Advertisment

BJP Strategy : ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିଜେପିର ନୂଆ ଷ୍ଟ୍ରାଟେଜି; ଯୁବ ନେତୃତ୍ୱ ସମ୍ଭାଳିବେ ସଙ୍ଗଠନ ଭାର

ରାଜ୍ୟ ବିଜେପିର ୧ହଜାର ୫୨ଟି ମଣ୍ଡଳ ରହିଛି। ପ୍ରାୟ ୫୦ ପ୍ରତିଶତ ମଣ୍ଡଳରେ ସଭାପତି ଚୂଡାନ୍ତ ହୋଇ ସାରିଲାଣି। ଜାନୁଆରୀ ୧୫ ସୁଦ୍ଧା ଜିଲ୍ଲା ସଭାପତି ମଧ୍ୟ ଚୂଡାନ୍ତ ହୋଇଯିବେ। ତାପରେ ରାଜ୍ୟ ସଭାପତି ଚୟନ ହେବ। ରାଜ୍ୟର ନୂଆ ମଙ୍ଗୁଆଳ କିଏ ହେଉଛନ୍ତି ତାଉପରେ ରହିଛି ନଜର।

ଅଦ୍ୟତନ ହୋଇଛି
BJP

BJP

Advertisment

ନୂଆ ରଣନୀତି ସହ ବିଜେପି କରୁଛି ସାଙ୍ଗଠନିକ ପରିବର୍ତ୍ତନ। ଯୁବ ନେତୃତ୍ୱ ବିକାଶକୁ ଗୁରୁତ୍ୱ ଦିଆଯାଉଛି । ଏଣିକି ଗ୍ରାଉଣ୍ଡରେ ବିଜେପିର ସାଙ୍ଗଠନିକ ମଙ୍ଗ ଧରିବେ ଯୁବ ଚେହେରା। ବିଭିନ୍ନ ସାଙ୍ଗଠନିକ ପଦପଦବୀରେ ବସିବାକୁ ନେତାଙ୍କ ପାଇଁ ବୟସ ସୀମା ଧାର୍ଯ୍ୟ କରିଛି ଦଳ। ୩୫ରୁ ୪୫ ବର୍ଷର ନେତା ହିଁ ମଣ୍ଡଳ ଗୁଡ଼ିକର ସଭାପତି ରହିବେ। ୪୫ରୁ ୬୦ ବର୍ଷର ନେତା ଜିଲ୍ଲା ସଭାପତି ପାଇଁ ପ୍ରଯୁଜ୍ୟ। ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଇ ରାଜ୍ୟ ବିଜେପିର ଏଭଳି ସଂସ୍କାର ମୂଳକ ଷ୍ଟ୍ରାଟେଜି କେତେ ସଫଳ ହେଉଛି ତା ଉପରେ ନଜର।

Advertisment

ଯୁବ ନେତୃତ୍ୱଙ୍କ କାନ୍ଧରେ ଏବେ ବିଜେପିର ସଙ୍ଗଠନ ଭାର। ନୂଆ ଢାଞ୍ଚାରେ ବିଜେପିର ସାଙ୍ଗଠନିକ ପୁନର୍ବିନ୍ୟାସ କରାଯିବ ।ଏଣିକି ୩୫ରୁ ୪୫ ବର୍ଷୀୟ ନେତା ସମ୍ଭାଳିବେ ମଣ୍ଡଳ । କେବଳ ୪୫ରୁ ୬୦ ବର୍ଷୀୟ ନେତା ହେବେ ଜିଲ୍ଲା ସଭାପତି । ବିଜେପି ସାଂଗଠନିକ ନିର୍ବାଚନରେ ଯୁବ ନେତୃତ୍ବକୁ ଗୁରୁତ୍ବ ଦେଇ ବିଭିନ୍ନ ସଭାପତି ପଦ ପାଇଁ ବୟସ ସୀମା ନିର୍ଦ୍ଧାରଣ କରିଛି ଦଳ। ରାଜ୍ୟରେ ପ୍ରଥମ ଥର ପାଇଁ ଦଳ ଏକାକୀ ସରକାର ଗଠନ କରିଥିବା ବେଳେ, ଆଗାମୀ ୨୫ ବର୍ଷ ଧରି କ୍ଷମତାରେ ରହିବାକୁ ଇଏ ସଙ୍ଗଠନ ସୁଦୃଢ଼ୀକରଣର ବ୍ଲୁ-ପ୍ରିଣ୍ଟ। ଏବେ ଦଳର ଫୋକସରେ ପଞ୍ଚାୟତ ନିର୍ବାଚନ

ଗ୍ରାଉଣ୍ଡ ଜିରୋରେ ବିଜେଡିକୁ ଶୂନ୍ କରିବାକୁ ମିଶନ ଆରମ୍ଭ ହୋଇଛି । ତେଣୁ ସାଙ୍ଗଠନିକ ପୁନର୍ବିନ୍ୟାସ ବେଳେ ଦଳ ପାଇଁ କଠିନ ପରିଶ୍ରମ କରିପାରୁଥିବା ଏବଂ ଅଳ୍ପ ଅଭିଜ୍ଞତା ରଖୁଥିବା ୩୫ରୁ ୪୫ ବର୍ଷୀୟ ନେତାଙ୍କୁ ଦଳ ମଣ୍ଡଳ ସଭାପତି ଭାବେ ନିଯୁକ୍ତ କରାଯାଇଛି । ସେହିଭଳି ଜିଲ୍ଲା ପାଇଁ ଅଭିଜ୍ଞତା ରଖୁଥିବା ୪୫ରୁ ୬୦ ବର୍ଷ ବୟସର ନେତାଙ୍କୁ ବି ଦଳ ସଭାପତି ଦାୟିତ୍ୱ ଦେବାକୁ ସ୍ଥିର କରିଛି ଦଳ । ସରକାରକୁ ଆସିବା ପରେ ସଙ୍ଗଠନ ମଜବୁତ କରିବାରେ ଲାଗିଛି ବିଜେପି ।

Advertisment

ଅଧିକ ପଢ଼ନ୍ତୁ: ନବୀନ ନିବାସରେ ବଡ଼ ହଲଚଲ୍; ସିନିୟରଙ୍କୁ ମାନୁନାହାନ୍ତି ଜୁନିୟର, ଚାଲିଛି ସମାନ୍ତରାଳ ସଂଗଠନ!

ଗତ ସଦସ୍ୟତା ଅଭିଯାନରେ ବିଜେପି ୪୦ ଲକ୍ଷ ସଦସ୍ୟ ହାସଲ କରିଥିଲା। ଚଳିତ ଥର କୋଟିଏ ଲୋକଙ୍କୁ ଯୋଡିବାକୁ ଟାର୍ଗେଟ ଦିଆଯାଇଥିଲା । ପୂର୍ବରୁ ବି ମୋ ବୁଥ୍ ସବୁଠୁ ମଜବୁତ ଭଳି କାର୍ଯ୍ୟକ୍ରମ ଜରିଆରେ ବୁଥ୍ ସଜାଡି ସାରିଛି ବିଜେପି। ଆଗକୁ ବୁଥ୍ କମିଟି ଆଉ ମଣ୍ଡଳ କମିଟି ଗଠନ ହେବା ପରେ ଆରମ୍ଭ ହେବ ସାଙ୍ଗଠନିକ କାର୍ଯ୍ୟକ୍ରମ। ମୋଦିଙ୍କ ଫୋକସରେ ରହିଛନ୍ତି ଯୁବ ବର୍ଗ। ତେଣୁ ରାଜ୍ୟ ବିଜେପି ମଧ୍ୟ ଯୁବ ନେତୃତ୍ୱକୁ ଗୁରୁତ୍ୱ ଦେଇ ସାଙ୍ଗଠନିକ ପଦପଦବୀରେ ଅବସ୍ଥାପିତ କରୁଛି। ଯୁବ ମୁଖ୍ୟମନ୍ତ୍ରୀ ଚେହେରା ସହ ଯୁବ ଭୋଟରଙ୍କ ସହ ଅଧିକ ଯୋଡ଼ି ହୋଇ ରହିବାକୁ ବିଜେପି ଏଭଳି ଷ୍ଟ୍ରାଟେଜି ଆପଣେଇଛି।

Advertisment

ରାଜ୍ୟ ବିଜେପିର ୧ହଜାର ୫୨ଟି ମଣ୍ଡଳ ରହିଛି। ପ୍ରାୟ ୫୦ ପ୍ରତିଶତ ମଣ୍ଡଳରେ ସଭାପତି ଚୂଡାନ୍ତ ହୋଇ ସାରିଲାଣି। ଜାନୁଆରୀ ୧୫ ସୁଦ୍ଧା ଜିଲ୍ଲା ସଭାପତି ମଧ୍ୟ ଚୂଡାନ୍ତ ହୋଇଯିବେ। ତାପରେ ରାଜ୍ୟ ସଭାପତି ଚୟନ ହେବ। ରାଜ୍ୟର ନୂଆ ମଙ୍ଗୁଆଳ କିଏ ହେଉଛନ୍ତି ତା’ଉପରେ ସମସ୍ତଙ୍କ ନଜର ରହିଛି ।

ଅଧିକ ପଢ଼ନ୍ତୁ:  ଘନ କୁହୁଡ଼ିରେ ଦିଶୁନି ମୁହଁକୁ ମୁହଁ, ଲୁଚିଗଲା ପୁରୀ ଶ୍ରୀମନ୍ଦିର

BJD BJP Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ