/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712504687.jpg)
Baijayant Panda
ଘରକୁ ଫେରିଲେ ଲାଓସରେ ଫସିଥିବା ୧୭ ଓଡ଼ିଆ । ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ହସ୍ତକ୍ଷେପ ପରେ ଓଡ଼ିଆ ଶ୍ରମିକମାନେ ଓଡ଼ିଶା ପହଁଚିଛନ୍ତି । ଫସିଥିବା ଓଡ଼ିଆ ଶ୍ରମିକଙ୍କୁ ଉଦ୍ଧାର କରି ସୁରକ୍ଷିତ ଫେରାଇ ଆଣିବା ଲାଗି ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଗତ ମାସ ୨୭ ତାରିଖରେ ବୈଜୟନ୍ତ ଏକ ଚିଠି ଲେଖି ନିବେଦନ କରିଥିଲେ।
ଶ୍ରମିକମାନଙ୍କ ମଧ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି, ରାଜକନିକା, ରାଜନଗର ନିର୍ବାଚନ ମଣ୍ଡଳୀର ୧୧ ଜଣ, ଯାଜପୁରରୁ ୪ ଜଣ ଏବଂ ଢେଙ୍କାନାଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ରହିଛନ୍ତି । ଶ୍ରମିକମାନେ ଅଧିକ ରୋଜଗାର ଆଶାରେ ଏକ ଏଜେଣ୍ଟଙ୍କ ଜରିଆରେ ଲାଓସ ଯାଇଥିଲେ। ହେଲେ ସେଠାରେ କମ୍ପାନୀ ସେମାନଙ୍କୁ ଚୁକ୍ତି ମୁତାବକ ଦରମା ନ ଦେଇ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା ପରିବାର ଲୋକଙ୍କୁ ଜଣାଇଥିଲେ। ସେପଟେ ଓଡ଼ିଆ ଶ୍ରମିକଙ୍କ ସୁରକ୍ଷିତ ଘରବାହୁଡ଼ା ନେଇ ଆଶ୍ୱସ୍ତି ପ୍ରକାଶ କରିଛନ୍ତି ବୈଜୟନ୍ତ । ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)