Advertisment

Saraswati Puja: ଦୂର ହେଲା ଦ୍ୱନ୍ଦ୍ୱ; ପଣ୍ଡିତ କହିଲେ ଏହି ଦିନ ପାଳନ ହେବ ସରସ୍ୱତୀ ପୂଜା

ଫେବ୍ରୁଆରୀ ୨ ତାରିଖରେ ସରସ୍ୱତୀ ପୂଜା ପାଳିତ ହେବ। ସେହି ଦିନ ରଥ କାଠ ଅନୁକୂଳ କରାଯିବ ବୋଲି ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି।

author-image
Tapaswini Nayak
ଅଦ୍ୟତନ ହୋଇଛି
Saraswati Puja

Saraswati Puja

କେଉଁଦିନ ପାଳନ ହେବ ସରସ୍ୱତୀ ପୂଜା, ତାକୁ ନେଇ ଉପୁଜିଥିଲା ଦ୍ୱନ୍ଦ୍ୱ। ସେହି ଦ୍ୱନ୍ଦ୍ୱରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ୨ତାରିଖରେ ସରସ୍ୱତୀ ପୂଜା ପାଳନ ହେବ ବୋଲି ମତ ରଖିଛନ୍ତି ଜଗନ୍ନାଥ ସଂସ୍କୃତି ଗବେଷକ ଓ ଶ୍ରୀମନ୍ଦିର ନୀତି ପ୍ରଶାସକ।

Advertisment

ଶ୍ରୀମନ୍ଦିର ନୀତି ପ୍ରଶାସକ କହିଛନ୍ତି, ଫେବ୍ରୁଆରୀ ୨ ତାରିଖରେ ସରସ୍ୱତୀ ପୂଜା ପାଳିତ ହେବ। ସେହି ଦିନ ରଥ କାଠ ଅନୁକୂଳ କରାଯିବ ବୋଲି ସେ କହିଛନ୍ତି।

ଜଗନ୍ନାଥ ସଂସ୍କୃତି ଗବେଷକ ପଣ୍ଡିତ ନରେଶ ଦାଶ କହିଛନ୍ତି, ୨ ତାରିଖରେ ସରସ୍ୱତୀ ପୂଜା ପାଳନ ହେବ। ଏଥିରେ କୌଣସି ଦୁଇ ମତ ନାହିଁ। ଶାସ୍ତ୍ରର କହିବା ଅନୁସାରେ“ଉଦୟା ବ୍ୟାପିନି, ପୂର୍ବାହ୍ଣ କାଳ ଏବ କର୍ମ କାଳ”। ଅର୍ଥାତ ସରସ୍ୱତୀ ପୂଜା ପୂର୍ବାହ୍ଣ କାଳରେ କରିବା ଆବଶ୍ୟକ। ୨ ତାରିଖ ଦିନ ଚତୁର୍ଥୀ ତିଥି ସକାଳ ୯ଟା ୨୩ ମିନିଟ୍ ପର୍ଯ୍ୟନ୍ତ ରହୁଛି, ତା’ପରେ ପଞ୍ଚମୀ ତିଥି ଆସୁଛି। ଏଥିପାଇଁ ପୂର୍ବାହ୍ଣ ସମୟରେ ମା’ ସରସ୍ୱତୀଙ୍କୁ ପୂଜା କରିବାର ପ୍ରକୃଷ୍ଠ ସମୟ। ଏହି ଦିନ ମା’ ସରସ୍ୱତୀଙ୍କୁ ପୂଜା କରାଗଲେ ସିଦ୍ଧି ପ୍ରାପ୍ତିର ସମ୍ଭାବନା ରହିଛି।

Advertisment

 ସେ ଆହୁରି କହିଛନ୍ତି, ୩ ତାରିଖରେ ୧ଦଣ୍ଡ ୧୮ ଲିତା ଅଥାର୍ତ  ୬ଟା ୫୬ ମିନିଟ ପର୍ଯ୍ୟନ୍ତ ରହୁଛି  ଶ୍ରୀ ପଞ୍ଚମୀ। ତା’ପରେ ଷଷ୍ଠୀ ତିଥି ଆସୁଛି। ମାଘ ମାସରେ ପଞ୍ଚମୀ ତିଥିରେ ସରସ୍ୱତୀ ପୂଜା କରିବା ବିଧି ରହିଛି। ତାହାହେଲେ ୩ ତାରିଖରେ କିପରି ପୂଜା ହେବ? 

କେଉଁଦିନ ସରସ୍ୱତୀ ପୂଜା ପାଳନ ହେବ, ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା।  କେତେକ ପାଞ୍ଜି ୨ ତାରିଖରେ ପଞ୍ଚମୀ ପଡୁଥିବା ଲେଖି ଯାଇଥିବାବେଳେ ଆଉ କେତେକ ପାଞ୍ଜି ୩ ତାରିଖ ସୋମବାର ସକାଳକୁ ପଞ୍ଚମୀ ଥିବାରୁ ସେଦିନ ସରସ୍ୱତୀ ପୂଜା ହେବ ବୋଲି ଉଲ୍ଲେଖ ଥିଲା। ଯାହାକୁ ନେଇ ଦ୍ୱନ୍ଦ୍ୱ ଉପୁଜିଥିଲା । ଶେଷରେ ସେହି ଦ୍ୱନ୍ଦ୍ୱ ଦୂର ହୋଇଛି।

ଅଧିକ ପଢ଼ନ୍ତୁ: ଝିଅ ହୋଇ ଦେବୀ ସରସ୍ୱତୀ କାହିଁକି ବ୍ରହ୍ମାଙ୍କୁ କଲେ ବିବାହ

Puri Saraswati Puja
Advertisment
Advertisment