Advertisment

ପାର୍ବଣ ପୂର୍ବରୁ ରାଜଧାନୀରେ ଜୋରଦାର୍ ଧରପଗଡ଼; ଅପରାଧୀଙ୍କ ଆଡ୍ଡାସ୍ଥଳୀରେ ଛାପା ମାରୁଛି ପୋଲିସ

କେଉଁଠି ବ୍ଲକିଂ ଚେକିଂ ତ ଆଉ କେଉଁଠି ଧରପଗଡ଼ ଚାଲିଛି। ବିଶେଷ କରି ଅପରାଧୀଙ୍କ ସମ୍ଭାବ୍ୟ ଆଡ୍ଡାସ୍ଥଳୀ ଗୁଡ଼ିକରେ କମିଶନରେଟ ପୋଲିସର ଚଢ଼ାଉ କରୁଛି।

author-image
Sujit kumar Swain
ଅଦ୍ୟତନ ହୋଇଛି
Commissionerate Police Conducts Intensive Raids on Criminal Hideouts Ahead of Durga Puja

Commissionerate Police

ପାର୍ବଣ ପୂର୍ବରୁ ରାଜଧାନୀରେ ଜୋରଦାର୍ ରେଡ୍। କେଉଁଠି ବ୍ଲକିଂ ଚେକିଂ ତ ଆଉ କେଉଁଠି ଧରପଗଡ଼ ଚାଲିଛି। ବିଶେଷ କରି ଅପରାଧୀଙ୍କ ସମ୍ଭାବ୍ୟ ଆଡ୍ଡାସ୍ଥଳୀ ଗୁଡ଼ିକରେ କମିଶନରେଟ ପୋଲିସର ଚଢ଼ାଉ କରୁଛି। ପାର୍ବଣ ପୂର୍ବରୁ ଅପରାଧ ରୋକିବା ପାଇଁ କମିଶନରେଟ ପୋଲିସ ଏହି ପଦକ୍ଷେପ ନେଇଛି।

Advertisment

ଅଧିକ ପଢ଼ନ୍ତୁ: ଭରତପୁର ଥାନା କାଣ୍ଡ: କ୍ରାଇମବ୍ରାଞ୍ଚର ତନାଘନା

ମଞ୍ଚେଶ୍ବର, ଖଣ୍ଡଗିରି, ଲକ୍ଷ୍ମୀସାଗର, ବଡ଼ଗଡ଼ ଥାନା ଅଞ୍ଚଳରେ ଚାଲିଛି ଧରପଗଡ। ଏଭଳି ଧରାପଗଡ କରି ୨୦ରୁ ଅଧିକ ଯୁବକଙ୍କୁ ଅଟକ ରଖିଛି ପୋଲିସ। କେବଳ ପୋଲିସ ନୁହେଁ, ସୈନିକ ସ୍କୁଲ, ରଘୁନାଥପୁର ଇନଫୋସିଟି ଭଳି ଅଞ୍ଚଳରେ ଏମଭିଆଇ ମଧ୍ୟ ବ୍ଲକିଂ ଚେକିଂ କରିଛନ୍ତି।

ଏପଟେ ଭରତପୁର ଥାନା କାଣ୍ଡକୁ ନେଇ ବର୍ତ୍ତମାନର ବଡ଼ ଖବର । ଗ୍ରାଉଣ୍ଡ ଜିରୋରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍ । ଘଟଣାର ତଦନ୍ତ ପାଇଁ ଭରତପୁର ଥାନା ଓ ପଥରଗାଡ଼ିଆ ଯିବ କ୍ରାଇମବ୍ରାଞ୍ଚ ଟିମ୍। ଏଥିପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା ପାଇଁ ଭରତପୁର ଓ ଚନ୍ଦକା ଥାନାକୁ ନିର୍ଦ୍ଦେଶ ଦିଆଯାଇଛି। 

Advertisment

ସେପଟେ ଆର୍ମି ମେଜରଙ୍କ ବାନ୍ଧବୀଙ୍କ ପାଇଁ ନିଯୁକ୍ତ ହେଲେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ। କମିଶନରେଟ୍ ପୋଲିସ ପକ୍ଷରୁ ପିଏସଓ ଯୋଗାଇ ଦିଆଯାଇଛି। ଗତ ୧୪ ତାରିଖ ରାତିରେ ଚନ୍ଦକା ରାସ୍ତାରେ ରୋଡ୍ ରୋମିଓଙ୍କ ଦ୍ବାରା ଦୁର୍ବ୍ୟବହାର ସହ ଆକ୍ରମଣ ଅଭିଯୋଗ ଆଣିଥିଲେ ମେଜରଙ୍କ ବାନ୍ଧବୀ। 

Commissionerate Police Police Criminal
Advertisment
Advertisment