• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ସୁଭଦ୍ରା ରାଲି ଆୟୋଜନ କଲେ ବୋଲି ବାଲେଶ୍ୱରରେ ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ବାଡେଇଲେ । ଭୁବନେଶ୍ୱରରେ 'ମୋ ସେବା' କେନ୍ଦ୍ର ପରିଚାଳକ ବିଜେଡି ସମର୍ଥିତ ହୋଇଥିବାରୁ ବାହାନା ବାଜି କରି ସାଧାରଣ ମହିଳାଙ୍କୁ ଯୋଜନାରୁ ବଞ୍ଚିତ କରୁଥିବା ଅଭିଯୋଗ ହୋଇଛି ।

ଏଠି ପ୍ରଶ୍ନ ସୁଭଦ୍ରାକୁ ବାଟବଣା ଏବଂ କାମ କରୁଥିବା ମହିଳାଙ୍କୁ ଭୟଭୀତ କରିବା ପଛରେ କିଏ? ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି କାର୍ଯ୍ୟାନୁଷ୍ଠାନ ତ ହେବ । ହେଲେ କିଛି ଲୋକ ମନ୍ଦ ଉଦ୍ଦେଶ୍ୟ ରଖି ବ୍ୟାଘତ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । ବିଜେଡି କହିଛି ଆମେ ସୁଭଦ୍ରାକୁ ବାଟବଣା କରୁନୁ ।

ବିଜେଡିକୁ ଘାରିଛି କି ସୁଭଦ୍ରା ଭୟ? ସୁଭଦ୍ରା ଭାଙ୍ଗୁଛି କି ବିଜେଡିର ମହିଳା ଭୋଟବ୍ୟାଙ୍କ? ସୁଭଦ୍ରାକୁ ବାଟବଣା କରିବାକୁ ଚେଷ୍ଟା କରୁଛି କି ବିଜେଡି? ବାଲେଶ୍ୱର ବାଲିଆପାଟଣାର । ଅଙ୍ଗନୱାଡି କର୍ମୀଙ୍କୁ ଗଛରେ ବାନ୍ଧି ହୋଇଛି ଆକ୍ରମଣ । ପୀଡିତା ହେଉଛନ୍ତି ସିଂଲା ଗାଁର ଅଙ୍ଗନୱାଡି କର୍ମୀ ଉର୍ମିଳା ସାମଲ ।

ସୁଭଦ୍ରା ଯୋଜନାରେ କାମ କରିଥିବାରୁ ଏବଂ ସୁଭଦ୍ରା ସ୍ୱାଗତ ରାଲି କରେଇବାରୁ ତାଙ୍କ ଉପରେ ବିଜେଡି ସମର୍ଥିତ ସରପଞ୍ଚ ଆକ୍ରମଣ କରାଇଥିବା ଅଭିଯୋଗ କରିଛନ୍ତି । ମେଡିକାଲରେ ଚିକିତ୍ସିତ ଥିବା ଉର୍ମିଳାଙ୍କ ସହ ନିଜେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କଥା ହୋଇ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପ୍ରତିଶ୍ରୁତି ବି ଦେଇଛନ୍ତି ।

ରାଜଧାନୀ ଭୁବନେଶ୍ୱରର ୟୁନିଟ-୯ ରେ ଥିବା ମୋ ସେବା କେନ୍ଦ୍ର । ବିଜେଡି ସରକାର ଗଲାଣି ହେଲେ ଏବେ ବି ମୋ ସେବା କେନ୍ଦ୍ରରେ ଲାଗିଛି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନଙ୍କ ବଡ ବଡ ପୋଷ୍ଟର ବ୍ୟାନର । ହେଲେ ସୁଭଦ୍ରା ଯୋଜନା ପୋଷ୍ଟର ଲାଗିଛି କିନ୍ତୁ ଦେଖାଯାଉନି । ସ୍ଥାନୀୟ ଅଞ୍ଚଳର ମହିଳାଙ୍କ ଅଭିଯୋଗ, ମୋ ସେବା କେନ୍ଦ୍ରର ପରିଚାଳକ ବିଜେଡି ସମର୍ଥକ ।

ସେଥିପାଇଁ ସାଧାରଣ ମହିଳାମାନଙ୍କୁ ଯୋଜନାରୁ ବଞ୍ଚିତ କରିଛନ୍ତି । କେବଳ ବିଜେଡି ସମର୍ଥକ ମହିଳାଙ୍କର କରୁଛନ୍ତି, ବାକି ମହିଳାଙ୍କୁ ସର୍ଭର ଡାଉନ କହି ବାହାନା ଦେଖାଉଛନ୍ତି । ସୁଭଦ୍ରାକୁ ନେଇ ଗ୍ରାଉଣ୍ଡରେ କ୍ରେଜ୍ ଥିବା ବେଳେ ଏହି କେନ୍ଦ୍ରରେ ଆଜି ଯାଏଁ ମାତ୍ର ୨୦୦ ମହିଳା ପଞ୍ଜୀକରଣ କରିଛନ୍ତି ।

ଏସବୁ ଘଟଣାକୁ ଗୁରୁତର ସହ ନେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା । କହିଛନ୍ତି ବାଲେଶ୍ୱର ଘଟଣାରେ ଦୃଷ୍ଟାନ୍ତମୂଳକ ଶାସ୍ତି ବିଧାନ ହେବ । ଦଳମତ ନିର୍ବିଶେଷରେ ସୁଭଦ୍ରା ଯୋଜନା ଦିଆଯାଇଛି । ଏଥିରେ ଯଦି କାହାକୁ ପୀଡା ହେଉଛି ସରକାର ନିଷ୍ପତ୍ତି ନେବେ । କହିଛନ୍ତି ମନ୍ଦ ଉଦ୍ଦେଶ୍ୟ ରଖି କିଛି ଲୋକ ଏଭଳି କାର୍ଯ୍ୟ କରୁଛନ୍ତି ।

ଏଠି ପ୍ରଶ୍ନ ସୁଭଦ୍ରା ଯୋଜନାରେ କାହାକୁ ହେଉଛି ପୀଡା? ମହିଳା ସଶକ୍ତୀକରଣରେ କିଏ ସାଜୁଛି ବାଧକ? ସୁଭଦ୍ରାକୁ ବାଟବଣା ପଛରେ କିଏ? ବିଜେଡି କହିଛି ସୁଭଦ୍ରା ଯୋଜନା ସତ୍ତ୍ୱେ ବି ମହିଳାଙ୍କ ହୃଦୟରେ ନବୀନ ଅଛନ୍ତି । ବିଜେଡି କେବେ ବି ସୁଭଦ୍ରାକୁ ବାଟବଣା କରିବାକୁ ଚେଷ୍ଟା କରିନି ।

ଦୀର୍ଘ ଦିନ ହେଲା ରାଜ୍ୟରେ ୭୦ ଲକ୍ଷ ଏସଏଚଜି ମହିଳାଙ୍କୁ ନିଜର ଭୋଟ ବ୍ୟାଙ୍କ ବୋଲି ଦାବି କରିଆସୁଥିଲା ବିଜେଡି । ହେଲେ ସରକାର ପରିବର୍ତ୍ତନ ପରେ ଏବେ ମହିଳାଙ୍କ ଭିତରେ ସୁଭଦ୍ରା କ୍ରେଜ୍ ଦେଖିବାକୁ ମିଳୁଛି ।

  • Reported by:
  • JAGDISH DAS , SOUMYA RANJAN SAHOO , Ajit Das

OTV is now on Whatsapp

Join and get latest news update delivered to you via whatsapp

Join Now