Advertisment

Urban Majestic: ‘ଅର୍ବାନ ମ୍ୟାଜେଷ୍ଟିକ’କୁ BMCର ବଡ଼ ଝଟ୍‌କା; ଶିଳ୍ପ ନାଁରେ ଜମି ନେଇ ଗଢୁଥିଲା ବିଶାଳ ଆପାର୍ଟମେଣ୍ଟ

ମହଙ୍ଗା ପଡ଼ିଲା ଶିଳ୍ପ ଜମିରେ ବହୁତଳ ଆପାର୍ଟମେଣ୍ଟ ନିର୍ମାଣ । ପଟିଆସ୍ଥିତ ଅର୍ବାନ ମାଜେଷ୍ଟିକ୍ ଆପାର୍ଟମେଣ୍ଟ ନିର୍ମାଣରେ ଲାଗିଲା ରୋକ୍ ।

author-image
Sujit kumar Swain
undefined

Big Blow to Urban Majestic After BMC Ordering Halt

ରାଜଧାନୀରେ ୫ ଏକରର ସରକାରୀ ଲିଜ୍ ଜାଗାରେ ମୁଣ୍ଡ ଟେକୁଥିବା ବିଶାଳ ଆପାର୍ଟମେଣ୍ଟ ଅର୍ବାନ ମାଜେଷ୍ଟିକକୁ ବଡ଼ ଝଟ୍‌କା। ବେଆଇନ ଭାବେ ଲିଜ୍ ଜମିର କିସମ ପରିବର୍ତ୍ତନ କରାଯାଇଥିବା ଦର୍ଶାଇ ନିର୍ମାଣ କାମ ବନ୍ଦ ରଖିବାକୁ କଡ଼ା ନିର୍ଦ୍ଦେଶ ଦେଇଛି BMC। ପୂର୍ବରୁ ଲିଜ୍ ବାତିଲ ସହ ଜମିକୁ ନିଜ କବଜାକୁ ନେବାକୁ ରାଜସ୍ବ ବିଭାଗ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ବି ଲେଖିଥିଲେ। ଏବେ BMC ଆକ୍ସନ ମୋଡକୁ ଆସିବା ପରେ ଶିଳ୍ପ ପାଇଁ ଲିଜ୍ ଜମିରେ କେମିତି ଗଢ଼ି ଉଠୁଥିଲା sUF ବିଶାଳ ଆପାର୍ଟମେଣ୍ଟ, ତାକୁ ନେଇ ଉଠିଛି ନାନା ପ୍ରଶ୍ନ।

Advertisment

ମହଙ୍ଗା ପଡ଼ିଲା ଶିଳ୍ପ ଜମିରେ ବହୁତଳ ଆପାର୍ଟମେଣ୍ଟ ନିର୍ମାଣ । ପଟିଆସ୍ଥିତ ଅର୍ବାନ ମାଜେଷ୍ଟିକ୍ ଆପାର୍ଟମେଣ୍ଟ ନିର୍ମାଣରେ ଲାଗିଲା ରୋକ୍ । କାମ ବନ୍ଦ ରଖିବାକୁ ନିର୍ମାଣକାରୀ ସଂସ୍ଥାକୁ ଚିଠି । ପାଲଟ୍ରୋନିକ୍ସ ଆଲଏଡ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍କୁ ଚିଠି ଲେଖି କଡ଼ା ନିର୍ଦ୍ଦେଶ ଦେଇଛି ବିଏମ୍‌ସି। କୁହାଯାଇଛି, ୫ ଏକର ବିଶିଷ୍ଟ ଏହି ପ୍ଲଟ୍କୁ ଶିଳ୍ପ ସ୍ଥାପନ ପାଇଁ ପାଲଟ୍ରୋନିକ୍ସ ଆଲଏଡ୍ ଇଣ୍ଡଷ୍ଟ୍ରିଜର ପ୍ରୋପ୍ରାଇଟର ତେଜପାଲ ସିଂହଙ୍କୁ ଲିଜରେ ଦିଆଯାଇଥିଲା। ଚଳିତ ବର୍ଷ ଜାନୁଆରୀ ୨ରେ ବିଏମସିଠାରୁ ପ୍ଳାନ୍ ଅନୁମତି ନେଇ ସେଠାରେ ବହୁତଳ ଆବାସିକ କୋଠା ନିର୍ମାଣ ଆରମ୍ଭ ହୋଇଥିଲା।

ଅଧିକ ପଢ଼ନ୍ତୁ:ବିରୋଧୀଙ୍କୁ ନିଶାନା, ମୋହନଙ୍କୁ ପ୍ରଶଂସା; ରାଜଧାନୀରେ ପ୍ରଧାନମନ୍ତ୍ରୀ

Advertisment

ତେବେ ୧୯୭୯ରେ ଲିଜ୍ ବେଳେ ସଂସ୍ଥା ସହ ହୋଇଥିବା ଲିଜଡିଡ୍ ସର୍ତ୍ତାବଳୀକୁ ଏହା ଉଲ୍ଲଘଂନ କରୁଥିବା GA ବିଭାଗ ବିଏମ୍‌ସିକୁ ଦର୍ଶାଇଛି। ଏମିତିକି ବେଆଇନ ଭାବେ ଜମିର କିସମ ପରିବର୍ତ୍ତନ କରାଯାଇଥିବା ବି କୁହାଯାଇଛି। ଖାଲି ସେତିକି ନୁହେଁ, ଉକ୍ତ ଲିଜ ଜମିର ରେକର୍ଡ ଅଫ୍ ରାଇଟରେ ‘ସ୍ଥିତିବାନ’ କିସମକୁ ଡିଲିଟ୍ କରିବାକୁ ଭୁବନେଶ୍ବର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତାସହିତ ଜମି ଓ ଜମିରେ ଥିବା ସମସ୍ତ ସଂପତ୍ତି ନିଜ କବଜାକୁ ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳକୁ ନିର୍ଦ୍ଦେଶ ଦେଇଛି ରାଜସ୍ବ ବିଭାଗ। ଜମିକି ନେଇ ବିବାଦ ଥିବାରୁ ନିର୍ମାଣ ବନ୍ଦ ରଖିବାକୁ ପାଲଟ୍ରୋନିକ୍ସର ନିର୍ଦ୍ଦେଶକ ଅମନ ଅଗ୍ରୱାଲଙ୍କୁ ଚିଠି ଲେଖିଛନ୍ତି ବିଏମ୍‌ସି କମିଶନର। ଶିଳ୍ପମନ୍ତ୍ରୀ କହିଛନ୍ତି, ଏଭଳି ଠକାମୀକୁ ବିଲକୁଲ ବରଦାସ୍ତ କରାଯିବନାହିଁ।  

ତଥ୍ୟ କହୁଛି, ୧୯୭୯ରେ ପଟିଆସ୍ଥିତ ଏହି ୫ ଏକର ପରିମିତ ଜମିକୁ ଶିଳ୍ପ ପ୍ରତିଷ୍ଠା ପାଇଁ ୯୯ ବର୍ଷିଆ ଲିଜ୍ ନେଇଥିଲେ ପାଲଟ୍ରୋନିକ୍ସ ଆଲାଏଡ୍ ଇଣ୍ଡଷ୍ଟ୍ରିଜର ତେଜପାଲ୍ ସିଂହ। କିନ୍ତୁ ଶିଳ୍ପ ପ୍ରତିଷ୍ଠାର ନାଁ ଗନ୍ଧ ହିଁ ନଥିଲା। ପରବର୍ତ୍ତୀ ସମୟରେ ସଂପୃକ୍ତ ଜାଗାର ଷ୍ଟାଟସ୍ ସ୍ଥିତିବାନ କରିଦିଆଗଲା। ୨୦୨୨ରେ ଏହି ଜାଗାର କିସମକୁ ପରିବର୍ତ୍ତନ କରିଦିଆଗଲା ଘରବାରିରେ। ଏପରିକି ବିଏମସିର ପ୍ଲାନ ଆପ୍ରୁଭାଲ୍ ପରେ ଅର୍ବାନ ମାଜେଷ୍ଟିକ୍ ଆପାର୍ଟମେଣ୍ଟ ରେରାରେ ପଞ୍ଜୀକୃତ ହେବା ସହ ଆରମ୍ଭ ହୋଇଥିଲା ୭ଟି ବ୍ଲକ୍ ନିର୍ମାଣ। ୪୨ ଜଣ ଫ୍ଲାଟ ବି ବୁକ୍ କରିସାରିଛନ୍ତି। 

ଏଭଳି ସ୍ଥିତି ରିୟଲ୍ ଇଷ୍ଟେଟ୍ କର୍ମୀ ପ୍ରଶ୍ନ କରିଛନ୍ତି, କେଉଁ ପରିସ୍ଥିତିରେ ଶିଳ୍ପ ପାଇଁ ଜମି ନେଇ କରାଗଲା କିସମ ପରିବର୍ତ୍ତନ ? କେଉଁ ଆଧାରରେ ପ୍ଲାନ୍ ଆପ୍ରୁଭାଲ୍ ଦେଇଥିଲା ବିଏମ୍‌ସି ? ଏନେଇ ଅର୍ବାନ ମାଜେଷ୍ଟିକ୍ କର୍ତ୍ତୃପକ୍ଷ ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ଦେଇନଥିଲେ ବି କହିଛନ୍ତି, ୧୯୭୯ ମସିହାରୁ ଏହି ଜମି ସ୍ଥିତିବାନ ରହିଆସିଛି। ତେବେ କେବଳ ଅର୍ବାନ ମାଜେଷ୍ଟିକ୍ ନା ଶିଳ୍ପ ନାଁରେ ଥିବା ଲିଜ୍ ଜମିରେ ଛିଡ଼ା ହୋଇଛି ଏଭଳି ଗଣ୍ଡା ଗଣ୍ଡା ଆପାର୍ଟମେଣ୍ଟ ?

ଅଧିକ ପଢ଼ନ୍ତୁ:ଦିଲ୍ଲୀରେ ପିଇଥିବା ବଲାଙ୍ଗିର ଚା’କୁ ମନେ ପକାଇଲେ ମୋଦି

Odisha News BMC
Advertisment
Advertisment