Advertisment

ବଜାର ଗଲେ, ଦୀପ କିଣିଲେ ମୁଖ୍ୟମନ୍ତ୍ରୀ; ଜଣାଇଲେ ଦୀପାବଳିର ଶୁଭେଚ୍ଛା

ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଟୁଇଟ୍‌ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ।

author-image
Sonali Ojha
ଅଦ୍ୟତନ ହୋଇଛି
diwali cm

diwali cm

ଆଜି ଆଲୋକର ପର୍ବ ଦୀପାବଳୀ । ଅନ୍ୟାୟ ଉପରେ ନ୍ୟାୟର, ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଓ ଅନ୍ଧକାର ଉପରେ ଆଲୋକର ବିଜୟର ପର୍ବ ହେଉଛି ପବିତ୍ର ଦୀପାବଳି । ଆଜି ଦୀପାବଳିରେ ଗାଁଠୁ ସହର ଉତ୍ସବମୁଖର। ଦୀପାବଳି ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।

Advertisment

ଏହି ଅବସରରେ ସମସ୍ତଙ୍କ ଜୀବନରେ ଅଜ୍ଞାନ ଓ ଦୁଃଖର ଅନ୍ଧକାର ଦୂର ହେଉ। ଜ୍ଞାନ ଓ ସମୃଦ୍ଧିର ଆଲୋକ ବିଚ୍ଛୁରିତ ହେଉ। ବିକଶିତ ଓଡ଼ିଶା ଲାଗି ସମସ୍ତେ ସଂକଳ୍ପବଦ୍ଧ ହୋଇ କାମ କରିବା। ଓଡ଼ିଶାର ଗୌରବକୁ ନୂତନ ଶିଖରରେ ପହଞ୍ଚାଇବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଟୁଇଟ୍‌ ଜରିଆରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଆଲୋକ ଓ ଆନନ୍ଦର ପର୍ବ ଦୀପାବଳି ଅବସରରେ ଓଡ଼ିଶାର ସମସ୍ତ ଭାଇ ଓ ଭଉଣୀମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ଏହି ଅବସରରେ ସମସ୍ତଙ୍କ ଜୀବନରୁ ଅନ୍ଧକାର ଦୂର ହୋଇ ଜ୍ଞାନର ଅଭ୍ୟୁଦୟ ହେଉ ଏତିକି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା।

Advertisment

ଦୀପାବଳି ପାଇଁ ନିଜେ ବଜାରକୁ ଆସି ଦୀପ ଓ ତେଲ କିଣିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ସାଙ୍ଗରେ ଥିଲେ ପତ୍ନୀ। ଆଜି ଦୀପାବଳିରେ ଭୁବନେଶ୍ବର ୧ ନମ୍ବର ମାର୍କେଟରେ ରାସ୍ତା କଡ଼ ଫୁଟପାଥରେ ଦୋକାନ କରିଥିବା ଜଣେ ମହିଳାଙ୍କ ଦୋକାନରୁ ଜଡ଼ା ତେଲ ସହ ମାଟି ଦୀପ କିଣିଛନ୍ତି ମୁଖ୍ୟମନ୍ତ୍ରୀ। ଦୀପ କିଣିବା ପରେ ମୁଖ୍ୟମନ୍ତ୍ରୀ ଅନ୍ୟ ଦୀପ ଦୋକାନ ବୁଲି ସେମାନଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି- ସେ ମୁଖ୍ୟମନ୍ତ୍ରୀ ନହେବା ପୂର୍ବରୁ ମଧ୍ୟ ଏଠାକୁ ଆସି ଦୀପ କିଣୁଥିଲେ। ତେବେ ଚଳିତବର୍ଷ ସେ ମୁଖ୍ୟମନ୍ତ୍ରୀ ଭାବେ ରାଜ୍ୟବାସୀଙ୍କ ସୁଖସମୃଦ୍ଧି କାମନା କରୁଛନ୍ତି। ଦୀପ କିଣିବା ପରେ ଓଡ଼ିଆ ଅସ୍ମିତାକୁ ସେ ଓ ତାଙ୍କ ସରକାର ସବୁବେଳେ ପ୍ରାଧାନ୍ୟ ଦେଉଥିବା କହିଥିଲେ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ନିଜେ ଆସି ଦୀପ କିଣିଥିବାରୁ ବେଶ୍ ଖୁସି ହୋଇଥିଲେ ବ୍ୟବସାୟୀ।

Odisha CM Diwali
Advertisment
Advertisment