Advertisment

Odisha Budget2025: ଉପସ୍ଥାପନ ହେଲା ୨ ଲକ୍ଷ ୯୦ ହଜାର କୋଟିର ବଜେଟ୍‌

ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୨ କୋଟି।

BJP

BJP

Advertisment

ରାଜ୍ୟର ସମୃଦ୍ଧି, ଅଭିବୃଦ୍ଧି ଓ ରୋଜଗାର ବୃଦ୍ଧି ଲକ୍ଷ୍ୟରେ ୨୦୨୫-୨୬ ଆର୍ଥିକ ବର୍ଷ ପାଇଁ ଆଜି ବଜେଟ୍‌ ଉପସ୍ଥାପନ ହୋଇଛି। ଅର୍ଥମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ୍‌ ଉପସ୍ଥାପନ କରିଛନ୍ତି। ଯାହାର ପରିମାଣ ରହିଛି ୨ ଲକ୍ଷ ୯୦ ହଜାର କୋଟି ଟଙ୍କା। ମୋହନ ମାଝୀ ତାଙ୍କ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ୧୬ଟି ନୂଆ ଯୋଜନା ଘୋଷଣା କରିଛନ୍ତି। ତା’ମଧ୍ୟରେ ରହିଛି ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’।

Advertisment

‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ରେ ଗରିବ ଝିଅଙ୍କୁ ସରକାର ସାମୁହିକ ବିବାହ କରାଇବେ। ଉପହାର ମଧ୍ୟ ପ୍ରଦାନ କରିବେ। ତା’ସହ ଶ୍ରୀଜଗନ୍ନାଥ ଦର୍ଶନ ଯୋଜନାରେ ସବୁ ସଦର ମହକୁମାରୁ ମାଗଣାରେ ଲୋକେ ପୁରୀ ଆସି ଜଗନ୍ନାଥ ଦର୍ଶନ କରିବେ ଓ ମାଗଣା ଅବଢ଼ା ଖାଇ ଫେରିବେ। ଠିକ୍‌ ସେମିତି ପ୍ରସ୍ତାବିତ ଅନ୍ୟ ସବୁ ନୂଆ ଯୋଜନା ଗୁଡ଼ିକ ହେଲା; ଅନ୍ତ୍ୟୋଦୟ ଗୃହ ଯୋଜନା। ଯେଉଁଥିରେ ଖର୍ଚ୍ଚ ହେବ ୨୬୦୩ କୋଟି।

ଅଧିକ ପଢ଼ନ୍ତୁ: ନେପାଳୀ ଛାତ୍ରଛାତ୍ରୀଙ୍କୁ ହଷ୍ଟେଲରୁ ବିଦା କଲା KIIT, ଆସିଲା ସାଂଘାତିକ ଅଭିଯୋଗ

Advertisment

ସେହିପରି ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ଉତ୍ତର ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନାରେ ୧୨ କୋଟି, ମୁଖ୍ୟମନ୍ତ୍ରୀ ସଂପୂର୍ଣ୍ଣ ପୁଷ୍ଟି ଯୋଜନାରେ ୫୨୬ କୋଟି, ଓଡ଼ିଶା ପୃଷ୍ଟି ମିଶନ ପ୍ରତିଷ୍ଠା ପାଇଁ ୧୦୦ କୋଟି, ମାଳତୀ ଦେବୀ ପ୍ରାକ ବିଦ୍ୟାଳୟ ପରିଧାନ ଯୋଜନାରେ ୮୫ କୋଟି, ଗଙ୍ଗାଧର ମେହେର ଶିକ୍ଷା ମାନ ବୃଦ୍ଧି ଯୋଜନାରେ ୧୯୩ କୋଟି, ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ୟୁନିଫର୍ମ ପାଇଁ ୧୯୪ କୋଟି, ବିଶ୍ୱ ଦକ୍ଷତା କେନ୍ଦ୍ର ପ୍ରତିଷ୍ଠା ପାଇଁ ୧୧୮୦ କୋଟି, ନୂଆ ଓଡ଼ିଶା ଯୋଜନା ପାଇଁ ୧୩୫ କୋଟି, ଅଟଳ ବସ୍‌ ଷ୍ଟାଣ୍ଡ ପାଇଁ ୧୨୬୬ କୋଟି, ସୁଭଦ୍ରା ସୁରକ୍ଷା ଯୋଜନା ପାଇଁ ୧୫୩ କୋଟି, ଶ୍ରୀଜଗନ୍ନାଥ ଦର୍ଶନ ଯୋଜନା ପାଇଁ ୩୦ କୋଟି, ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ପାଇଁ ୨୦୦ କୋଟି, ସମୃଦ୍ଧ ସହର ପାଇଁ ୪୦୮ କୋଟି ଓ ସହିଦ ଲକ୍ଷ୍ମଣ ନାୟକ ଆଦର୍ଶ ବିଦ୍ୟାଳୟ ପାଇଁ ୧୦୦ କୋଟି ଟଙ୍କା ବ୍ୟୟବରାଦ ପ୍ରସ୍ତାବ ରହିଛି।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ IAS ଓ IPS ଅଧିକାରୀଙ୍କ ମରୁଡ଼ି!

ଏଥର ବଜେଟ୍‌ରେ ସୁଭଦ୍ରା ଯୋଜନା ପାଇଁ ୧୦ ହଜାର ୧୪୫ କୋଟି ଟଙ୍କାର ବ୍ୟୟ ବରାଦ ହୋଇଥିବା ବେଳେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ୬, ୨୪୯ କୋଟି ବ୍ୟୟ ଅଟକଳ କରାଯାଇଛି। ସେହିପରି ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ପାଇଁ ୪୯୨ କୋଟିର ବ୍ୟୟବରାଦ କରାଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ ପରିବହନ ଯୋଜନା ଲାଗି ୧ ହଜାର ୮୫ କୋଟି ଓ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପାଇଁ ୩ ହଜାର ୪୭୦ କୋଟି ଟଙ୍କା ଖର୍ଚ୍ଚ କରାଯିବାକୁ ପ୍ରସ୍ତାବ ରହିଛି।

Advertisment

ନୂତନ ସେତୁ ପ୍ରକଳ୍ପ ବାବଦରେ ୨ ହଜାର କୋଟିର ବ୍ୟୟ ବରାଦ ରହିଛି। ରାଜଧାନୀ ଭୁବନେଶ୍ୱରରେ ଯାନବାହାନ ଭିଡ଼ ରୋକିବାକୁ ଆଉଟର ରିଂ ରୋଡ୍‌ ନିର୍ମାଣ ପାଇଁ ୧୩ ହଜାର କୋଟି ଖର୍ଚ୍ଚ ହେବ। ସବୁ ରାଜ୍ୟ ରାଜପଥକୁ ୪ ଲେନ କରାଯିବା ନିଷ୍ପତ୍ତି ହୋଇଛି। ନୂଆକରି ୩ ହଜାର କିମି ରାସ୍ତା ନିର୍ମାଣ କରାଯିବ। ଯେଉଁଥିରେ ୬ ହଜାର ୫୦୨ କୋଟି ଟଙ୍କା ବ୍ୟୟ କରାଯିବ ବୋଲି ବଜେଟ୍‌ରେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

BJP Budget Session
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ