Advertisment

Pravasi Bharatiya Divas: ପ୍ରବାସୀ ଭାରତୀୟ ଦିବସ ପାଇଁ ରାଜଧାନୀ ଉତ୍ସବ ମୁଖର

ରାତି ପାହିଲେ ପ୍ରବାସୀ ଭାରତୀୟ ଦିବସ। ପ୍ରଥମ ଥର ପାଇଁ ଓଡ଼ିଶା କରୁଛି ଆୟୋଜନ । ଉତ୍ସବମୁଖର ଗାଁ ଠୁ ରାଜଧାନୀ। ଡବଲ ଡେକର୍ ବସରେ ବସି ରାଜ୍ୟର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ ପ୍ରବାସୀ।

author-image
Santosh Kumar Sahoo
undefined

Pravasi Bharatiya Divas

ରାତି ପାହିଲେ ପ୍ରବାସୀ ଭାରତୀୟ ଦିବସ। ପ୍ରଥମ ଥର ପାଇଁ ଓଡ଼ିଶା କରୁଛି ଆୟୋଜନ । ଉତ୍ସବମୁଖର ଗାଁ ଠୁ ରାଜଧାନୀ। ଡବଲ ଡେକର୍ ବସରେ ବସି ରାଜ୍ୟର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ ପ୍ରବାସୀ। ଆଉ ଭୁବନେଶ୍ୱରେ ପ୍ରବାସୀଙ୍କ ପାଇଁ ଆୟୋଜିତ ହେଉଛି ସ୍ୱତନ୍ତ୍ର ମେଳା ଆଉ ପ୍ରଦର୍ଶନୀ। ପାର୍କ ଫେଷ୍ଟିଭାଲକୁ ଫୁଲ ପ୍ରଦର୍ଶନୀ ପୁଣି ରାଜାରାଣୀ ସଙ୍ଗୀତ ଉତ୍ସବ ଆଉ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ। ଏଭଳି ଅନେକ କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ କଳା, ସଂସ୍କୃତି ଓ ପରଂପରା ସହ ପ୍ରବାସୀଙ୍କୁ ପରିଚିତ କରିବାକୁ ରାଜ୍ୟ ସରକାରଙ୍କ ବ୍ୟାପକ

Advertisment

ପ୍ରସ୍ତୁତି। ଉତ୍ସବ ମୁଖର ରାଜଧାନୀ। ପ୍ରବାସୀଙ୍କୁ ସ୍ୱାଗତ ପାଇଁ ପ୍ରସ୍ତୁତ ଜନତା ମୈଦାନ। ୭୦ରୁ ଅଧିକ ଦେଶରୁ ଆସିଛନ୍ତି ମୂଳ ଭାରତୀୟ ନାଗରିକ। ରାଜ୍ୟର ୭ଟି ସ୍ଥାନ ବୁଲିବେ ପ୍ରବାସୀ। ଯାଜପୁର, କଟକ, ଭୁବନେଶ୍ୱର ଏବଂ ପୁରୀର ୨୧ଟି ପର୍ଯ୍ୟଟନ ସ୍ଥଳୀ ବୁଲିବେ। ଆସନ୍ତାକାଲି ଯୁବ ସମାବେଶରୁ ଆରମ୍ଭ ହେବ ଏହି ୩ ଦିନିଆ ସମ୍ମିଳନୀ। ଯାହାକୁ ସମ୍ବୋଧିତ କରିବେ ବୈଦଶିକ ବ୍ୟାପାର ଏବଂ ଯୁବା ବ୍ୟାପାର ମନ୍ତ୍ରୀଙ୍କ ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ।

ପରେ ଓଡ଼ିଶାରେ ପୁଞ୍ଜି ବିନିଯୋଗ ସମ୍ଭାବନା ନେଇ ହେବ ଆଲୋଚନା। ୯ ତାରିଖ- ଗୁରୁବାର ଦିନ ଆନୁଷ୍ଠାନିକ ଭାବେ ଏହି ସମ୍ମିଳନୀକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହାପରେ ବିକଶିତ ଭାରତ ୨୦୪୭ ସଂପର୍କରେ ପ୍ରବାସୀଙ୍କ ସହ ଆଲୋଚନା କରିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଏହା ସହ ବିଭିନ୍ନ ପ୍ଲେନାରୀ ସେସନରେ ଦେଶର ବିଶେଷ ବ୍ୟକ୍ତି ବିଶେଷମାନେ ପ୍ରବାସୀଙ୍କ ସହ ଆଲୋଚନା କରିବେ। ଶେଷ ଦିନରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କର ମଧ୍ୟ ଏକ ସେସନ ରହିବ। ପ୍ରତି ସନ୍ଧ୍ୟାରେ ଆୟୋଜିତ ହେବ ସାଂସ୍କୃତିକ କାର୍ଯ୍ୟକ୍ରମ।

Advertisment

ପ୍ରବାସୀଙ୍କ ଆତିଥ୍ୟ ପାଇଁ ପୂରା ପ୍ରସ୍ତୁତ ରାଜ୍ୟ ସରକାର। ଭିନ୍ନ ଭିନ୍ନ କାର୍ଯ୍ୟକ୍ରମ ଆଉ ଭିନ୍ନ ଭିନ୍ନ ଇଭେଣ୍ଟ। ସବୁରି ମାଧ୍ୟମରେ ଓଡ଼ିଶାର କଳା, ସଂସ୍କୃତି ଆଉ ପରମ୍ପରା ପ୍ରସାର ଉଦ୍ଦେଶ୍ୟ। ଏକାମ୍ର ପାର୍କ ରେ ଆୟୋଜନ ହୋଇଛି ୫ଦିନିଆ ପୁଷ୍ପ ପ୍ରଦର୍ଶନୀ। ଭଳିକି ଭଳି ଫୁଲର ସମ୍ଭାର ସହ ପ୍ରବାସୀଙ୍କୁ ଆକର୍ଷଣ କରିବ କାକଟସ ହାଉସ। ଯାହାକୁ ଆଜି ଉଦ୍ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଗତକାଲିଠୁ ରାଜଧାନୀରେ ଆରମ୍ଭ ହୋଇଛି ପାର୍କ ଫେଷ୍ଟିଭାଲ। ବିଭିନ୍ନ ପାର୍କରେ ମ୍ୟୁଜିକ ଫାଉଣ୍ଟେନ୍ ଏବଂ ଲେଜର ଶୋ ଜରିଆରେ ରାଜ୍ୟର କଳା ସାହିତ୍ୟ ସଂସ୍କୃତି , ପରମ୍ପରା ଆଦି ପ୍ରଦର୍ଶିତ ହେଉଛି। ସେହିପରି ରାଜ୍ୟ ସଂଗ୍ରହାଳୟ ମଧ୍ୟ ରାତି ୯ଟା ଯାଏଁ ଖୋଲିବାକୁ ନିଷ୍ପତ୍ତି ହୋଇଛି। ଆଉ ପ୍ରବାସୀଙ୍କ ପାଇଁ

ସଂଗ୍ରହାଳୟରେ ଆଉ ୯ଟି ଗ୍ୟାଲେରୀର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥିରେ ରହିଛି ଓଡ଼ିଶାର ହାତୀଦାନ୍ତ ଗ୍ୟାଲେରୀ, ପ୍ରାଣୀବିଜ୍ଞାନ, ଖଣି ଏବଂ ଭୂତତ୍ତ୍ୱ, କଣ୍ଢେଇ, ଓଡିଶା ଜନଜାତି ଏବଂ ହସ୍ତତନ୍ତ ଗ୍ୟାଲେରୀ। ଏଣେ ପ୍ରବାସୀଙ୍କ ପାଇଁ ଇ-ବସ୍ ସେବାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ। ଯେଉଁଥିରେ 5ଟି ଡବଲ ଡେକର ବସ, 10ଟି ହଫ୍ ଅନ୍ ହଫ ଅଫ୍ ବସ୍ ଓ ୨୫ଟି ଶ୍ରୀମନ୍ଦିର ପ୍ରଶାସନର ବସ୍ ଚାଲିବ। ସେପଟେ ଆଜିଠୁ ୧୧ ତାରିଖ ଯାଏଁ ରାଜାରାଣୀ ମନ୍ଦିର ଠାରେ ରାଜାରାଣୀ ସଙ୍ଗୀତ ଉତ୍ସବ, ମୁକ୍ତେଶ୍ୱର ମନ୍ଦିରରେ ମୁକ୍ତେଶ୍ୱର ନୃତ୍ୟ ଉତ୍ସବ-୨୦୨୫ ଏବଂ ରାଜ୍ୟ ସଂଗ୍ରହାଳୟ ଠାରେ ଲୋକ ନୃତ୍ୟ ଉତ୍ସବର ଆୟୋଜନ କରାଯାଇଛି। ଅନ୍ୟପଟେ ପ୍ରଦର୍ଶନୀ ପଡ଼ିଆରେ ଆଦିବାସୀ ମେଳା ଦେବ ପ୍ରବାସୀଙ୍କୁ ରାଜ୍ୟ ଏବଂ ଦେଶର ଜନଜାତି କଳା ସଂସ୍କୃତିର ଜ୍ଞାନ।

ଅଧିକ ପଢ଼ନ୍ତୁ: କାଲିଠୁ ଭୁବନେଶ୍ବରରେ ପ୍ରବାସୀ ଭାରତୀୟଙ୍କ ମହାମେଳି, ସାମିଲ ହେବେ ପ୍ରାୟ ୪ ହଜାର ପ୍ରବାସୀ

ଆସନ୍ତାକାଲି ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ୯ ତାରିଖ ଦିନ ଜନତା ମୈଦାନରେ ପ୍ରବାସୀ ଭାରତୀୟ ଦିବସର ଶୁଭାରମ୍ଭ କରିବେ। ୧୦ ତାରିଖ ଦିନ କାର୍ଯ୍ୟକ୍ରମରେ ଯୋଗ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।

ଅଧିକ ପଢ଼ନ୍ତୁ: ରାୟଗଡ଼ା ରେଳ ଡିଭିଜନ୍ ବିଲଡିଂର ଶିଳାନ୍ୟାସ କଲେ ମୋଦି; ‘ଜନଜାତି ସଂପ୍ରଦାୟ ପାଇବେ ବେଶି ଉପକାର’

Bhubaneswar
Advertisment
Advertisment