Advertisment

ଅନାସ୍ଥାରେ ହାରିଲେ ଫୁଲବାଣୀ ପୌରପରିଷଦର ପୌରାଧ୍ୟକ୍ଷା...

ଅନାସ୍ଥାରେ ହାରିଲେ ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି । ଅନାସ୍ଥା ସପକ୍ଷରେ ୧୧ଜଣ କାଉନସିଲର ଭୋଟ୍ ଦେଇଛନ୍ତି।

author-image
Sujit kumar Swain
ଅଦ୍ୟତନ ହୋଇଛି
Chairperson of Phulbani civic body loses post

Smita Rani Mohanty

ଅନାସ୍ଥାରେ ହାରିଲେ ଫୁଲବାଣୀ ବିଜେପି ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି । ଅନାସ୍ଥା ସପକ୍ଷରେ ୧୧ଜଣ କାଉନସିଲର ଭୋଟ୍ ଦେଇଛନ୍ତି। ସେ ମଧ୍ୟରେ ୭ଜଣ ବିଜେଡି, ୨ ଜଣ ବିଜେପି ଓ ୨ ସ୍ବାଧୀନ କାଉନସିଲର ଅଛନ୍ତି । ଜଣଙ୍କ ଭୋଟ୍ ନାକଚ ହୋଇଥିବା ବେଳେ ୧୦ଟି ଭୋଟ୍ କାୟମ ରହିଛି। ଫୁଲବାଣୀ ଉପ-ଜିଲ୍ଲାପାଳ ଅନାସ୍ଥା ଭୋଟର ପରିଚାଳନା କରିଥିଲେ।

Advertisment

ଗତ ଏପ୍ରିଲ ମାସରେ ପୌର ପରିଷଦର ୧୧ ଜଣ କାଉନସିଲର ଅନାସ୍ଥା ଆଗତ କରିଥିଲେ। ଜିଲ୍ଲାପାଳ ପ୍ରସ୍ତାବ ଗ୍ରହଣ କରି ଏପ୍ରିଲ ୧୫ରେ ଆଲୋଚନା ପାଇଁ ନୋଟିସ୍ କରିଥିଲେ। ଏନେଇ ହାଇକୋର୍ଟ ଯାଇଥିଲେ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି। ହାଇକୋର୍ଟ ମାମଲାର ବିଚାର କରି ସାନି ବୈଠକ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ନିର୍ଦ୍ଦେଶ ଅନୁଯାୟୀ ଗତ ୧୯ରେ ଆଲୋଚନା ପାଇଁ ଜିଲ୍ଲାପାଳ ଧାର୍ଯ୍ୟ କରିଥିବା ବେଳେ, ଅଧୀକୃତ ଅଧିକାରୀ ଉପସ୍ଥିତ ନଥିବାରୁ ଆଲୋଚନା ହୋଇନଥିଲା। ତେବେ ଅନାସ୍ଥା ଭୋଟ୍ ନେଇ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତିଙ୍କ ପ୍ରତିକ୍ରିୟା ମିଳିପାରିନି ।

Advertisment

ତେବେ ପ୍ରଶ୍ନ ଉଠୁଛି, ରାଜ୍ୟରେ ବିଜେପିର ସରକାର ଓ ଫୁଲବାଣୀରେ ବିଜେପି ବିଧାୟକ ଥିବାସତ୍ତ୍ୱେ ଶ୍ରୀମତୀ ମହାନ୍ତିଙ୍କ ପୌରାଧ୍ୟକ୍ଷା ପଦକୁ ବଂଚାଇବା ପାଇଁ ବିଜେପି କାହିଁକି ଆବଶ୍ୟକ ରଣନୀତି ପ୍ରସ୍ତୁତ କଲା ନାହିଁ । କନ୍ଧମାଳ ଲୋକସଭା ଆସନ ବିଜେପି ପାଖରେ ରହିଛି । ଏହି ଲୋକସଭା ଅନ୍ତର୍ଗତ ସମସ୍ତ ୭ଟିରୁ ୪ଟି ଆସନ ବିଜେପି ଖାତାକୁ ଯାଇଛି । ଫୁଲବାଣୀରେ ବିଜେପିର ନିଜସ୍ୱ ବିଧାୟକ ଅଛନ୍ତି । ଏହି ଲୋକସଭା ଆସନ ଅନ୍ତର୍ଗତ ବିଧାୟକ ସରୋଜ କୁମାର ପ୍ରଧାନଙ୍କୁ ଗତକାଲି ସରକାରୀ ଦଳ ମୁଖ୍ୟ ସଚେତକ ପଦରେ ବିଜେପି ଅବସ୍ଥାପିତ କରାଇଛି । ତଥାପି ଦଳର ନିର୍ବାଚିତା ପୌରାଧ୍ୟକ୍ଷା ଶ୍ରୀମତୀ ମହାନ୍ତିଙ୍କ ପଦକୁ ବଂଚାଇବାରେ ବିଜେପି ସେଠାରେ ବିଫଳ ହୋଇଛି ।

Odisha BJP
Advertisment
Advertisment