‘ଆଗ କାମ ବନ୍ଦ କର ତା ପରେ ଆଲୋଚନା’
ଓଡ଼ିଶା ଓ ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ମହାନଦୀକୁ ନେଇ ଆଲୋଚନାକୁ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ କଟାକ୍ଷ । ଛତିଶଗଡ଼ କାମ ବନ୍ଦ କରି ଆଲୋଚନା କରୁ ବୋଲି ସେ କହିଛନ୍ତି । ପୂର୍ବରୁ ଅନେକ ଥର ଏନେଇ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଉଦ୍ୟମ ହୋଇଛି। କେନ୍ଦ୍ର, ଛତିଶଗଡ଼ ଓ ଓଡ଼ିଶା ମଧ୍ୟରେ ଏକାଧିକ ଥର ତ୍ରିପାକ୍ଷିକ ଆଲୋଚନା ହୋଇଛି । ହେଲେ ଛତିଶଗଡ଼ର ଜିଦଖୋର ମନୋଭାବ ପାଇଁ ସମାଧାନ ହୋଇ ପାରିନି । ତେଣୁ ଉଭୟ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବା ସ୍ୱାଗତଯୋଗ୍ୟ। ତେବେ ଯଦି ସମାଧାନର ଇଚ୍ଛା ଅଛି ଛତିଶଗଡ଼ ନିର୍ମାଣ କରୁଥିବା ବାକି ବ୍ୟାରେଜ କାମ ବନ୍ଦ କରନ୍ତୁ ବୋଲି କହିଛନ୍ତି ପ୍ରସନ୍ନ ।
ଅଧିକ ପଢ଼ନ୍ତୁ: ବାଙ୍ଗିରିପୋଷିକୁ ଯାଇଥିବା ଦୁଇ ମନ୍ତ୍ରୀଙ୍କୁ ବିରୋଧ, ଢେଲା ମାଡ଼ରେ ଭାଙ୍ଗିଲା ମନ୍ତ୍ରୀଙ୍କୁ ଛାଡି ଫେରୁଥିବା କାର୍ କାଚ
ସେପଟେ ବିଜେଡିକୁ କଡ଼ା ଭର୍ତ୍ସନା କରିବା ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ବିଜେଡି ଶାସନରେ ଥିଲା ବେଳେ ସମାଧାନ ପାଇଁ ଆଲୋଚନାକୁ ଗଲେନି । ୨୦୧୬ରେ କେନ୍ଦ୍ର ସରକାର ଦୁଇ ରାଜ୍ୟକୁ ଆଲୋଚନାକୁ ଡାକିଥିଲେ। ଥରେ ଆଲୋଚନାକୁ ଗଲେ ଓ ଆଉ ଥରେ ଗଲେନି । ରାଜନୈତିକ ଫାଇଦା ପାଇଁ ଟ୍ରିବ୍ୟୁନାଲ୍କୁ ଗଲେ । ଆମ ସରକାରକୁ ଆଉ ଜ୍ଞାନ ଦେବା ଦରକାର ନାହିଁ । କେମିତି ସମାଧାନ ହେବ ଆମ ସରକାର ଯତ୍ନବାନ । ବାହାର ରାଜ୍ୟର ଜଣେ ବ୍ୟକ୍ତିଙ୍କ କଥାରେ ପଡ଼ି ଯାହା କଲେ, ସେଥିପାଇଁ କାନ୍ଦୁଛନ୍ତି ବୋଲି କହିଛନ୍ତି ପୃଥ୍ବୀରାଜ ହରିଚନ୍ଦନ । ସେପଟେ ମହାନଦୀ ପ୍ରସଙ୍ଗରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଲୋକସେବା ଭବନରେ ଆଲୋଚନା କରିଥିଲେ । ଆଲୋଚନା ସକାରାତ୍ମକ ହୋଇଥିବା ମୁଖ୍ୟମନ୍ତ୍ରୀ ମୋହନ ମାଝୀ କହିଥିଲେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742726065.jpg)