Advertisment

ଆଧାର ଅପଡେଟ୍ ପାଇଁ ଲମ୍ବା ଲାଇନ୍, ଜନସେବା କେନ୍ଦ୍ର-ଡାକଘର ଆଗରେ ହାଉଜାଉ ଭିଡ !

ସୁଭଦ୍ରା ସହ ରାସନକାର୍ଡ E-KYC ପାଇଁ ଜମୁଛି ଗହଳି । ଅଧୈର୍ଯ୍ୟ ହୋଇ ଅଯଥା ଭିଡ଼ ନକରିବାକୁ ପ୍ରଶାସନର ଅପିଲ ।

author-image
Satyendu Shekher Mishra
undefined

Aadhaar Update

ସୁଭଦ୍ରା ଯୋଜନା ଆବେଦନର କୌଣସି ସମୟସୀମା ନାହିଁ । ୧୭ ତାରିଖ ପରେ ଫର୍ମ ଦାଖଲ କଲେ ବି ମିଳିବ ପ୍ରଥମ କିସ୍ତି । ଜିଲ୍ଲା ପ୍ରଶାସନ ଏବଂ ଖୋଦ୍ ଉପମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଏନେଇ ବାରମ୍ବାର ସ୍ପଷ୍ଟ କରାଯିବା ସତ୍ତ୍ୱେ କମୁନି ଭିଡ। ଅଯଥାରେ ଅଧୈର୍ଯ୍ୟ ହୋଇ ଡାକଘର ଓ ଜନସେବା କେନ୍ଦ୍ର ଆଗରେ ଭିଡ଼ ଲଗାଉଛନ୍ତି ଆଶାୟୀ। ସୁଭଦ୍ରା ଫର୍ମ ଦାଖଲ ପୂର୍ବରୁ ଆଧାର ସଂଶୋଧନ ପାଇଁ ଅଧିକାଂଶ ସ୍ଥାନରେ ଠେଲାପେଲା, ଟଣାଓଟରା ସ୍ଥିତି। ଲମ୍ବା ଲାଇନ୍ ଡାକ ଘର ଡେଇଁ ରାସ୍ତା ଉପରକୁ  ଚାଲିଆସୁଛି। କିଛି ସ୍ଥାନରେ ତ ଅନିଦ୍ରା ରହି ଅପେକ୍ଷା କରୁଛନ୍ତି ପୁରା ପରିବାର। ଲାଇନ୍‌ର ଆଗରେ ରହିବାକୁ ସତେ ଯେମିତି ଚାଲୁଛି ପ୍ରତିଯୋଗିତା।

Advertisment

ତେବେ କେବଳ ସୁଭଦ୍ରା ଯୋଜନା ଲାଗି ଆଧାର କାର୍ଡ ସଂଶୋଧନ ପାଇଁ ଭିଡ଼ ଜମୁଛି ତା ନୁହେଁ। କିଏ ରାସନ୍ କାର୍ଡ ପାଇଁ ତ କିଏ ଆସୁଛି ପିଲାର ପାଠପଢାରେ ଆବଶ୍ୟକ ପଡିଥିବା ଆଧାର ସଂଶୋଧନ  ପାଇଁ। ଅଧାର କାର୍ଡରେ କାହାର ଫୋନ୍ ନମ୍ବର ନାହିଁ ତ କାହାର ନାଁ ଭୁଲ ଅଛି। ଅନ୍ୟ କାମ ପାଇଁ ଏବେ ଜରୁରୀ ପଡିବାରୁ ଭିଡ ଥିବା ଜାଣି ମଧ୍ୟ ବାଧ୍ୟ ହେଉଛନ୍ତି ଆସିବାକୁ। ରାସନ କାର୍ଡ ଇ-କେୱାଇସି ପାଇଁ ବି ଆଧାର ସଂଶୋଧନ କରିବାକୁ ଜନସେବା କେନ୍ଦ୍ର ଓ ଡାକ ଘରେ ନାହିଁ ନଥିବା ଭିଡ। 

ସେପଟେ ୧୦ ବର୍ଷ କିମ୍ବା ଏହା ପୂର୍ବରୁ ଆଧାର କାର୍ଡ କରିଥିବା ବ୍ୟକ୍ତି ଯଦି ଏହା ଭିତରେ କେବେ ବି ଅପଡେଟ୍ କରିନଥିବେ, ତାହେଲେ ଆସନ୍ତା ୧୪  ତାରିଖ ଯାଏଁ ମାଗଣାରେ ଏହାକୁ ଅପଡେଟ୍ କରିପାରିବେ। ଏଥିପାଇଁ ପରିଚୟ ପ୍ରମାଣ ଓ ଠିକଣାର ଡକ୍ୟୁମେଣ୍ଟ ଆବଶ୍ୟକ। ସେପ୍ଟେମ୍ବର ୧୪ ପରେ ଏଥିପାଇଁ ଆବେଦନ କଲେ ୫୦ ଟଙ୍କା ଦେୟ ଦେବାକୁ ପଡ଼ିବ।

Advertisment

Advertisment
Advertisment