• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଯାତ୍ରା ପେଣ୍ଡାଲରେ ଅଶ୍ଲୀଳ ଆଇଟମ୍ ଡ୍ୟାନ୍ସ ପରିବେଷଣକୁ ବିରୋଧ । ନୃତ୍ୟ ପରିବେଷଣ କରୁଥିବା ଅଭିନେତ୍ରୀ ନିଶା ମହାରଣାଙ୍କ ଉପରେ ଦର୍ଶକଙ୍କ ଚେୟାର ମାଡ ଅଭିଯୋଗ । ଏଥିରେ ନିଶା ମହାରଣାଙ୍କ ମୁଣ୍ଡରେ ଆଘାତ ଲାଗିଛି । ଗତକାଲି ରାତିରେ ଯାଜପୁର ଜିଲ୍ଲା କୋରେଇ ଥାନା ରଗଡିରେ ଘଟିଛି ଏହି ଘଟଣା ।

ସୂଚନା ଅନୁସାରେ ସ୍ବପ୍ନ ମହଲ ଯାତ୍ରା ପାର୍ଟିର ମେଲୋଡି କାର୍ଯ୍ୟକ୍ରମରେ ନିଶା ମହାରଣା ଆଇଟମ ନୃତ୍ୟ ପରିବେଷଣ କରିଥିଲେ । ତେବେ ସେ ଅଶ୍ଳୀଳ ନୃତ୍ୟ ପରିବେଷଣ କରୁଥିବା ଅଭିଯୋଗ କରି ଜଣେ ଦର୍ଶକ ତାଙ୍କ ଉପରକୁ ଚେୟାର ମାଡ କରିଥିଲେ । ଚେୟାରଟି ନିଶାଙ୍କ ମୁଣ୍ଡରେ ବାଜିଥିଲା । ଏହି ଘଟଣାକୁ ନେଇ ସେଠାରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା । ତେବେ ଯାତ୍ରା କମିଟି ସଦସ୍ୟ ଓ ପୋଲିସ ପକ୍ଷରୁ ନିଶାଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା । ସେ ସୁସ୍ଥ ଥିବା ଜଣାପଡିଛି । ଅନ୍ୟପଟେ ଯାତ୍ରା କମିଟି ପକ୍ଷରୁ ଘଟଣା ପାଇଁ ଦୁଃଖ ପ୍ରକାଶ କରାଯାଇଛି । ତେବେ ଏନେଇ ପୋଲିସର ପ୍ରତିକ୍ରିୟା ମିଳି ପାରିନାହିଁ ।

OTV is now on Whatsapp

Join and get latest news update delivered to you via whatsapp

Join Now