/odishatv-khabar/media/post_attachments/uploadimage/library/16_9/16_9_0/IMAGE_1721918743.jpg)
Baijayant Panda
ମୋଦି ସରକାର ସବକା ସାଥ୍, ସବକା ବିକାଶ ନୀତିକୁ ପ୍ରତିପାଦିତ କରି ପ୍ରତ୍ୟେକ ଭାରତୀୟଙ୍କ ସମ୍ମାନ ଏବଂ କଲ୍ୟାଣକୁ ସୁନିଶ୍ଚିତ କରିଛନ୍ତି । ମିଳିତ ଭାବେ ଆମେ ଏକ ବିକାଶ ଏବଂ ଆତ୍ମନିର୍ଭର ଭାରତ ଆଡ଼କୁ ଅଗ୍ରସର ହେଉଛୁ । ଆଜି ସଂସଦର ବଜେଟ୍ ଚର୍ଚ୍ଚାରେ ସାମିଲ୍ ହୋଇ ଏହା କହିଛନ୍ତି, କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । କହିଛନ୍ତି, କୋଭିଡ୍ ସ୍ଥିତି ସତ୍ତ୍ବେ ସୁଦୃଢ଼ ହୋଇଛି ଭାରତର ଅର୍ଥନୀତି । କମିଛି ଭାରତର ବିତ୍ତୀୟ ନିଅଣ୍ଟ ।
Advertisment
ପୂର୍ବ ୟୁପିଏ ସରକାରଙ୍କୁ ଟାର୍ଗେଟ କରିବା ସହ ସାଂସଦ ବୈଜୟନ୍ତ ପଣ୍ଡା ଆହୁରି କହିଛନ୍ତି ଯେ, ୟୁପିଏ ସମୟରେ ବଜେଟରେ ଓଡ଼ିଶାକୁ ଉପେକ୍ଷା କରାଯାଉଥିଲା । ୟୁପିଏ ସମୟରେ ବଜେଟରେ ରେଳ ଅନୁଦାନ ହ୍ରାସ ପାଇଥିଲା । ବର୍ତ୍ତମାନ ଭାରତର ଘରେ ଘରେ ପହଞ୍ଚୁଛି ନଳ ଯୋଗେ ଜଳ । ପୂର୍ବ ଓ ଉତ୍ତରପୂର୍ବ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଫୋକସରେ ବୋଲି କହିଛନ୍ତି ବୈଜୟନ୍ତ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)