Advertisment

Subhadra Yojana: ୨୦ ଲକ୍ଷ ମହିଳାଙ୍କୁ ମିଳିଲା 'ସୁଭଦ୍ରା' ଟଙ୍କା।; ସଭା ମଞ୍ଚରୁ ବିଜେଡିକୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ

ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ।

undefined

Subhadra

Advertisment

ଆଶା ଆଶଙ୍କା ଭିତରେ ଥିଲେ, ମିଳିଲା ସୁଭଦ୍ରା ଟଙ୍କା। ଖୁସ୍ ୨୦ ଲକ୍ଷ ମହିଳା। ଆଜି ସୁନ୍ଦରଗଡ଼ରେ ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟରେ ମହିଳାଙ୍କ ଆକାଉଣ୍ଟକୁ ସୁଭଦ୍ରା ଟଙ୍କା ପଠାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅବସରରେ ପୂର୍ବ ସରକାରକୁ ଟାର୍ଗେଟ୍ କରି କହିଛନ୍ତି, ଖାଲି ମିଶନ ଶକ୍ତି ଗଠନ କରି ପ୍ରଚାର କରୁଥିଲେ, ମହିଳାଙ୍କୁ ଆମେ ସ୍ୱାବଲମ୍ବୀ କରିବୁ। ଏବେ ବି ଅନେକ ମହିଳା ଆବେଦନ କରି ସହାୟତା ଅପେକ୍ଷାରେ ଅଛନ୍ତି। ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ଆଉ ୨୦ ଲକ୍ଷ ମହିଳାଙ୍କୁ ସୁଭଦ୍ରା ଟଙ୍କା ଦେଇ କୋଟିଏ ହିତାଧିକାରୀଙ୍କୁ ସାମିଲ କରିବାକୁ ସ୍ଥିର କରିଛି ବିଭାଗ।

Advertisment

ସୁନ୍ଦରଗଡ଼ ସଭା ମଂଚରୁ ସୁଇଚ୍ ଟିପିଲେ ମୁଖ୍ୟମନ୍ତ୍ରୀ, ସିଧାସଳଖ୨୦ ଲକ୍ଷରୁ ଅଧିକ ମହିଳାଙ୍କ ଖାତାକୁ ଗଲା ସୁଭଦ୍ରା ଟଙ୍କା। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ମନ୍ତ୍ରୀ ରବି ନାଏକଙ୍କ ଉପସ୍ଥିତିରେ ହିତାଧିକାରୀ ପାଇଛନ୍ତି ପ୍ରଥମ କିସ୍ତିର ତୃତୀୟ ପର୍ଯ୍ୟାୟ ଟଙ୍କା। ଖାଲି ସୁନ୍ଦରଗଡ଼ ଜିଲ୍ଲାରେ ୯୦ ହଜାର ମହିଳାଙ୍କ ପାଖକୁ ଯାଇଛି ଟଙ୍କା। ଏହି ଅବସରରେ ମହିଳାଙ୍କୁ ନେଇ ପୂର୍ବ ବିଜେଡି ସରକାରକୁ ଟାର୍ଗେଟ୍ କରିଛନ୍ତି ମୁଖ୍ୟମନ୍ତ୍ରୀ। କହିଛନ୍ତି ମିଶନ ଶକ୍ତି ଗଠନ କରି ୭୦ ଲକ୍ଷ ମହିଳାଙ୍କୁ ସାମିଲ କଲେ। ହେଲେ ସେମାନଙ୍କୁ କେବଳ ପ୍ରଚାରରେ ସାମିଲ କଲେ, କିନ୍ତୁ ସେମାନଙ୍କ ପାଇଁ କାମ କଲେନି।

ଆମ ସରକାର ମହିଳାଙ୍କୁ ସ୍ୱାବଲମ୍ବୀ କରିବାକୁ ସବୁ ପଦକ୍ଷେପ ନେବ। ଓଡ଼ିଶା ସବୁ କ୍ଷେତ୍ରରେ ସମୃଦ୍ଧ ହେବ। ସୁଭଦ୍ରା ଟଙ୍କା ପାଇବା ପରେ ମାସ ମାସ ଧରି ଧରି ଆବେଦନ କରି ଅପେକ୍ଷାରେ ଥିବା ମହିଳାମାନେ ଖୁସି ପ୍ରକାଶ କରିଛନ୍ତି। ବଡ଼ କଥା ହେଲା ଏହି ପର୍ଯ୍ୟାୟରେ ବାଦ୍ ପଡିଥିବା ସମସ୍ତ ଅଙ୍ଗନୱାଡି କର୍ମୀଙ୍କୁ ମିଳିଛି ସୁଭଦ୍ରା ସହାୟତା। ସେହିପରି ରିଜେକ୍ଟ ହୋଇଥିବା ୨ ଲକ୍ଷ ୬୭ ହଜାର ଆବେଦନରୁ ୨୫ ପ୍ରତିଶତ ମହିଳାଙ୍କୁ ମଧ୍ୟ ଯୋଜନାରେ ସାମିଲ କରାଯାଇଛି।

Advertisment

ଏହା ସହ ପଢ଼ନ୍ତୁ: Sex Racket in Bhubaneswar: ଭୁବନେଶ୍ବରରେ ‘ବାଂଲା’ ସେକ୍ସ ରାକେଟ୍; ଦମ୍ପତିଙ୍କୁ ଉଠାଇ ନେଲା ପୋଲିସ

ଏବେ ବି ବଢୁଛି ସୁଭଦ୍ରା ଆବେଦନ ସଂଖ୍ୟା। ଏବେ ସୁଦ୍ଧା କୋଟିଏ ୧୬ ହଜାର ମହିଳା ସୁଭଦ୍ରା ପାଇଁ ଆବେଦନ କରିଥିବା ବେଳେ ୩ଟି ପର୍ଯ୍ୟାୟରେ ୮୦ ଲକ୍ଷ ୩୫ ହଜାର ମହିଳାଙ୍କୁ ସୁଭଦ୍ରା ସହାୟତା ରାଶି ମିଳିସାରିଲାଣି। ବାକି ମହିଳାଙ୍କୁ ଡିସେମ୍ବରରେ ଚତୁର୍ଥ ପର୍ଯ୍ୟାୟରେ ମିଳିବ ପ୍ରଥମ କିସ୍ତି। ୨୦୨୪ ସୁଦ୍ଧା କୋଟିଏ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ପରବର୍ତ୍ତୀ ସମୟରେ ଜାନୁଆରୀ ଏବଂ ଫେବ୍ରୁଆରୀରେ ଆବେଦନ କଲେ ମାର୍ଚ୍ଚ୮ ରେ ଏକା ବେଳକେ ଦୁଇଟି କିସ୍ତି ପାଇବେ ଯୋଗ୍ୟ ମହିଳା।

Advertisment

ଯେଉଁ ଆବେଦନଗୁଡ଼ିକ ଖାରଜ ହୋଇଯାଇଛି, ସେଗୁଡ଼ିକ ଯାଞ୍ଚ ପାଇଁ ବ୍ଲକ ସ୍ତରକୁ ପଠାଯାଇଛି। ଫିଲ୍ଡ ଭେରିଫିକେସନ କରି ରିପୋର୍ଟ ଆସିବା ପରେ ସେମାନଙ୍କୁ ମଧ୍ୟ ସାମିଲ କରାଯିବ। ଅନ୍ୟ ପଟେ ୫ ଲକ୍ଷ ଆକାଉଣ୍ଟ ମିସମ୍ୟାଚ୍ ହେଉଥିବା ଆବେଦନକୁ କେମିତି ସାମିଲ କରାଯିବ ସେନେଇ ପ୍ରକ୍ରିୟା ଆରମ୍ଭ ହୋଇଛି।

Odisha CM Sundargarh Subhadra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ