/odishatv-khabar/media/post_attachments/uploadimage/library/16_9/16_9_0/Rakhi_Rush_1754493305.jpg)
Rakhi Rush
ରାକ୍ଷୀକୁ ଡାକ ଅଡୁଆ। ରକ୍ଷାବନ୍ଧନ ପାଇଁ ପୋଷ୍ଟ ଅଫିସରେ ପ୍ରବଳ ଭିଡ଼ ବେଳେ ଗ୍ରାହକଙ୍କ ମୁଣ୍ଡବିନ୍ଧା ସାଜୁଛି ଲିଙ୍କ୍ ଫେଲ୍ ସମସ୍ୟା । ପିଏମଜିଠୁ ନେଇ ରାଜ୍ୟର ଅଧିକାଂଶ ପୋଷ୍ଟ ଅଫିସରେ ଅଚଳାବସ୍ଥା ଦେଖାଦେଇଥିବା ବେଳେ, ଭାଇ ପାଖକୁ ଭଉଣୀ ରାକ୍ଷୀ ପଠାଇବାକୁ ଘଣ୍ଟା ଘଣ୍ଟା ଧରି ଲମ୍ବା ଲାଇନରେ ଛିଡ଼ା ହେବାକୁ ପଡୁଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷରେ ଏଭଳି ବିକଳ ସ୍ଥିତିକୁ ଦେଖି ରାକ୍ଷୀ ପଠାଇବାକୁ ନାହିଁ ନଥିବା ଚାର୍ଜ କରୁଛନ୍ତି କୋରିୟର ସଂସ୍ଥା।...
ସବୁ ପୋଷ୍ଟ ଅଫିସରେ ଲମ୍ବା ଲମ୍ବା ଲାଇନ। ଗରମ ଗୁଳୁଗୁଳିରେ ଦୀର୍ଘ ସମୟ ଧରି ଛିଡା ହେବାକୁ ପଡୁଛି । ପୁଣି କାଉଣ୍ଟର ପାଖରେ ପହଞ୍ଚିଲେ କର୍ମଚାରୀ ଥରକେ ୨ଟା ରାକ୍ଷୀ ନେବାକୁ କହୁଛନ୍ତି । ଗତ ୩ ଦିନ ହେବ ଭୁବନେଶ୍ବର ପିଏମଜିରେ ଥିବା ମୁଖ୍ୟ ପୋଷ୍ଟ ଅଫିସରେ ଦେଖିବାକୁ ମିଳିଛି ଏଭଳି ଅବସ୍ଥା । କେବଳ ପିଏମଜି ନୁହଁ, ଲିଙ୍କ୍ ଫେଲ୍ ସମସ୍ୟା ଯୋଗୁଁ ରାଜଧାନୀର ସବୁ ପୋଷ୍ଟ ଅଫିସରେ ସମାନ ସ୍ଥିତି । କାମ ହୋଇ ପାରୁ ନ ଥିବାରୁ ସେଠାରେ ଥିବା କର୍ମଚାରୀମାନେ ଗ୍ରାହକଙ୍କୁ ମୁଖ୍ୟ ପୋଷ୍ଟ ଅଫିସକୁ ପଠାଇ ଦେଉଛନ୍ତି । ଆଉ ଏଥିପାଇଁ ପିଏମଜିରେ ଦେଖିବାକୁ ମିଳିଛି ଲମ୍ବା ଲାଇନ୍ ।
ଖାଲି ରାଜଧାନୀ ନୁହଁ ଖୋର୍ଦ୍ଧା, କୋରାପୁଟ ଭଳି ରାଜ୍ୟର ଅନ୍ୟ ଡାକଘରରେ ମଧ୍ୟ ଏଭଳି ସ୍ଥିତି ଦେଖିବାକୁ ମିଳିଛି । ରାକ୍ଷୀ ପଠାଇବା ସହ ଅନ୍ୟ କାମ ପାଇଁ ପୋଷ୍ଟ ଅଫିସକୁ ଆସୁଥିବା ଲୋକେ ନାହିଁ ନଥିବା ହଇରାଣ ହେଉଛନ୍ତି। ଟଙ୍କା ଜମା ଓ ଉଠାଣ ପାଇଁ ଆସୁଥିବା ଲୋକେ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି। ଲୋକେ ପୋଷ୍ଟ ଅଫିସ ଆସି ଫେରିକି ଯାଉଛନ୍ତି।
ସେପଟେ ଏହି ସମସ୍ୟା ସର୍ବଭାରତୀୟ ସ୍ତରରେ ଦେଖାଦେଇଛି ବୋଲି କହିଛନ୍ତି ପିଏମୟୁ-ଟିଓର ସହାୟକ ନିର୍ଦ୍ଦେଶକ ଶୁଭେନ୍ଦୁ ପ୍ରସାଦ ତ୍ରିପାଠୀ । ଗତ ୪ତାରିଖରେ ନୂଆ ସଫ୍ଟୱେର ଲଞ୍ଚ ହୋଇଛି। ଷ୍ଟାଫ୍ ନୂଆ ସଫ୍ଟୱେର ସହ ଅଭ୍ୟସ୍ତ ହୋଇ ନ ଥିବାରୁ ସମୟ ଲାଗୁଛି । ଭୁବନେଶ୍ୱର ସମସ୍ତ ପୋଷ୍ଟ ଅଫିସ କୁ ରାକ୍ଷୀ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆ ଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)




/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)