Advertisment

ଅବସରପ୍ରାପ୍ତ IPSଙ୍କ ମୁହଁରେ ସରକାରୀ ଜମି କେଳେଙ୍କାରୀ କାହାଣୀ

କେମିତି ଚାଲିଛି ସରକାରୀ ଜମି କିଣା ବିକା କହିଲେ IPS ଅଧିକାରୀ । ୨୦୧୧ରେ ଜମି କଣି କେମିତି ଠକାମିରେ ପଡ଼ିଥିଲେ କହିଲେ ନାଗେଶ୍ୱର ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Retired IPS Officer M. Nageswara Rao On Mining Scams

Government Land Scam

ରାଜଧାନୀରେ ସରକାରୀ ଜମି ବିକ୍ରି ଗୋଲକ ଧନ୍ଦା ଉପରୁ ପରଦା ହଟାଇଲେ ଅବସରପ୍ରାପ୍ତ IPS ଅଧିକାରୀ ଏମ୍. ନାଗେଶ୍ୱର ରାଓ । ୨୦୧୧ ମସିହାରେ ସେ କିଭଳି ଭୁବନେଶ୍ୱରରେ ଜମି କିଣି ଠକାମିରେ ପଡ଼ିଥିଲେ ତାହା ଗୋଟି ଗୋଟି କରି ବଖାଣିଛନ୍ତି । ନୃସିଂହ ପ୍ରସାଦ ସୁନ୍ଦରରାୟ ଓରଫ ବାବିନୋ ନାମକ ଜଣେ ବ୍ୟକ୍ତି କେମିତି ତାଙ୍କୁ ସରକାରୀ ଜମି ବିକ୍ରିର ଗୋଲକ ଧନ୍ଦାରେ ଫସାଇ ଦେଲା ସେନେଇ କହିଛନ୍ତି ଏମ୍. ନାଗେଶ୍ୱର ରାଓ ।

Advertisment

ପାତ୍ରପଡ଼ା ନିକଟରେ ଥିବା ଜମି ବାବଦରେ କିଛି IAS ଓ IPS ଅଧିକାରୀ ତାଙ୍କୁ ସୂଚନା ଦେଇଥିଲେ । ସେହିମାନେ ହିଁ ଜମି କିଣିବା ପାଇଁ ପ୍ରବର୍ତ୍ତାଇବା ସହ ବାବିନୋ ସାଙ୍ଗରେ ଯୋଗାଯୋଗ କରାଇଥିଲେ । ତେବେ ୪ ହଜାର ବର୍ଗଫୁଟ ଜମି ୯ ଲକ୍ଷ ୫୦ ହଜାର ଟଙ୍କା ଦେଇ କିଣିବା ପରେ ଏହା ମ୍ୟୁଟେସନ ହୋଇପାରିନଥିଲା । ଏନେଇ ତହସିଲଦାରଙ୍କ ସହ କଥା ହେବାରୁ ଜଣାପଡ଼ିଲା ଯେ ଏହା ସରକାରୀ ଜମି । ଠକାମିରେ ପଡ଼ିଥିବା ଜାଣି ସେ ଭୁବନେଶ୍ୱର EOWରେ ୨୦୧୫ରେ ଏତଲା ଦେଇଥିଲେ ।

ପଢନ୍ତୁ ଏହି ଖବର: ଖଣି ଲୁଟେରା ଯିବେ ଝାରପଡ଼ା ଜେଲ୍; ଆକ୍ସନ ମୋଡ୍‌ରେ ମୁଖ୍ୟମନ୍ତ୍ରୀ

Advertisment

ତେବେ ତାଙ୍କ ଏତଲା ଗ୍ରହଣ କରାଯାଇଥିଲେ ବି ମାମଲା ପଞ୍ଜିକରଣ କରାଯାଇନଥିଲା । ସେତେବେଳେ ସଂଜୀବ ମାରିକ ପୋଲିସ ଡିଜି ଥିଲେ ବୋଲି କହିଛନ୍ତି ନାଗେଶ୍ୱର । ତେବେ EOWରୁ ନ୍ୟାୟ ନମିଳିବାରୁ କୋର୍ଟରେ ମାମଲା କରିଥିଲେ । ପରେ ୨୦୧୭ରେ ଖଣ୍ଡଗିରି ସବରେଜିଷ୍ଟ୍ରି ଅଫିସରେ ସେଲ ଡିଡ୍ ରଦ୍ଦ ପାଇଁ ଆବେଦନ କରିବା ପରେ ମୋତେ ଟଙ୍କା ଫେରସ୍ତ ମିଳିଥିଲା ବୋଲି କହିଛନ୍ତି ପୂର୍ବତନ IPS ଏମ.ନାଗେଶ୍ୱର ରାଓ ।

ସରକାରୀ ଜମି ବିକ୍ରି ରାକେଟ ପଛରେ ଏକ ବଡ଼ ରାକେଟ କାମ କରୁଛି । ଏଥିରେ IPS, IAS ଓ କିଛି ପୋଲିସ ଅଧିକାରୀ ସଂପୃକ୍ତ ଥିବା ସେ ଖୋଲା ଅଭିଯୋଗ ଆଣିଛନ୍ତି । ନିଜେ ଜଣେ IPS ଅଧିକାରୀ ହୋଇ ସେ ନ୍ୟାୟ ପାଇନଥିବା କହିବା ସହ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏମିତିକି ମାମଲା ରୁଜୁ କରିନଥିବା ତତ୍କାଳୀନ EOW ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଏମ. ନାଗେଶ୍ୱର ରାଓ । କିଛି ଦିନ ତଳେ ସୂଚନା ଅଧିକାର ଅଭିଯାନ ପକ୍ଷରୁ ସରକାରୀ ଜମି ଗୋଲକ ଧନ୍ଦା ନେଇ ଖବର ଉଜାଗର କରାଯାଇଥିଲା ।

Mining Scam
Advertisment
Advertisment