସୂଚନା ମିଳିଛି। 

Advertisment

ସୁଚିନ୍ତିତ ଭାବେ ଜମି ମାଫିଆମାନେ ବେଳାଭୂମିର ଜାଗାକୁ ବିକ୍ରି ପାଇଁ ବାହାର ରାଜ୍ୟର ଗ୍ରାହକ ଯୋଗାଡ଼ କରିଥିବା ସୂଚନା ମିଳିଛି । ସିଆରଜେଡ୍ ନିୟମର ଏହା ଖୋଲା ଉଲ୍ଲଂଘନ ଓ ଦଣ୍ଡନୀୟ ଅପରାଧ। ଅପରପକ୍ଷରେ ପୁରୀ-କୋଣାର୍କ ଉନ୍ନୟନ କର୍ତ୍ତୃପକ୍ଷ ଏ ସଂପର୍କରେ ଜାଣିବା ପରେ ଏହା ବିରୋଧରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ବି ଆରମ୍ଭ ହୋଇସାରିଛି।

ପଢନ୍ତୁ ଏହି ଖବର: ମାତିଛନ୍ତି ମାଫିଆ; ଚୌଦ୍ବାର ଅଞ୍ଚଳରେ ମାଡି ବସିଛନ୍ତି ଏକର ଏକର ଜମି...

Advertisment

୪ ଭାଗରେ ବିଭକ୍ତ ସିଆରଜେଡ୍ ଭିତରୁ ସମୁଦ୍ର ଜଳରାଶିକୁ ଲାଗି ରହିଥିବା କୂଳବର୍ତ୍ତୀ ଅଞ୍ଚଳ ସିଆରଡେଜ୍ -୧ ଓ ସିଆରଜେଡ୍ -୨ରେ ଆସୁଛି। ସିଆରଜେଡ୍ ଆଇନ ଅଧୀନ ପରିବେଶ ଆଇନ-୧୯୮୬ର ସେକ୍ସନ୍ -୩ ଆଧାରରେ ଏଠାରେ ଖନନ ଓ ନିର୍ମାଣ ଦଣ୍ଡନୀୟ ଅପରାଧ। କଂକ୍ରିଟ୍ ନିର୍ମାଣ କୌଣସି ପରିସ୍ଥିତିରେ ହୋଇପାରିବନାହିଁ । କିନ୍ତୁ ସିଆରଜେଡ୍ ନିୟମର ଖୋଲା ଉଲ୍ଲଂଘନ କରି ଷ୍ଟର୍ଲିନ୍ ଛକ ବୁଲାଣି ନିକଟରେ ସମୁଦ୍ରକୁ ଲାଗି ବେଳାଭୂମି ଉପରେ କରାଯାଇଛି ପ୍ଲଟିଂ। ଯେଉଁଠି ସମୁଦ୍ର ଜଳରାଶି ବି ଆସି ମାଡ଼ ହେଉଛି।

ତେବେ ଘଟଣା ସଂପର୍କରେ ଜିଲ୍ଲାପାଳ କହିଛନ୍ତି ଘଟଣାର ତଦନ୍ତ ଚାଲିଛି । ସେଟେଲମେଣ୍ଟ ବେଳେ ବେଳାଭୂମିର କିଛି ଅଂଶ ସ୍ଥିତିବାନ ଜମି ଭାବେ ଲୋକଙ୍କୁ ମିଳିଛି । ସେହି ଜମିରେ ଚାଲିଛି ନିର୍ମାଣ କାମ । କେମିତି ବେଳାଭୂମିରେ ସ୍ଥିତିବାନ ଜମି ମିଳିଲା ତାହାର ତଦନ୍ତ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

Advertisment

ପଢନ୍ତୁ ଏହି ଖବର: ଅବସରପ୍ରାପ୍ତ IPSଙ୍କ ମୁହଁରେ ସରକାରୀ ଜମି କେଳେଙ୍କାରୀ କାହାଣୀ

Sea Beach Puri Sea Beach
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ