/odishatv-khabar/media/post_attachments/uploadimage/library/16_9/16_9_0/_Divyang_1726194202.jpg)
Divyang
ଦିବ୍ୟାଙ୍ଗ ବାପାର ବୋଝ ଉଠାଉଛି କୁନି ଝିଅ । ପାଠ ପଢ଼ୁଛି... ବାପାଙ୍କ କଥା ବୁଝୁଛି... ୩ୟ ଶ୍ରେଣୀରେ ସିନା ହେଲେ ଯେମିତି ୩୦ ବର୍ଷର ମଣିଷ ଭଳି ମୁଣ୍ଡାଇଛି ପରିବାରର ଦାୟିତ୍ୱ । ସକାଳ ହେଲେ ଦୃଷ୍ଟିହୀନ ବାପାଙ୍କ ହାତ ଧରି ବଜାରରୁ ପାଉଁରୁଟି କିଣି ଗାଁ ଗାଁ ବୁଲି ବିକ୍ରି କରୁଛି । ସେଥିରୁ ଯାହା ରୋଜଗାର ହେଉଛି, ସେତିକିରେ ଚଳି ଯାଉଛି ପରିବାର ।
ଗଜପତି ଜିଲ୍ଲା ମୋହନା ବ୍ଲକ୍ କମଳାପୁର ଗାଁର ବାବୁଲା ପ୍ରଧାନ । ଜନ୍ମରୁ ଦୃଷ୍ଟିହୀନ... ପରିବାର କହିଲେ ବୃଦ୍ଧ ବାପା ମାଆ ଓ ୫ ସନ୍ତାନ l ପାଉଁରୁଟି ବିକି ସେ ପରିବାର ପୋଷଣ କରନ୍ତି l କିନ୍ତୁ ଏହି କୁନି ଝିଅ ଆଲିଆ ପ୍ରଧାନ ଏବେ ଦୃଷ୍ଟିହୀନ ବାପାଙ୍କ ସାହାରା ପାଲଟିଛି l ସ୍କୁଲରେ ଭଲ ପାଠ ପଢିବା ସହ ପରିବାର ବୋଝ ମୁଣ୍ଡାଉଛି । ବାପାଙ୍କ କାନ୍ଧରୁ ବୋଝ କାଢ଼ି ନେଉଛି।
ଅଧିକ ପଢ଼ନ୍ତୁ: ଅନାଥ ଶିଶୁଙ୍କ ସଂଘର୍ଷ, ୧୪ବର୍ଷ ଝିଅ ମୁଣ୍ଡରେ ପରିବାରର ବୋଝ
ଆଲିଆ ନିୟମିତ ସ୍କୁଲକୁ ଯାଏ... କ୍ଲାସରେ ଭଲ ପାଠ ମଧ୍ୟ ପଢେ l ଆଲିଆ ପାଇଁ ସ୍କୁଲ୍ ଓ ଗ୍ରାମବାସମାନେ ବେଶ ଗର୍ବିତ ଅନୁଭବ କରନ୍ତି l କିନ୍ତୁ ଆମ ସରକାରଙ୍କ ମାଳମାଳ ଯୋଜନା ଭିତରେ ବି ଦୃଷ୍ଟିହୀନ ବାବୁଲାଙ୍କୁ ଘର ଖଣ୍ଡେ ମିଳିପାରିନାହିଁ । ଋଣ ନେଇ ବ୍ୟବସାୟ କରୁଥିବାବେଳେ ବାବୁଲାଙ୍କ ପରିବାର ସରକାରୀ ସହାୟତାକୁ ଅପେକ୍ଷା କରିଛି । ଆଜିର ଦିନରେ ପୁଅମାନଙ୍କ ଠାରୁ ଝିଅମାନେ ମଧ୍ୟ କୌଣସି ଗୁଣରେ କମ୍ ନୁହନ୍ତି । ଛୋଟ ବୟସରୁ ଆଲିଆ ପରିବାରର ଦାୟିତ୍ଵକୁ ବେଶ ଭଲ ଭାବରେ ବୁଝି ପାରିବା ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇ ପାରିଛନ୍ତି l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)