Advertisment

Bobeijoda Village: ଏମିତି ଗାଁ କୋଉଠି ନାହିଁ; ଚକାଚକ୍ ରାସ୍ତାଘାଟ, ଜଗିଛି ସିସିଟିଭି, ବୁଲିଯାଉଛନ୍ତି ପର୍ଯ୍ୟଟକ

ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି ବୋବେଇଯୋଡ଼ା ଗାଁ । ପରିଷ୍କାର ପରିଚ୍ଛନ୍ନତା ପାଇଁ ହାସଲ କରିଛି ସ୍ୱତନ୍ତ୍ର ପରିଚୟ । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ଜୀବନଶୈଳୀ ଦେଖିବାକୁ ଗାଁକୁ ବୁଲି ଆସିଥାନ୍ତି ଲୋକେ ।

ଅଦ୍ୟତନ ହୋଇଛି
Cleanest village

Cleanest village

Advertisment

ଗାଁ ହେବ ତ ଏମିତି । ଚାରିଆଡେ ସଫାସୁତୁରା, ରାସ୍ତାରେ ଅଳିଆ ଆବର୍ଜନା ତ ଦୂରର କଥା ପ୍ଲାଷ୍ଟିକ ଜରି ଖଣ୍ଡେ ମଧ୍ୟ ପଡ଼ିନାହିଁ । ସ୍ୱଚ୍ଛତା ପ୍ରତି ସଭିଏଁ ସଚେତନ ଥିବାରୁ ଗାଁର ସମସ୍ତେ ଡଷ୍ଟବିନ ବ୍ୟବହାର କରୁଛନ୍ତି । ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକର ଏ ହେଉଛି ଚର୍ଚ୍ଚିତ ଗାଁ ବୋବେଇଯୋଡା । ଯାହାକି ଏବେ ସ୍ୱଚ୍ଛତାର ଅନନ୍ୟ ଉଦାହରଣ ପାଲଟିଛି । ପରିଷ୍କାର ପରିଚ୍ଛନ୍ନତା ପାଇଁ ହାସଲ କରିଛି ସ୍ବତନ୍ତ୍ର ପରିଚୟ । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ଜୀବନଶୈଳୀ ଦେଖିବାକୁ ଏହି ଗାଁକୁ ବୁଲି ଆସିଥାନ୍ତି ଲୋକେ । 

Advertisment

ଅଧିକ ପଢ଼ନ୍ତୁ: ଓଡ଼ିଶା ମାଟିରେ ବିଦେଶୀ ଫଳ ଡ୍ରାଗନ ଫ୍ରୁଟ ଓ ଷ୍ଟ୍ରବେରୀ

ସ୍ୱଚ୍ଛତା ହେଉଛି ଏହି ଗାଁର ପରିଚୟ । ପାତା ପର୍ବ ଆସିଲେ ଉତ୍ସବମୁଖର ହୋଇ ଉଠେ ପୁରା ଗାଁ । ଆଉ ଗ୍ରାମର ପ୍ରତିଟି କୋଣ ଅନୁକୋଣରେ ଦେଖିବାକୁ ମିଳେ ସ୍ୱଚ୍ଛତାର ବାର୍ତ୍ତା । ଏହି ଗାଁରେ ପ୍ରାୟ ୧୦୦ଟି ପରିବାର ବସବାସ କରନ୍ତି । ଅଧିକାଂଶ ଘର ମାଟି ଛପର ହୋଇଥିଲେ ବି ପ୍ରାକୃତିକ ରଙ୍ଗ ବ୍ୟବହାର କରି ଘରଗୁଡ଼ିକୁ ସୁନ୍ଦର ଭାବେ ସଜ୍ଜା ଯାଇଛି । ଘର ଅଗଣାଠାରୁ ରାସ୍ତାଘାଟ ସବୁ ଦିଶୁଛି ଚକାଚକ୍ ।

୧୫ ବର୍ଷ ପୂର୍ବରୁ ସ୍ୱର୍ଗତ ଆଲଚିକି ଶିକ୍ଷକ ମଧୁସୂଦନ ମାରାଣ୍ଡି ସ୍ୱଚ୍ଛତା ନେଇ ପ୍ରଥମେ ପ୍ରୟାସ ଆରମ୍ଭ କରିଥିଲେ । ସେବେଠୁ ଗାଁକୁ ସମସ୍ତେ ମିଳିମିଶି ସଫା ରଖିଆସୁଛନ୍ତି । ଆଦିମ ଜନଜାତି ସାନ୍ତାଳୀ ସମ୍ପ୍ରଦାୟଙ୍କ ସଜବାଜ ଓ ପରିଷ୍କାର ପରିଚ୍ଛନ୍ନତା ଦେଖିବାକୁ ବାହାରୁ ମଧ୍ୟ ଅନେକ ଲୋକ ଆସିଥାନ୍ତି । ପୁରା ଗାଁକୁ ସିସିଟିଭି କ୍ୟାମେରାରେ ଆବଦ୍ଧ କରି ରଖାଯାଇଛି । 

Advertisment

ଅଧିକ ପଢ଼ନ୍ତୁ: ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ, ଶୋକବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

Mayurbhanj Village Cleanliness
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ