Advertisment

ମମତାଙ୍କ ସହ କଥା ହେଲେ ମୋହନ; ଆଳୁ ଯୋଗାଣ ସ୍ବାଭାବିକ କରିବାକୁ କଲେ ଅନୁରୋଧ

ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।

author-image
Sujit kumar Swain
ଅଦ୍ୟତନ ହୋଇଛି
Chief Minister Mohan Majhi

Chief Minister Mohan Majhi

ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ କରିବାକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଟେଲିଫୋନ ଯୋଗେ ମମତା ବାନାର୍ଜୀଙ୍କ ସହିତ ଆଲୋଚନା କରି ଆଳୁ ଯୋଗାଣ ସମସ୍ୟା ଦୂର କରିବାକୁ ଅନୁରୋଧ କରିଛନ୍ତି।

Advertisment

ଦିଲ୍ଲୀରେ ଆଲୋଚନା ହେବା ପରେ ଓଡ଼ିଶାକୁ ଆଳୁ ଯୋଗାଣ ସ୍ବାଭାବିକ ହୋଇଥିଲା । ମାତ୍ର କିଛିଦିନ ପରେ ପୁଣି ଆଳୁ ଯୋଗାଣରେ ସମସ୍ୟା ସୃଷ୍ଟି ହୋଇଥିବା କହିଛନ୍ତି ମୋହନ ମାଝୀ । ଏଥିପ୍ରତି ଧ୍ୟାନ ଦେଇ ସମସ୍ୟା ଦୂର କରିବାକୁ ପଦକ୍ଷେପ ନେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅନୁରୋଧ କରିଥିଲେ।  ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। 

ଏପଟେ ଆଳୁ ଟ୍ରକ୍ ଜଗିବାକୁ ଲାଗିଲା ସିସିଟିଭି । ପ୍ରଥମେ ଆଳୁ ଟ୍ରକ୍ ଛାଡ଼ିଲେନି ଆଉ ଏବେ ଗଳା ବାଟରେ ଟ୍ରକ୍ ଆସୁଥିବା ଖବର ପାଇଁ ସିସିଟିଭି ଲଗାଇଲେ ପଶ୍ଚିମବଙ୍ଗ ସରକାର। ଓଡ଼ିଶା-ପଶ୍ଚିମବଙ୍ଗ ସୀମା ନୀଳଦା ଗାଁରେ ଯେଉଁଠି ପଶ୍ଚିମବଙ୍ଗ ପୋଲିସ୍ ରାସ୍ତା କଡ଼ରେ ସିସିଟିଭି ଲଗାଇ ଆଳୁ ଗାଡ଼ି ରୋକିବାକୁ ଯୋଜନା କରିଛନ୍ତି। 

Advertisment

ଲକ୍ଷ୍ମଣନାଥ ଟୋଲ୍ ଗେଟ୍ ରେ ଓଡ଼ିଶାକୁ ପଶ୍ଚିମବଙ୍ଗ ପୋଲିସ୍ ଆଳୁ ଗାଡ଼ି ଛାଡ଼ୁନି। ହେଲେ କିଛି ଛୋଟ ଛୋଟ ଗାଡ଼ିରେ ଆଳୁ ଓଡ଼ିଶାକୁ ବିଭିନ୍ନ ବାଟ ଦେଇ ପଶୁଛି। ତେଣୁ ଏହି ସବୁ ଗଳା ବାଟରେ ଏବେ ସିସିଟିଭି ଜରିଆରେ ନଜର ରଖିବାକୁ ଏମିତି ବ୍ୟବସ୍ଥା କରିଛି ପଶ୍ଚିମବଙ୍ଗ ପୋଲିସ୍। ଅପରପକ୍ଷେ, ରାଜ୍ୟରେ ଆଳୁ ଦର କିଛିଟା କମିଛି। ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ଆଳୁ କିଲୋ ପିଛା ୩୬ରୁ ୪୦ ଟଙ୍କା ମଧ୍ୟରେ ରହିଛି।

Potato Price CM Mamata Banerjee Mohan Charan Majhi Potato Crisis
Advertisment
Advertisment