Advertisment

Impact of Kalma Barrage on Odisha: ଛତିଶଗଡ଼ର ମନ୍‌ମାନି ; ବ୍ୟାରେଜ୍ ତଳମୁଣ୍ଡରେ ହାହାକାର ସ୍ଥିତି

ଗୋଟେ ପଟେ କଲମା ବ୍ୟାରେଜର ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ ଅଞ୍ଚଳରେ ପାଣି ଲହଡ଼ି ଭାଙ୍ଗୁଛି । ଅନ୍ୟପଟେ ଓଡ଼ିଶା ମରୁଭୂମିର ଭ୍ରମ ସୃଷ୍ଟି କରୁଛି । ତଳମୁଣ୍ଡରେ ଯୁଆଡ଼େ ଚାହିଁଲେ କେବଳ ବାଲି ଆଉ ବାଲି । ଯାହା କିଛି ପାଣି ଦେଖିବାକୁ ମିଳୁଛି ତାହା ବ୍ୟାରେଜର ସିପେଜ୍ ଏବଂ ଲିକେଜ୍ ପାଣି ।

ଅଦ୍ୟତନ ହୋଇଛି
ଏପଟେ ଉଚ୍ଛୁଳା ପାଣି, ସେପଟେ ମରୁଭୂମି ।

ଏପଟେ ଉଚ୍ଛୁଳା ପାଣି, ସେପଟେ ମରୁଭୂମି ।

Advertisment

ଓଡ଼ିଶା ଉପରେ ଭାରି ପଡ଼ିଛି କଲମା ବ୍ୟାରେଜ୍ । ଏବେ ବି ଛତିଶଗଡ଼ ପାଣି ଛାଡୁନଥିବାରୁ ମହାନଦୀ ଶଯ୍ୟା ଶୁଖି ମରୁଭୂମି ପାଲଟିବାକୁ ବସିଲାଣି । ତଳମୁଣ୍ଡରେ ଥିବା ଓଡ଼ିଆଙ୍କ ଜୀବନ ଜୀବିକା ବି ସାଂଘାତିକ ଭାବେ ପ୍ରଭାବିତ ହେଲାଣି । ଚାଷ ବାସ କ୍ଷତିଗ୍ରସ୍ତ ହୋଇଛି । ବ୍ୟାରେଜ୍ ଉପରମୁଣ୍ଡ ତଥା ଛତିଶଗଡ଼ରେ ସୁନାର ଫସଲ ହସୁଥିବା ବେଳେ ତଳମୁଣ୍ଡ ଓଡ଼ିଶା ଚାଷୀ ଚିନ୍ତାରେ। ଏ ନେଇ ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଛି ଓଟିଭି ।

Advertisment

ଗୋଟିଏ ପଟେ ଗ୍ରୀଷ୍ମର ପ୍ରଭାବ, ଅନ୍ୟପଟେ କଲବଲ କରୁଛି କଲମା ବ୍ୟାରେଜ୍ । ଅଣମୌସୁମୀ ବେଳେ ପାଣି ଅଟକାଇ ଛତିଶଗଡ଼ ଫଳାଉଛି ସୁନାର ଫସଲ । ହେଲେ ତଳ ମୁଣ୍ଡରେ ଥିବା ଓଡ଼ିଶାରେ ମରୁଭୂମି ସାଜିଛି ମହାନଦୀ ପଠା । ଓଡ଼ିଶା ଉପରେ ଶୁଖିଲା ମହାନଦୀର ସାଂଘାତିକ ପ୍ରଭାବ ପଡ଼ିଛି ।

ଅଧିକ ପଢ଼ନ୍ତୁ: ଶ୍ରେଣୀଗୃହରେ ବୁଲିଲା ଅହିରାଜ; ତା’ପରେ...

ଗୋଟେ ପଟେ କଲମା ବ୍ୟାରେଜର ଉପରମୁଣ୍ଡ ଅର୍ଥାତ ଛତିଶଗଡ଼ ଅଞ୍ଚଳରେ ପାଣି ଲହଡ଼ି ଭାଙ୍ଗୁଛି । ଅନ୍ୟପଟେ ଓଡ଼ିଶା ମରୁଭୂମିର ଭ୍ରମ ସୃଷ୍ଟି କରୁଛି । ତଳମୁଣ୍ଡରେ ଯୁଆଡ଼େ ଚାହିଁବେ କେବଳ ବାଲି ଆଉ ବାଲି । ଯାହା କିଛି ପାଣି ଦେଖିବାକୁ ମିଳୁଛି ତାହା ବ୍ୟାରେଜର ସିପେଜ୍ ଏବଂ ଲିକେଜ୍ ପାଣି । ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ଭିତରେ ସେତିକିରେ ହିଁ କଷ୍ଟେମଷ୍ଟେ ଚଳୁଛନ୍ତି ଚାଷୀ ଓ ସ୍ଥାନୀୟ ବାସିନ୍ଦା । ମତ୍ସ୍ୟଜୀବୀଙ୍କ ଡଙ୍ଗା ଶୁଖିଲାରେ ପଡ଼ି ରହିଛି ।

Advertisment

କଲମା ଅଞ୍ଚଳବାସୀଙ୍କ କହିବା କଥା, ଏହି ବ୍ୟାରେଜରୁ କେବେ କେମିତି ଗୋଟିଏ ଗେଟ୍ ଦେଇ ପାଣି ଛଡ଼ାଯାଉଛି । ଛତିଶଗଡ଼ କଲମା ବ୍ୟାରେଜରେ ରହିଛି ମୋଟ୍ ୬୬ଟି ଗେଟ୍ । ତା’ମଧ୍ୟରୁ କେବଳ ମାତ୍ର ଗୋଟିଏ ଗେଟ୍ ଦେଇ ବର୍ତ୍ତମାନ ଅଳ୍ପ ପାଣି ଛଡ଼ାଯାଉଛି । ତା’ପୁଣି ଦରକାର ପଡ଼ିଲେ ଛତିଶଗଡ଼ ବନ୍ଦ କରିଦେଉଛି । ଫଳରେ ଅଣମୌସୁମୀ ଋତୁରେ ମହାନଦୀରେ ଜଳପ୍ରବାହ କମିବା ସ୍ବାଭାବିକ ।

ତଳମୁଣ୍ଡରେ ଥିବା ମହାନଦୀର ଶାଖା ନଦୀ ଗୁଡ଼ିକରେ ଜଳ ପ୍ରବାହ ହ୍ରାସ ପାଇବା ସହ ଝାରସୁଗୁଡ଼ା ଓ ଆଖପାଖ ଅଞ୍ଚଳରେ ଚାଷବାସ, ଜଳ ସଂରକ୍ଷଣ ବ୍ୟବସ୍ଥା, ଜଳ ଉତ୍ସଗୁଡ଼ିକର ଜୈବ ବିବିଧତା ପ୍ରଭାବିତ ହେଉଛି । କିନ୍ତୁ ଛତିଶଗଡ଼ ପଟେ ଲହଡ଼ି ଭାଙ୍ଗୁଛି ଫସଲ । ଉପରମୁଣ୍ଡରେ ବ୍ୟାରେଜ୍ ନିର୍ମାଣ ହେଉ କିମ୍ବା କଲମା ବ୍ୟାରେଜରୁ ତଳମୁଣ୍ଡକୁ ଅଣମୌସୁମୀ ୠତୁରେ ପାଣି ନଆସିବା ପ୍ରସଙ୍ଗ ହେଉ, ପୂର୍ବ ସରକାର ଅମଳରୁ ଲାଗିରହିଛି ବିବାଦ ।

Advertisment

ଏହି ଆନ୍ତଃରାଜ୍ୟ ଜଳବଣ୍ଟନ ମାମଲା ଏବେ ଟ୍ରିବୁନାଲରେ ବିଚାରାଧିନ ଅଛି । ଗତ ମାର୍ଚ୍ଚ ୨୨ରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ, ଭୁବନେଶ୍ବରରେ ସିଏମ୍ ମୋହନ ମାଝୀଙ୍କୁ ସାକ୍ଷାତ କରିଥିଲେ । ସେହି ସମୟରେ ଟ୍ରିବ୍ୟୁନାଲକୁ ବାଦ ଦେଇ ଟ୍ରିପଲ୍ ଇଞ୍ଜିନ ସରକାର ଆପୋଷ ଆଲୋଚନା ମାଧ୍ୟମରେ ମହାନଦୀ ସମସ୍ୟାର ସମାଧାନ ହେବ ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ମଧ୍ୟ କହିଛନ୍ତି, କିଛିଦିନ ତଳେ ଜଳସମ୍ପଦ ଅଧିକାରୀଙ୍କ ସହ ସମୀକ୍ଷା କରି କ୍ଷେତ୍ର ପରିଦର୍ଶନ ପାଇଁ ପଠାଇଥିଲେ । ମହାନଦୀର ଜଳସଂରକ୍ଷଣ ପାଇଁ ରୋଡମ୍ୟାପ୍ ତିଆରି ଚାଲିଛି ।

ଅଧିକ ପଢ଼ନ୍ତୁ: ଦୀଘାରେ ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ, ପ୍ରତିଷ୍ଠା ପାଇଁ ଯୋଗ୍ୟତା ଅଛି ତ ?

Odisha Mahanadi Chattisgarh Mahanadi Water Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ