/odishatv-khabar/media/post_attachments/uploadimage/library/16_9/16_9_0/IMAGE_1754316394.jpg)
BSE President Meets Education Minister
ଗଣଶିକ୍ଷା ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଭେଟିଲେ ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ଶ୍ରୀକାନ୍ତ ତରାଇ। ଲୋକସେବା ଭବନରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କୁ ଭେଟିଛନ୍ତି। ତେବେ କେଉଁ ପ୍ରସଙ୍ଗରେ ଆଲୋଚନା ପାଇଁ ଆସିଥିଲେ ଗଣମାଧ୍ୟମ ଆଗରେ କିଛି କହି ନଥିଲେ ଶ୍ରୀକାନ୍ତ।
Advertisment
ତେବେ ସ୍ପେଶାଲ୍ OTET ପ୍ରଶ୍ନପତ୍ର ଲିକ୍ ଓ ପରବର୍ତ୍ତୀ ପରୀକ୍ଷା ସୁପରିଚାଳନା ନେଇ ଆଲୋଚନା ହୋଇଥିବା ସୂଚନା ମିଳିଛି। OTET ପ୍ରଶ୍ନପତ୍ର ଲିକ୍ ମାମଲାରେ ଗିରଫ ହୋଇଛନ୍ତି ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି। ତାଙ୍କ ସହ ଆଉ ୭ ଜଣ ବି ଗିରଫ ହୋଇଥିଲେ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)