Advertisment

Paradip Port mishap:PICT ବର୍ଥରେ ଅଘଟଣ, ଜାହାଜରୁ ଖସିପଡ଼ିଲେ ୨ କ୍ରିଉ ମେମ୍ବର

ଜଣେ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି।

author-image
Ramakrushna Dakua
ଅଦ୍ୟତନ ହୋଇଛି
Chinese sailor missing after falling from Lucky Dragon vessel at Paradip Port, one rescued

Chinese sailor missing after falling from Lucky Dragon vessel at Paradip Port, one rescued

 ପାରାଦୀପରେ ଅଘଟଣ। ଜାହାଜରୁ ଖସିପଡ଼ିଲେ ୨ କ୍ରିୟୁ ମେମ୍ବର। ଜଣେ କ୍ରିୟୁ ମେମ୍ବରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଏବେ ବି ଜଣେ ନିଖୋଜ ଅଛନ୍ତି। ପାରାଦୀପ ପୋର୍ଟ PICT ବର୍ଥରେ ଏହି ଅଘଟଣ ଘଟିଛି। ନିଖୋଜ କ୍ରିଉ ମେମ୍ବର ଚୀନର ନାଗରିକ ବୋଲି ସୂଚନା ମିଳିଛି।

Advertisment

CISF ଦ୍ୱାରା ନିଖୋଜ କ୍ରିଉ ମେମ୍ବରଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପାରାଦୀପ ପୋର୍ଟ PICT ବର୍ଥରେ ଲାଗିଥିବା ଜାହାଜ MV ଲକି ଡ୍ରାଗନରୁ ମାଲ ଖଲାସ ହେବା ପରେ କ୍ରିଉ ମେମ୍ବର ପାଇଲଟ୍ ଲ୍ୟାଡର ପକାଉଥିଲେ। ସେତିକି ବେଳେ ସେ ପାଣି ଭିତରକୁ ଛିଟିକି ପଡ଼ିଥିଲେ। ତାଙ୍କୁ ଉଦ୍ଧାର ପାଇଁ ପାଣିକୁ ଡେଇଁଥିଲେ ବାଂଲାଦେଶର ଜଣେ କ୍ରିଉ ମେମ୍ବର।

Odisha News Paradip Port Odia News
Advertisment
Related Articles
Advertisment