Advertisment

Input Subsidy: କଥା ରଖିଲେ ସରକାର; ଆଜି ଚାଷୀଙ୍କୁ ମିଳିବ ୮୦୦ଟଙ୍କାର ଇନପୁଟ୍ ସହାୟତା

ଆଜି ଚାଷୀଙ୍କୁ ଧାନର ଇନପୁଟ ସହାୟତା ରାଶି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

ଅଦ୍ୟତନ ହୋଇଛି
Input Subsidy

Input Subsidy

Advertisment

ଅପେକ୍ଷାର ଅନ୍ତ, ଚାଷୀ ପାଇବେ ୮ ଶହ ଟଙ୍କାର ଇନପୁଟ୍ ସହାୟତା । ଆଜି ଚାଷୀଙ୍କୁ ଧାନର ଇନପୁଟ ସହାୟତା ରାଶି ବଣ୍ଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ବରଗଡ଼ ସୋହେଲାର ଇଚ୍ଛାପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୮ଶହ ଟଙ୍କାର ଇନପୁଟ୍ ସହାୟତା ବଣ୍ଟନ କରିବେ। ୨୪ ନିର୍ବାଚନୀ ସଭାରେ ଧାନ MSP ୩୧ ଶହ ଟଙ୍କା ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Advertisment

କ୍ଷମତାକୁ ଆସିବା ପରେ ବିଜେପି ସରକାର ମଧ୍ୟ ୨୩ ସହ MSP ସହ ୮ ଶହ ଟଙ୍କା ଇନପୁଟ ସହାୟତା ଘୋଷଣା କରିଥିଲେ। ଏବେ ଧାନ ବିକ୍ରି ପରେ ୨୩ଶହ ଟଙ୍କା MSP ଚାଷୀ ପାଉଥିବାବେଳେ ଆଜିଠୁ ଚାଷୀ ଇନପୁଟ୍ ସହାୟତା ବାବଦକୁ ପାଇବେ ୮ ଶହ ଟଙ୍କା। ଧାନ କିଣା ଯିବାର ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଯିବ ଏହି ଟଙ୍କା। ପୁରୀ, ସମ୍ବଲପୁର, ଖୋର୍ଦ୍ଧା, ଗଞ୍ଜାମ, କଳାହାଣ୍ଡି, କୋରାପୁଟ, ବାଲେଶ୍ୱର, ମୟୁରଭଞ୍ଜ, କନ୍ଧମାଳ, ଜଗତସିଂହପୁର, ଭଦ୍ରକ ଜିଲ୍ଲାରେ ବି ଆଜିସମାବେଶ କରି ବଣ୍ଟା ହେବ ଇନପୁଟ ସହାୟତା ।

BJP Mohan Majhi Subsidy
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ