Advertisment

Odisha Investment Boost in Oil Sector: ଯାଜପୁରରେ ହେବ ଅଶୋଧିତ ଗଚ୍ଛିତ ତୈଳ ପ୍ଲାଣ୍ଟ, ସୃଷ୍ଟି ହେବ ୪ ହଜାର ନିଯୁକ୍ତି ସୁଯୋଗ

୨୦୧୪ରେ ପ୍ରସ୍ତାବିତ ଏହି ପ୍ରକଳ୍ପ ୨୦୨୧ରେ ଆଗକୁ ବଢିଥିଲା । କେନ୍ଦ୍ର ସରକାର ସେତେବେଳେ ଦୁଇଟି ବାଣିଜ୍ୟିକ ଓ ଷ୍ଟ୍ରାଟେଜିକ୍ ରିଜର୍ଭକୁ ଅନୁମୋଦନ ଦେଇଥିଲେ । ଜମି ବିବାଦ ଓ ଅନ୍ୟ ଅସୁବିଧା ଯୋଗୁଁ ୭ ବର୍ଷ ଧରି ପ୍ରକଳ୍ପରେ ବିଳମ୍ବ ହେଇଥିଲା ।

ଅଦ୍ୟତନ ହୋଇଛି
ଯାଜପୁରରେ ହେବ ତୈଳ ପ୍ଲାଣ୍ଟ୍‌

ଯାଜପୁରରେ ହେବ ତୈଳ ପ୍ଲାଣ୍ଟ୍‌

Advertisment

ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତରୁ ଆସିଲା ବଡ଼ ଖବର । ଶିଳ୍ପ କ୍ଷେତ୍ରରେ ଆହୁରି ସମୃଦ୍ଧ ହେବ ଓଡ଼ିଶା । ଯାଜପୁରରେ ହେବ ଅଶୋଧିତ ଗଚ୍ଛିତ ତୈଳ ପ୍ଲାଣ୍ଟ । ୮,୭୪୩ କୋଟି ଟଙ୍କା ବ୍ୟୟରେ ପ୍ରତିଷ୍ଠା ହେବ କାରଖାନା । ସୃଷ୍ଟି ହେବ ପ୍ରାୟ ୪,୦୦୦ ନିଯୁକ୍ତି ସୁଯୋଗ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀରେ ଦୁଇ ଦିନିଆ ନିବେଶ ସମ୍ମିଳନୀରେ ଯୋଗ ଦେଇଥିଲେ । ଯେଉଁଥିରେ ୧ ଲକ୍ଷ ୩ ହଜାର ୯୦ କୋଟି ଟଙ୍କାର ନିବେଶ ପ୍ରତିଶ୍ରୁତି ମିଳିଛି। ଏଥିରେ ରହିଛି ଯାଜପୁର ଜିଲ୍ଲାର ଚଣ୍ଡିଖୋଲରେ ଦୀର୍ଘ ଦିନ ଧରି ଅଟକି ରହିଥିବା ୮,୭୪୩ କୋଟି ଟଙ୍କାର ଅଶୋଧିତ ତୈଳ ସଂରକ୍ଷଣ ।

Advertisment

ଅଧିକ ପଢ଼ନ୍ତୁ: ‘ଖାଲି ରାଜ୍ୟ ନୁହେଁ, ବିଜେଡି ପାଇଁ ବି ବହୁତ କାମ କରିଛନ୍ତି ପାଣ୍ଡିଆନ୍’: ନବୀନ ପଟ୍ଟନାୟକ

୨୦୧୪ରେ ପ୍ରସ୍ତାବିତ ଏହି ପ୍ରକଳ୍ପ ୨୦୨୧ରେ ଆଗକୁ ବଢିଥିଲା । କେନ୍ଦ୍ର ସରକାର ସେତେବେଳେ ଦୁଇଟି ବାଣିଜ୍ୟିକ ଓ ଷ୍ଟ୍ରାଟେଜିକ୍ ରିଜର୍ଭକୁ ଅନୁମୋଦନ ଦେଇଥିଲେ । ଜମି ବିବାଦ ଓ ଅନ୍ୟ ଅସୁବିଧା ଯୋଗୁଁ ୭ ବର୍ଷ ଧରି ପ୍ରକଳ୍ପରେ ବିଳମ୍ବ ହେଇଥିଲା । ରାଜ୍ୟ ସରକାର ୬୦୦ ଏକର ସରକାରୀ ଜମି ଆବଣ୍ଟନ କରିବା ପରେ କାମ ଆଗକୁ ବଢ଼ିବାକୁ ଯାଉଛି । ଇଣ୍ଡିଆନ୍ ଷ୍ଟ୍ରାଟେଜିକ୍ ପେଟ୍ରୋଲିୟମ୍ ରିଜର୍ଭସ୍ ଲିମିଟେଡ୍-ISPRL ଚଣ୍ଡିଖୋଲରେ କରିବ ୪ ମିଲିୟନ ମେଟ୍ରିକ୍ ଟନ୍ କ୍ଷମତା ସମ୍ପନ୍ନ ଅଶୋଧିତ ତୈଳ ସଂରକ୍ଷଣ ପ୍ଲାଣ୍ଟ ।

Advertisment

ଏପଟେ ବିଶ୍ୱ ମାନ୍ଦାବସ୍ଥାର ପ୍ରଭାବ ଅଶୋଧିତ ତୈଳ ବଜାର ଉପରେ ପଡିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ ୱାର ପରେ କମିଛି ଦାମ୍‌ । ସୋମବାର ବ୍ରେଣ୍ଟ କ୍ରୁଡ୍‌ ଅଏଲ ମୂଲ୍ୟ ୪% ହ୍ରାସ ପାଇ ୬୪ ଡଲାର ତଳକୁ ଖସି ଆସିଛି, ଯାହା ଏପ୍ରିଲ ୨୦୨୧ ପରଠାରୁ ବ୍ରେଣ୍ଟ କ୍ରୁଡ୍ ମୂଲ୍ୟର ସର୍ବନିମ୍ନ ସ୍ତର । ସେହିପରି ଅଶୋଧିତ ତୈଳ ବ୍ୟାରେଲ ପିଛା ୫୭.୨୮ ଆମେରିକୀୟ ଡଲାରରେ ଅଛି । ତେଣୁ ଆଗକୁ ପେଟ୍ରୋଲ ଓ ଡିଜେଲ ଦର ଦାମ୍‌ କମିବା ସମ୍ଭାବନା ରହଛି ।

Odisha Jajpur Crude Oil
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ