• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଏବେ ରାଜ୍ୟରେ କାଳିଆ ବଦଳରେ ସିଏମ୍ କିଷାନ୍। ନୂଆଖାଇ ଏବଂ ଅକ୍ଷୟ ତୃତୀୟାରେ ମିଳିବ ସିଏମ କିଷାନ ଟଙ୍କା। ବିଧାନସଭାରେ କୃଷି ମନ୍ତ୍ରୀ କେଭି ସିଂହଦେଓ ଏ ନେଇ ସୂଚନା ଦେଇଛନ୍ତି।

ବର୍ଷକୁ ୨ଟି କିସ୍ତିରେ ମିଳିବ ଦୁଇ ହଜାର ଲେଖାଏଁ ୪ ହଜାର ଟଙ୍କା। ଏହି ଯୋଜନାରେ ଥିବା ୪୫ ଲକ୍ଷ ୭୬ ହଜାର ୫୨୪ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୯ ଲକ୍ଷ ୧୨ ହଜାର ୧୨୨ ଭୂମିହୀନ ଚାଷୀ ପାଇବେ ଏହି ଟଙ୍କା। ଏହା ସହ ଭୂମିହୀନ ଚାଷୀଙ୍କୁ ୩ଟି କିସ୍ତିରେ ମିଳିବ ୧୨ ହଜାର ୫ ଶହ ଟଙ୍କା। ନୂଆ ସାମିଲ ହେବା ପାଇଁ ସିଏମ୍ କିଷାନ ପୋର୍ଟାଲରେ ଆବେଦନ କରିହେବ। ଯୋଗ୍ୟତା ଥାଇ ପିଏମ୍ କିଷାନ ଯୋଜନାରୁ ବାଦ୍ ପଡ଼ିଥିବା ଚାଷୀଙ୍କୁ ସିଏମ୍ କିଷାନରେ ସାମିଲ କରାଯିବାର ବ୍ୟବସ୍ଥା ରହିଛି।

 

 

 

OTV is now on Whatsapp

Join and get latest news update delivered to you via whatsapp

Join Now