Advertisment

Saraswati Puja 2024: ହଂସ କାହିଁକି ସରସ୍ୱତୀଙ୍କ ବାହନ; ସମାଜକୁ କି ବାର୍ତ୍ତାଦିଏ ଏହି ପକ୍ଷୀ

ଯେପରି ପ୍ରଭୁ ଶଙ୍କରଙ୍କ ବାହନ ନନ୍ଦୀ, ବିଷ୍ଣୁଙ୍କ ଗରୁଡ, କାର୍ତ୍ତିକେୟଙ୍କ ମୟୂର, ଦୁର୍ଗାଙ୍କ ସିଂହ ଏବଂ ଶ୍ରୀଗଣେଶଙ୍କ ବାହନ ମୂଷା, ସେହିପରି ସରସ୍ୱତୀଙ୍କ ବାହନ ହେଉଛି ହଂସ। ତେବେ ଦେବୀ ସରସ୍ୱତୀଙ୍କ ବାହନ ଭାବେ ହଂସକୁ କାହିଁକି ନିଆଯାଏ ଆସନ୍ତୁ ଜାଣିବା।

author-image
Pramod Behera
ଅଦ୍ୟତନ ହୋଇଛି
Why is swan the vehicle of goddess saraswati

Why is swan the vehicle of goddess saraswati

ସନାତନ ଧର୍ମରେ ଦେବୀ ସରସ୍ୱତୀଙ୍କୁ ଜ୍ଞାନର ଦେବୀ ଭାବରେ ପୂଜା କରାଯାଏ। ବସନ୍ତ ପଞ୍ଚମୀକୁ ମା’ ସରସ୍ୱତୀଙ୍କ ଉଦ୍ଦେଶ୍ୟରେ ସମର୍ପିତ ବୋଲି ବିବେଚନା କରାଯାଏ, ଏହି ବସନ୍ତ ପଞ୍ଚମୀକୁ ଏକ ଶୁଭ ଦିନ ଭାବରେ ମଧ୍ୟ ଦେଖାଯାଏ। ଭକ୍ତମାନେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବା ନେଇ ଏହି ପବିତ୍ର ଦିନରେ ଜ୍ଞାନର ଦେବୀ ସରସ୍ୱତୀଙ୍କୁ ପୂଜା କରିଥାନ୍ତି।

Advertisment

ଦେବୀ ସରସ୍ୱତୀଙ୍କୁ ବିଦ୍ୟା, ବୁଦ୍ଧି, ସଂଗୀତ, କଳା ଏବଂ ଜ୍ଞାନର ଦେବୀ ଭାବରେ ବିବେଚନା କରାଯାଏ। ଯେପରି ପ୍ରଭୁ ଶଙ୍କରଙ୍କ ବାହନ ନନ୍ଦୀ, ବିଷ୍ଣୁଙ୍କ ଗରୁଡ, କାର୍ତ୍ତିକେୟଙ୍କ ମୟୂର, ଦୁର୍ଗାଙ୍କ ସିଂହ ଏବଂ ଶ୍ରୀ ଗଣେଶଙ୍କ ବାହନ ମୂଷା, ସେହିପରି ସରସ୍ୱତୀଙ୍କ ବାହନ ହେଉଛି ହଂସ। ତେବେ ଦେବୀ ସରସ୍ୱତୀଙ୍କ ବାହନ ଭାବେ ହଂସକୁ କାହିଁକି ନିଆଯାଏ ଆସନ୍ତୁ ଜାଣିବା।

ଅଧିକ ପଢ଼ନ୍ତୁ: ଝିଅ ହୋଇ ଦେବୀ ସରସ୍ୱତୀ କାହିଁକି ବ୍ରହ୍ମାଙ୍କୁ କଲେ ବିବାହ

ଦେବୀଙ୍କ ଦ୍ୱାଦଶ ନାମାବଳୀରେ ଏହା ଉଲ୍ଲେଖ କରାଯାଇଛି -

“ପ୍ରଥମଂ ଭାରତୀ ନାମ ଦ୍ୱିତୀୟଂ ଚ ସରସ୍ୱତୀ,

ତୃତୀୟଂ ଶାରଦା ଦେବୀ ଚତୁର୍ଥଂ ହଂସବାହିନୀ।”

ଅର୍ଥାତ୍ ଦେବୀ ସରସ୍ୱତୀଙ୍କ ପ୍ରଥମ ନାମ ହେଉଛି ଭାରତୀ, ଦ୍ୱିତୀୟ ନାମ ସରସ୍ୱତୀ, ତୃତୀୟ ନାମ ଶାରଦା ଏବଂ ଚତୁର୍ଥ ନାମ ହେଉଛି ହଂସବାହିନୀ। ଏହାର ଅର୍ଥ ହେଉଛି ଦେବୀଙ୍କ ବାହନ ହେଉଛି ହଂସ।

Advertisment

ହଂସ କାହିଁକି ସରସ୍ୱତୀଙ୍କ ବାହନ -

ଜ୍ଞାନର ପ୍ରତୀକ:

ଅନେକଙ୍କ ମନରେ ଏହା ନିଶ୍ଚିତ ପ୍ରଶ୍ନ ଆସୁଥିବ ଯେ ହଂସକୁ କାହିଁକି ସରସ୍ୱତୀଙ୍କ ବାହନ ଭାବେ ବିବେଚନା କରାଯାଏ। ସର୍ବପ୍ରଥମେ, ଏହା ବୁଝିବାକୁ ହେବ ଯେ ଏଠାରେ ବାହନର ଅର୍ଥ ନୁହେଁ ଯେ ଦେବୀ ଏହା ଉପରେ ବସି ଯାତ୍ରା କରନ୍ତି। ଏହା ହେଉଛି ଏକ ବାର୍ତ୍ତା ଯାହା ଦ୍ୱାରା ଆମେ ଆମ ଜୀବନକୁ ଶ୍ରେଷ୍ଠତା ଆଡକୁ ନେଇପାରିବା। ହଂସକୁ ଜ୍ଞାନର ପ୍ରତୀକ କୁହାଯାଏ। ସଂସ୍କୃତ ସାହିତ୍ୟରେ ନୀର-କ୍ଷୀର ବିବେକ ବିଷୟରେ ଉଲ୍ଲେଖ ଅଛି। ଏହାର ଅର୍ଥ ହେଉଛି “ଦୁଧ୍‌ କା ଦୁଧ୍, ପାନି କା ପାନି” ରେ ପରିଣତ କରିବା। ଅର୍ଥାତ ପାଣିମିଶା କ୍ଷୀରରୁ କ୍ଷୀରରୁ ପାଣିକୁ ଅଗଲା କରିବାର କଳା ହିଁ ହଂସକୁ ଜଣା। ସେଥିପାଇଁ ଶାସ୍ତ୍ରରେ କୁହାଯାଏ –

“ନୀରକ୍ଷୀରବିବେକେ ହଂସାଳସ୍ୟ ତ୍ୱମେବ ତନୁଷେ ଚେତ୍।”

ଏହାର ଅର୍ଥ ହେଉଛି ହଂସ ପାଖରେ ଏପରି ଜ୍ଞାନ ରହିଛି ଯେ ଏହା କ୍ଷୀର ଏବଂ ପାଣି ମଧ୍ୟରେ ପାର୍ଥକ୍ୟ ଜାଣିପାରେ।

ଶୁଦ୍ଧତା ଏବଂ ଶାନ୍ତିର ପ୍ରତୀକ:

ହଂସର ରଙ୍ଗ ହେଉଛି ଧଳା। ଏହା ହେଉଛି ଶୁଦ୍ଧ ଏବଂ ଶାନ୍ତିର ପ୍ରତୀକ। ଶିକ୍ଷା ପ୍ରାପ୍ତ ପାଇଁ ଶୁଦ୍ଧତା ଆବଶ୍ୟକ। ଶୁଦ୍ଧତା ମନରେ ଭକ୍ତି ଏବଂ ଏକାଗ୍ରତା ଆଣିଥାଏ। ଶିକ୍ଷାର ପରିଣାମ ହେଉଛି ଜ୍ଞାନ। ଜ୍ଞାନ ଆମକୁ ଠିକ ଏବଂ ଭୁଲ କିମ୍ବା ଶୁଦ୍ଧ ଏବଂ ଅଶୁଦ୍ଧ ଚିହ୍ନଟ କରିବାରେ ସାହାଯ୍ୟ କରେ। ଏହାକୁ ବିବେକ ମଧ୍ୟ କୁହାଯାଏ। ମାନବ ଜୀବନର ବିକାଶ ପାଇଁ ଶିକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ତେଣୁ ସନାତନ ପରମ୍ପରାରେ ଜୀବନର ପ୍ରଥମ ପର୍ଯ୍ୟାୟ ହେଉଛି ଶିକ୍ଷା ହାସଲ କରିବା, ଯାହାକୁ ବ୍ରହ୍ମଚର୍ଯ୍ୟ ଆଶ୍ରମ କୁହାଯାଏ।

ହଂସର ବାର୍ତ୍ତା:

ଯିଏ ପବିତ୍ରତା ଏବଂ ଶ୍ରଦ୍ଧାର ସହିତ ଜ୍ଞାନ ଆହରଣ କରେ, ତାଙ୍କ ଉପରେ ସରସ୍ୱତୀଙ୍କ କୃପା ରୁହେ ବୋଲି ବିଶ୍ୱାସ ରହିହି। ସରସ୍ୱତୀଙ୍କୁ ପୂଜା କରିବା ଦ୍ୱାରା ଦେବୀ ଆମ ବିବେକରେ ଜ୍ଞାନ ରୂପରେ ପ୍ରତିଫଳିତ ହୁଅନ୍ତି। ଯଦି ଆମେ ଆମ ଜୀବନରେ ହଂସର ଏହି ଗୁଣକୁ ଗ୍ରହଣ କରୁ, ତେବେ ଆମେ କେବେ ବିଫଳ ହେବା ନାହିଁ। ତାହା ହେଉଛି ପ୍ରକୃତ ଜ୍ଞାନ ଯାହା ଆଧ୍ୟାତ୍ମିକ ଶାନ୍ତି ଆଡକୁ ନେଇଯାଏ।

ସରସ୍ୱତୀଙ୍କ ବାହନ ହଂସ ଆମକୁ ଏହି ବାର୍ତ୍ତା ଦେଇଥାଏ ଯେ ଆମେ ପବିତ୍ର ଓ ଶ୍ରଦ୍ଧାବାନ ହୋଇ ଜ୍ଞାନ ଆହରଣ କରିବା ଏବଂ ଆମ ଜୀବନକୁ ସଫଳ କରିବା।

ଅଧିକ ପଢ଼ନ୍ତୁ: କିପରି ଓ କାହିଁକି ସୃଷ୍ଟିହେଲେ ଦେବୀ ସରସ୍ୱତୀ

Saraswati Puja Special Story
Advertisment
Advertisment