/odishatv-khabar/media/post_attachments/uploadimage/library/16_9/16_9_0/College_1753250475.jpg)
College
କଟକ ଜିଲ୍ଲାର ଅଧାରୁ ଅଧିକ କଲେଜ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ। ଆଭ୍ୟନ୍ତରୀଣ ଅଭିଯୋଗ କମିଟି ବା ICC ରିପୋର୍ଟ ଦାଖଲ କରିନଥିବାରୁ ଉକ୍ତ କଲେଜ ଗୁଡିକ ବିରୋଧରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଜିଲ୍ଲାର ୨୧୦ଟି କଲେଜକୁ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରିପୋର୍ଟ ମାଗିଥିଲା । ଏହା ସହ ଅଭିଯୋଗକାରିଣୀଙ୍କ ଯୋଗାଯୋଗ ଠିକଣା ସହ ମୁଖ୍ୟଙ୍କ ହସ୍ତାକ୍ଷର ମଗାଯାଇଥିଲା।
ହେଲେ ଅଧାରୁ ଅଧିକ କଲେଜ ଚିଠିର ଉତ୍ତର ଦେଇନଥିବାରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରିପୋର୍ଟ ଦେଇନଥିବାରୁ କଲେଜ କର୍ମଚାରୀଙ୍କ ଦରମା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ଣ୍ଣାଙ୍ଗ ICC ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ପୂର୍ଣ୍ଣାଙ୍ଗ ICC ରିପୋର୍ଟ ନ ଦେଲେ କଲେଜ ଅଧ୍ୟକ୍ଷ ସସପେଣ୍ଡ ହେବେ ବୋଲି କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ଶିନ୍ଦେ ଏନେଇ କଡ଼ା ତାଗିଦ କରିଛନ୍ତି।
ସୂଚନାଯୋଗ୍ୟ, ବାଲେଶ୍ବର ଏଫଏମ କଲେଜର ପୀଡିତା ଛାତ୍ରୀଙ୍କ ଆତ୍ମହୂତି ପରେ କଲେଜ ଗୁଡିକରେ ଥିବା ଆଭ୍ୟନ୍ତରୀଣ ଅଭିଯୋଗ କମିଟି କେତେ କାର୍ଯ୍ୟକ୍ଷମ ରହିଛି, ସେ ନେଇ ତଦନ୍ତ ଆରମ୍ଭ ହୋଇଛି। ଏଫଏମ କଲେଜର ପୀଡିତା ଛାତ୍ରୀ ICCରେ ଅଭିଯୋଗ କରିଥିଲେ ମଧ୍ୟ ତାଙ୍କ କଥାକୁ ଗୁରୁତର ସହ ନିଆ ଯାଇନଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)