Advertisment

Baikuntha ‌‌Dham Ashram: ଖଣ୍ଡଗିରି ବୈକୁଣ୍ଠ ଆଶ୍ରମ ପାଇଁ ବଢ଼ିଲା ଅଡ଼ୁଆ, ଖୁବଶୀଘ୍ର ଆଶ୍ରମରେ ଚାଲିପାରେ ବୁଲଡୋଜର

ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଗତ ନଭେମ୍ବର ୨୧ରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ ।

ବୈକୁଣ୍ଠ ଆଶ୍ରମ ପାଇଁ ବଢ଼ିଲା ଅଡ଼ୁଆ

ବୈକୁଣ୍ଠ ଆଶ୍ରମ ପାଇଁ ବଢ଼ିଲା ଅଡ଼ୁଆ

Advertisment

ଭୁବନେଶ୍ୱର ଖଣ୍ଡଗିରି ସ୍ଥିତ ବୈକୁଣ୍ଠଧାମ ଆଶ୍ରମ ପାଇଁ ଅଡୁଆ ବଢିଲା । ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ । ଖୁବଶୀଘ୍ର ଆଶ୍ରମରେ ଚାଲିପାରେ ବୁଲଡୋଜର । ଆଶ୍ରମର ଜବରଦଖଲ ଉଛେଦ ଉପରେ ଥିବା ଅଙ୍କୁଶକୁ ହଟାଇ ଦେଇଛନ୍ତି ହାଇକୋର୍ଟ । ସୂଚନା ଅନୁସାରେ ବୈକୁଣ୍ଠ ଧାମ ଆଶ୍ରମର ନିର୍ମାଣ ଉପରେ କୌଣସି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ଗତ ନଭେମ୍ବର ୨୧ରେ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଜାରି କରିଥିଲେ ।

Advertisment

ସମ୍ପୃକ୍ତ ଜମି ଉପରେ ବୈକୁଣ୍ଠ ଧାମ ଟ୍ରଷ୍ଟ ପକ୍ଷରୁ ଯୋଗ ଶିକ୍ଷା ଦିଆଯାଉଛି । ସେହି ଜମିକୁ ଟ୍ରଷ୍ଟକୁ ହସ୍ତାନ୍ତର କରିବା ପାଇଁ ଗଣଶିକ୍ଷା ବିଭାଗ ପକ୍ଷରୁ ସାଧାରଣ ପ୍ରଶାସନ ବିଭାଗକୁ ସୁପାରିଶ କରାଯାଇଛି ବୋଲି ଆବେଦନକାରୀ ହାଇକୋର୍ଟରେ ଦର୍ଶାଇଥିଲେ । ତେବେ ଆଶ୍ରମ ପକ୍ଷରୁ ଦାଖଲ ହୋଇଥିବା ଅନୁମତି ପତ୍ର ନକଲି । ସରକାରଙ୍କ ପକ୍ଷରୁ ସତ୍ୟପାଠ ଦାଖଲ ପରେ କୋର୍ଟ ନିଜ ଅନ୍ତରୀଣ ନିର୍ଦ୍ଦେଶକୁ ହଟାଇ ଦେଇଛନ୍ତି । ଏହାସହ ସରକାରଙ୍କ ସତ୍ୟପାଠ ଆଧାରରେ ଜବାବ ଦାଖଲ କରିବାକୁ ଆଶ୍ରମ କର୍ତ୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆସନ୍ତା ଫେବୃଆରୀ ୩ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।

ଅଧିକ ପଢ଼ନ୍ତୁ: ଟ୍ୱିନ୍‌ ସିଟିରେ ଘନ କୁହୁଡ଼ି, ୧୦ ମିଟର ବି ଦେଖାଯାଉନି ରାସ୍ତା

ସୂଚନା ଅନୁସାରେ ଜଣେ ନାବାଳକକୁ ବାବା ଦର୍ଶାଇ ଖଣ୍ଡଗିରି ବୈକୁଣ୍ଠ ଆଶ୍ରମରେ ଭାଣ୍ଡାମୀ ଚାଲିଥିବା ଅଭିଯୋଗ ହୋଇଥିଲା । ତଥାକଥିତ କୁନି କଳକୀଙ୍କ ଦରବାରରେ ଚାଲେ ଭଜନ-କୀର୍ତ୍ତନ । ବାବାଙ୍କୁ ଚାମର ଧରି ଅନୁଗତ ଦେଇଥାନ୍ତି ଆଲଟ ସେବା । ଆଉ ସେହି ଦୃଶ୍ୟ ଦେଖି କୃତ୍ୟକୃତ୍ୟ ହୋଇଥାନ୍ତି ଅନୁଗାମୀ । ଖଣ୍ଡଗିରିର ଶ୍ରୀବୈକୁଣ୍ଠ ଧାମ ଆଶ୍ରମର ଆସ୍ଥାନ ଉପରେ ବିରାଜିତ ବାବାଙ୍କ ସେବା ପୂଜା କରି ଶତମୁଖରେ ପ୍ରଶଂସିତ ହୋଇଥାନ୍ତି ତାଙ୍କ ଶ୍ରଦ୍ଧାଳୁ।

Advertisment

ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ହେଉଛି ଖଣ୍ଡଗିରି ସ୍ଥିତ ଶ୍ରୀବୈକୁଣ୍ଠ ଧାମ ଆଶ୍ରମ ସରକାରୀ ଜମିରେ ତିଆରି ହୋଇଥିଲା। ଜିଏ ବିଭାଗ ପକ୍ଷରୁ ମାପଚୁପ ପରେ ଏହା ସ୍ପଷ୍ଟ ହୋଇଥିବା କହିଥିଲେ ସହକାରୀ ନିର୍ଦ୍ଦେଶକ । ୧୪୦ ଡିସିମିଲ୍ ସରକାରୀ ଜମିରେ ଅବସ୍ଥିତ ଅଛି ଆଶ୍ରମ । ତେବେ ଏନେଇ ସରକାରଙ୍କୁ ରିପୋର୍ଟ ଦିଆଯାଇଛି, ସେହି ଅନୁସାରେ ପଦକ୍ଷେପ ନିଆଯିବ ବୋଲି ଜିଏ ବିଭାଗର ସହକାରୀ ନିର୍ଦ୍ଦେଶକ କହିଥିଲେ ।

ଅଧିକ ପଢ଼ନ୍ତୁ: ଓଡ଼ିଶାରେ ହେବ କି ୨୦୩୬ ଅଲିମ୍ପିକ୍ସ ହକି ? ବିଶ୍ବ କ୍ରୀଡ଼ା ମହାକୁମ୍ଭ ପାଇଁ ଭାରତର ବିଡ୍ ପରେ ଚର୍ଚ୍ଚା

Advertisment
Bhubaneswar High Court
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ