• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ବଦଳିବନି ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ନାଁ । ଆଜି ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, କ୍ରୀଡ଼ା ପୁରସ୍କାର ନାଁ ବଦଳିବା ନେଇ ବିଧିବଦ୍ଧ ଭାବେ କୌଣସି ବି ନିଷ୍ପତ୍ତି ହୋଇନି । ନାମ ପରିବର୍ତ୍ତନ ନେଇ ସେ ଗଣମାଧ୍ୟମରୁ ଜାଣିବାକୁ ପାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।

ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାରର ନାଁ ବଦଳାଯାଇ ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ହୋଇଥିବା ନେଇ ଗତକାଲି ଗଣମାଧ୍ୟମରେ ଚର୍ଚ୍ଚା ହୋଇଥିଲା । ଦୁଇ ଦିନ ତଳେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ପକ୍ଷରୁ ଏ ସମ୍ପର୍କୀତ ଏକ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏନେଇ ଚର୍ଚ୍ଚା ଜୋର ଧରିଥିଲା ।

ଜାତୀୟ କ୍ରୀଡା ଦିବସରେ ଓଡିଶାର କୃତି ଓ ସଫଳ କ୍ରୀଡ଼ାବିତ, କୋଚ୍, ସାମ୍ବାଦିକ ଓ କ୍ରୀଡା ଅନୁଷ୍ଠାନକୁ ରାଜ୍ୟ କ୍ରୀଡା ବିଭାଗ ପକ୍ଷରୁ ବିଜୁ ପଟ୍ଟନାୟକ କ୍ରୀଡା ପୁରସ୍କାର ପ୍ରଦାନ କରାଯାଇ ଆସୁଛି । ଗତକାଲି ନାଁ ବଦଳିଥିବା ନେଇ କେତେକ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଆଜି ଏ ଖବରକୁ ଖଣ୍ତନ କରିଛନ୍ତି ।

ସେପଟେ ଆସନ୍ତାକାଲିଠୁ ଆରମ୍ଭ ହେଉଛି ସପ୍ତଦଶ ବିଧାନସଭାର ବଜେଟ୍ ଅଧିବେଶନ । ରାଜ୍ୟରେ କ୍ଷମତାକୁ ଆସିବା ପରେ ବିଜେପି ସରକାରର ଏହା ହେବ ପ୍ରଥମ ଅଧିବେଶନ । ଆସନ୍ତାକାଲି ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହେବ ଏହି ଅଧିବେଶନ । ୨୪ ତାରିଖରେ ଉପବାଚସ୍ପତି ନିର୍ବାଚନ ହେବାକୁ ଥିବା ବେଳେ ଆସନ୍ତା ୨୫ ତାରିଖରେ ରାଜ୍ୟ ବଜେଟ ଉପସ୍ଥାପନ କରାଯିବ ।

ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଜେଟ ଉପସ୍ଥାପନ କରିବେ । ତେବେ ଏହି ଅଧିବେଶନକୁ ସୁରୁଖୁରୁରେ ଚଳାଇବା ଲାଗି ଆଜି ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ସୁରମା ପାଢୀ ।

OTV is now on Whatsapp

Join and get latest news update delivered to you via whatsapp

Join Now