Advertisment

Incomplete Drinking Water Project: BJDକୁ ଚିନ୍ତା ଅଧୁରା ପାନୀୟ ଜଳ ପ୍ରକଳ୍ପ: କହିଲେ-'ପ୍ରକଳ୍ପ ନ ସରିବାରୁ ହାରିଲେ ବିଧାୟକ'

ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ନାରାୟଣ ପାତ୍ର ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଶ୍ନ କାଳରେ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ପାନୀୟଜଳ କଷ୍ଟ ପାଇଁ ଆକ୍ରୋଶର ଶିକାର ହୋଇ ନିର୍ବାଚନ ହାରିଛନ୍ତି ବିଧାୟକ ।

ଅଦ୍ୟତନ ହୋଇଛି
Incomplete Drinking Water Project

Incomplete Drinking Water Project

Advertisment

ରାଜ୍ୟରେ ପାନୀୟ ଜଳ ପ୍ରକଳ୍ପକୁ ନେଇ ବିଧାନସଭା ସରଗରମ । ବିଜେଡିର ବରିଷ୍ଠ ବିଧାୟକ ବଦ୍ରି ନାୟାୟଣ ପାତ୍ର ପାନୀୟ ଜଳ ପ୍ରକଳ୍ପକୁ ନେଇ ପ୍ରଶ୍ନ କାଳରେ ବିସ୍ଫୋରକ ବୟାନ ଦେଇଛନ୍ତି । ସେ କହିଛନ୍ତି ପାନୀୟଜଳ କଷ୍ଟ ପାଇଁ ଆକ୍ରୋଶର ଶିକାର ହୋଇ ନିର୍ବାଚନ ହାରିଛନ୍ତି ବିଧାୟକ । ମୁଁ ନିଜେ ଏହା ଗତ ନିର୍ବାଚନରେ ଅନୁଭବ କରିଛି । ଯେଉଁମାନେ କମ୍ ଭୋଟରେ ହାରିଛନ୍ତି, ନିର୍ବାଚନ ପୂର୍ବରୁ ପାନୀୟ ଜଳ ପ୍ରକଳ୍ପ ନସରିବା ଏହାର ମୁଖ୍ୟ କାରଣ । ଲୋକ ମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା, ନିର୍ବାଚନ ପୂର୍ବରୁ ପ୍ରକଳ୍ପ ସରିବ । କିନ୍ତୁ ନସରିବାରୁ ଲୋକଙ୍କ ଆକ୍ରୋଶ ବଢ଼ିଲା ବୋଲି କହିଛନ୍ତି ବଦ୍ରି।

Advertisment

ଅନ୍ୟପଟେ ବିଧାୟକ ସୌଭିକ ବିଶ୍ବାଳଙ୍କ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରିତା ସଂପର୍କିତ ମୂଳ ପ୍ରଶ୍ନର ଉତ୍ତରରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାଏକ। କହିଛନ୍ତି ପୂର୍ବ ସରକାର ଅମଳରେ ମଲେଇ ଖାଇ ପଳେଇଛନ୍ତି ଠିକାଦାର। ପୂର୍ବ ସରକାର ପାନୀୟ ଜଳ ଯୋଗାଣ ପାଇଁ ଯେଉଁ ଠିକାଦାର ମାନଙ୍କ ସହ ଏଗ୍ରିମେଣ୍ଟ କରିଥିଲେ ସେଥିରୁ ୫୮ ପ୍ରତିଶତ ଟଙ୍କା ଉଠାଇ ଠିକାଦାର କେବଳ ପାଇପ ବିଛାଇ ପଳେଇଲେ। 

ଅଧିକ ପଢନ୍ତୁ: ନାଁ ଯେମିତି ଅନନ୍ୟା, ପ୍ରତିଭା ବି ଅନନ୍ୟ; ତାଙ୍କ ତୁଳୀର ମୁନରେ ଜୀବନ୍ତ ହୁଏ ଚିତ୍ର 

Advertisment

ଆହୁରି କହିଛନ୍ତି ଯେ, ଇନଟେକ ୱେଲ ନିର୍ମାଣ ହୋଇନି। ସେଥିପାଇଁ କାମ ବିଳମ୍ବ ହେଉଛି। ବିଭାଗ ବହୁତ ପରିଶ୍ରମ କରୁଛି । ରାଜ୍ୟରେ ମାତ୍ର ୧୬ଟି ପାନୀୟ ଜଳ ପ୍ରକଳ୍ପ ସଂପୂର୍ଣ୍ଣ ହୋଇଛି। ଏବେ ବି ୧୯୧ ପାନୀୟ ଜଳ ପ୍ରକଳ୍ପ ନିର୍ମାଣାଧୀନ ରହିଛି । ୩ଟି ପର୍ଯ୍ୟାୟରେ ଏହାକୁ ସଂପୂର୍ଣ୍ଣ କରାଯିବ । ମାର୍ଚ୍ଚ ୨୦୨୫ରେ ୫୬ଟି, ଡିସେମ୍ବର ୨୦୨୫ରେ ୫୪ଟି ଏବଂ ବାକି ୮୧ଟି ପ୍ରକଳ୍ପ ଜୁନ ୨୦୨୬ରେ ସାରିବାକୁ ବିଭାଗ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ମନ୍ତ୍ରୀ।

ସେପଟେ ବିଧାୟକ ଗଣେଶ୍ୱର ବେହେରା କହିଛନ୍ତି ଯେଉଁମାନେ ମଲେଇ ଖାଇ ପଳେଇଛନ୍ତି ସେମାନଙ୍କୁ ସରକାର ବାନ୍ଧିବାକୁ ବ୍ୟବସ୍ଥା କରନ୍ତୁ । ତେବେ ମନ୍ତ୍ରୀ କହିଛନ୍ତି ଯେଉଁମାନେ ମେଗା ପାନୀୟ ଜଳ ପ୍ରକଳ୍ପ ନେଇଛନ୍ତି ସେମାନେ ଆମ ରାଜ୍ୟର ନୁହଁନ୍ତି। ସେମାନଙ୍କ ଦ୍ବାରା ଓଡିଶାକୁ ଠକିବାକୁ ବଡ଼ ଯୋଜନା କରାଯାଇଥିଲା । 

Advertisment

ଅଧିକ ପଢନ୍ତୁ: Droupadi Murmu Odisha Visit: ଆଜି ଓଡ଼ିଶା ଆସୁଛନ୍ତି ମାଡାମ୍ ପ୍ରେସିଡେଣ୍ଟ

BJD BJD MLA Drinking Water Project
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ