/odishatv-khabar/media/post_attachments/uploadimage/library/16_9/16_9_0/IMAGE_1723197690.jpg)
freedom fighter
କ୍ରାନ୍ତି ଦିବସରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ ଘୋଷଣା। ସ୍ୱାଧୀନତା ସଂଗ୍ରାମୀ ପରିବାରକୁ ମିଳିବ କୁଟୁମ୍ବ ପେନସନ୍ ଯୋଜନାରେ ଭତ୍ତା। ଖୁବଶୀଘ୍ର ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାରକୁ ଚିହ୍ନଟ କରିବେ ସରକାର। ଏନେଇ ଖୁବଶୀଘ୍ର ରୂପରେଖ ନିର୍ଦ୍ଧାରଣ କରାଯିବ। ସହିଦ ସ୍ମାରକୀ ସ୍ୱାଧୀନତା ସଂଗ୍ରାମୀ ସଦନଠାରେ ରାଜ୍ୟ ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଆୟୋଜିତ କ୍ରାନ୍ତି ଦିବସ ସମାରୋହରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଅଗଷ୍ଟ ୯ ତାରିଖ ହେଉଛି ଭାରତ ଛାଡ଼ ଆନ୍ଦୋଳନ ଦିବସ। ଏହି ଦିନକୁ ଭାରତର ସ୍ୱାଧୀନତା ଆନ୍ଦୋଳନରେ କ୍ରାନ୍ତି ଦିବସ ଭାବେ ମଧ୍ୟ ପାଳନ କରାଯାଏ।
ଅଧିକ ପଢ଼ନ୍ତୁ: ରାଜଧାନୀରେ ଖୋଲିଲା ଦେଶର ପ୍ରଥମ ଚାଉଳ ATM
ଅନ୍ୟପଟେ ମୁଖ୍ୟମନ୍ତ୍ରୀ କ୍ରାନ୍ତ ଦିବସରେ ନିଜର ‘ଏକ୍ସ’ ହାଣ୍ଡେଲ୍ରେ ସଂଗ୍ରାମୀଙ୍କୁ କୋଟି କୋଟି ପ୍ରଣାମ ଜଣାଇଛନ୍ତି।
'ଅଗଷ୍ଟ କ୍ରାନ୍ତି ଦିବସ' ଅବସରରେ ଦେଶର ମହାନ ସ୍ୱାଧୀନତା ସଂଗ୍ରାମୀଙ୍କୁ କୋଟି କୋଟି ପ୍ରଣାମ।
ଭାରତକୁ ବ୍ରିଟିଶ ମୁକ୍ତ କରିବା ସହ ସ୍ଵାଧୀନତା ପ୍ରଦାନ କରିବା ପାଇଁ ସମସ୍ତ ସ୍ଵାଧୀନତା ସଂଗ୍ରାମୀଙ୍କ ତ୍ୟାଗ, ବଳିଦାନ ଯୁଗ ଯୁଗ ଧରି ଆମ ପାଇଁ ଆଦର୍ଶ ହୋଇ ରହିବ। pic.twitter.com/u6liDLQWsJ
— Mohan Charan Majhi (@MohanMOdisha) August 9, 2024
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)