Raja Chakra Arrested: ରାଜା ଚକ୍ରଙ୍କ ପରେ ବଡ ମାଛ ଧରିବାକୁ ଯୋଜନା କରିଛି କି EOW ?

ରାଜା ଚକ୍ରଙ୍କ ପରେ କିଏ ? କାହାକୁ ଟାଣିବ କ୍ରାଇମବ୍ରାଞ୍ଚ ? ରାଜନେତା ନା ଆଇଏଏସ ନା ଆଇପିଏସ, କିଏ ଫସିବେ ? ରାଜା ଚକ୍ରଙ୍କ ବିଜନେସ୍ ପାର୍ଟନର ଆଇପିଏସ୍ ମିତ୍ରଭାନୁଙ୍କ ଶଳା କିଏ? ଗତକାଲି ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ବାବଦରେ ବଦ୍ରି ପାତ୍ରଙ୍କ ଖୁଲାସାପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ।

ଚକ୍ର ପରେ କାହା ପାଳି?

ରାଜାଙ୍କ ପରେ ବଡ ମାଛ ଧରିବାକୁ ଯୋଜନା କରିଛି କି EOW ? ବଡ ନେତା, ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କ ପାଖରେ ପହଞ୍ଚିବ କି କ୍ରାଇମବ୍ରାଞ୍ଚ ? ବଦ୍ରିଙ୍କ ବୟାନ ପରେ ବଢିଲା ଚର୍ଚ୍ଚା । ତଦନ୍ତ ପରିସର ଭୁକ୍ତ ହେବେ କି ରାଜାଙ୍କୁ ସାହାଯ୍ୟ କରିଥିବା ପୂର୍ବତନ ଜିଲ୍ଲାପାଳ ଆଉ ଏସପି ? ରାଜା ଚକ୍ରଙ୍କୁ ଗିରଫ ପରେ ଏବେ ଉଠିଛି ଏମିତି କିଛି ପ୍ରଶ୍ନ । ଏସବୁ ଭିତରେ ଗିରଫ ରାଜଚକ୍ରଙ୍କୁ ଆଜି ୧୪ ଦିନିଆ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।

ରାଜା ଚକ୍ରଙ୍କ ପରେ କିଏ ? କାହାକୁ ଟାଣିବ କ୍ରାଇମବ୍ରାଞ୍ଚ ? ରାଜନେତା ନା ଆଇଏଏସ ନା ଆଇପିଏସ, କିଏ ଫସିବେ ? ରାଜା ଚକ୍ରଙ୍କ ବିଜନେସ୍ ପାର୍ଟନର ଆଇପିଏସ୍ ମିତ୍ରଭାନୁଙ୍କ ଶଳା କିଏ? ଗତକାଲି ରାଜା ଚକ୍ରଙ୍କ କଳା ସାମ୍ରାଜ୍ୟ ବାବଦରେ ବଦ୍ରି ପାତ୍ରଙ୍କ ଖୁଲାସାପରେ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା । ସିଧାସଳଖ ତତ୍କାଳୀନ ଜିଲ୍ଲାପାଳ ଆଶିଷ ଠାକରେ ଏବଂ ଆଇପିଏସ ମିତ୍ରଭାନୁ ମହାପାତ୍ରଙ୍କ ନାଁ ନେଇଥିଲେ ବଦ୍ରି ।

ଅଧିକ ପଢ଼ନ୍ତୁ : ପୁଣି ହେବେ କି ଆଣ୍ଠୁଆ ଗୋପାଳ ! କେନ୍ଦ୍ରାପଡ଼ାକୁ ଫେରୁଛନ୍ତି ସାରଥୀ ବାବା 

ବଦ୍ରି କହିଥିଲେ ସେମାନଙ୍କୁ ଧରାଯିବା ପରେ ହିଁ ପୂରା ନେଟୱାର୍କ ସାମ୍ନାକୁ ଆସିବ । ସିଏମଓ ଏବଂ ପାଣ୍ଡିଆନ୍ ଏ ସଂପର୍କରେ ଅବଗତ ଥିବାବେଳେ, ସେତେବେଳେ କାହା ନିର୍ଦ୍ଦେଶରେ ଜିଲ୍ଲାପାଳ, ଏସପି ତାଙ୍କୁ ସାହାଯ୍ୟ କରୁଥିଲେ ସେ ନେଇ ବି ପ୍ରଶ୍ନ ଉଠାଇଥିଲେ ବଦ୍ରି । ତେଣୁ ତତ୍କାଳୀନ ଏସପି ଏବଂ ଜିଲ୍ଲାପାଳଙ୍କୁ ହେବ କି ନୋଟିସ୍ ? ଏହାବାଦ୍ ତଦନ୍ତରୁ ଏହି ଦୁଇ ଅଧିକାରୀଙ୍କ ସହ ରାଜାଙ୍କ କିଛି ଲିଙ୍କ ବାହାରିଛି କି ? ତାକୁ ନେଇ ବି ବଢିଛି ଚର୍ଚ୍ଚା । ବଡ କଥା ହେଉଛି, ଯଦି ଏ ଦୁଇ ଅଧିକାରୀଙ୍କ ଜେରା ହୁଏ, ତା'ହେଲେ ଆଉ କାହା ନାଁ ସାମ୍ନାକୁ ଆସିପାରେ ।

ଆସିପାରେ କି ଅଭିଯୋଗ ହେଉଥିବା ବବି, ପାଣ୍ଡିଆନଙ୍କ ଲିଙ୍କ୍ ? ଏସବୁକୁ ନେଇ ରାଜନୀତି ବି ତେଜିଛି । ଗତକାଲି ରାଜାଙ୍କ ବିଷୟରେ ବଦ୍ରିଙ୍କ ବୟାନ ପରେ କଂଗ୍ରେସ ଏବଂ ନିଜ ଦଳ ବିଜେଡି ବଦ୍ରିଙ୍କୁ ଟାର୍ଗେଟ କରି ଆଗରୁ ବଦ୍ରି କାହିଁକି ଚୁପ୍ ଥିଲେ ବୋଲି ପ୍ରଶ୍ନ କରିଛନ୍ତି ।

ଏପଟେ ଆଇନ ମନ୍ତ୍ରୀ କହିଛନ୍ତି ରାଜାଙ୍କ ଲିଙ୍କରେ ଥିବା ସମସ୍ତେ ଆଗକୁ ତଦନ୍ତ ପରିସରଭୁକ୍ତ ହେବେ । ଅପରପକ୍ଷେ ଆଜି ବାଲେଶ୍ୱର ଓପିଆଇଡି କୋର୍ଟରେ ରାଜା ଚକ୍ରଙ୍କୁ ହାଜର କରାଯାଇଛି। ତେବେ ଏଯାଏଁ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ପକ୍ଷରୁ ରିମାଣ୍ଡ ଆବେଦନ କରାଯାଇ ନାହିଁ ।

ଅଭିଯୁକ୍ତଙ୍କ ପକ୍ଷରୁ ମଧ୍ୟ ବେଲ୍ ଆବେଦନ ହୋଇ ନଥିବାରୁ ୧୪ ଦିନିଆ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ରାଜା ଚକ୍ର । ଇଓଡବ୍ଲୁ ଲଗାତର ୯ ଦିନ ରେଡ୍ ଆଉ ଛାନଭିନ ପରେ ଗତକାଲି କେନ୍ଦୁଝରରୁ ରାଜାଙ୍କୁ ଗିରଫ କରିଥିଲା । ଦେଖିବାର କଥା ହେଉଛି ଇଓଡବ୍ଲୁ କେମିତି ଆଗକୁ ବଢୁଛି, ଆଉ କାହାକୁ ତଦନ୍ତ ପରିସରଭୁକ୍ତ କରୁଛି । କେଉଁ ବଡ଼ ବଡ଼ ମାଛ ଜାଲରେ ପଡୁଛନ୍ତି ।

ଅଧିକ ପଢ଼ନ୍ତୁ : ସବୁଜ ବନାନୀରେ ଖିଲିଖିଲି ହୋଇ ହସୁଛି ଲାଲଗଡ଼ କୋରାପୁଟ