Youth Viral on Social Media: ପରିଚୟ ଦେଇଛି ମଧୁର କଣ୍ଠସ୍ୱର ; ଗାଁ ଶିବ ମନ୍ଦିରରେ ଭଜନ ଗାଇ ସୋସିଆଲ୍ ମିଡ଼ିଆରେ ଭାଇରାଲ୍ ଯୁବ କଣ୍ଠଶିଳ୍ପୀ

ଭକ୍ତିଭରା ଭଜନ ବୋଲି ସୋସିଆଲ୍ ମିଡ଼ିଆରେ ବେଶ ଭାଇରାଲ୍ ହେଉଛନ୍ତି ଜଣେ ଯୁବକ ଜଣକ । ନିଜ ଗାଁରେ ଥିବା ଶିବ ମନ୍ଦିରରେ ବସି ଗାଉଛନ୍ତି ୯୦ ଦଶକର ଶିବ ଓ କୃଷ୍ଣ ଭଜନ । ଭାଇରାଲ୍ ଯୁବକ ହେଉଛନ୍ତି ବ୍ରହ୍ମଗିରି ଅଞ୍ଚଳ ମଠପାଟଣା ଗ୍ରାମର ଜ୍ଞାନ ପ୍ରଧାନ ।

ଭୋଳାବାବା ମୋର ସବୁକିଛି ।

ପ୍ରଭୁ ଶିବଙ୍କ ପ୍ରେମ ଜଣେ ଯୁବକଙ୍କୁ ଦେଇଛି ପରିଚୟ । ଯୁବକ ଜଣକ ଜାଗର ପାଇଁ ଗାଉଥିବା ଗୀତକୁ ଯିଏ ବି ଶୁଣୁଛି ଘଡ଼ିଏ ଅଟକି ଯାଉଛି । ଆଜି ଜାଗର ଅବସରରେ ଅନେକ ଶୈବ ପୀଠରେ ଭଜନ ସମାରୋହର ଆୟୋଜନ କରାଯିବ । ଯେଉଁଥିପାଇଁ ଅନେକ ଶୈବ ପୀଠରେ ମଞ୍ଚର ସାଜସଜ୍ଜା ଶେଷ ହେଲାଣି । କିନ୍ତୁ ଭକ୍ତିଭରା ଭଜନ ପାଇଁ ଷ୍ଟେଜ୍, ଲାଇଟ୍, ସାଉଣ୍ଡ୍, ମ୍ୟୁଜିକର କୌଣସି ଆବଶ୍ୟକତା ନଥିବା ପ୍ରମାଣିତ କରିଦେଇଛନ୍ତି ଜଣେ ଯୁବକ ।

ଭକ୍ତିଭରା ଭଜନ ବୋଲି ସୋସିଆଲ୍ ମିଡ଼ିଆରେ ବେଶ ଭାଇରାଲ୍ ହେଉଛନ୍ତି ଜଣେ ଯୁବକ ଜଣକ । ନିଜ ଗାଁରେ ଥିବା ଶିବ ମନ୍ଦିରରେ ବସି ଗାଉଛନ୍ତି ୯୦ ଦଶକର ଶିବ ଓ କୃଷ୍ଣ ଭଜନ । ଭାଇରାଲ୍ ଯୁବକ ହେଉଛନ୍ତି ବ୍ରହ୍ମଗିରି ଅଞ୍ଚଳ ମଠପାଟଣା ଗ୍ରାମର ଜ୍ଞାନ ପ୍ରଧାନ । ସେ ସକାଳୁ ନିତ୍ୟକର୍ମ ସାରି ଗାଁରେ ଥିବା ଶିବ ମନ୍ଦିରକୁ ବାହାରି ଯାଆନ୍ତି ବାବାଙ୍କ ଦର୍ଶନ କରିବା ସହିତ ପ୍ରଭୁଙ୍କ ପାଖରେ ଭଜନ ଗାଇବାକୁ ପହଞ୍ଚିଯାଆନ୍ତି । ସେଠାରେ ସାଙ୍ଗ ସାଥିଙ୍କୁ ଧରି ସୁମଧୁର କଣ୍ଠରେ ଗାଆନ୍ତି ଭଜନ ଓ ଜଣାଣ ।

ଅଧିକ ପଢ଼ନ୍ତୁ : ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ୍; ମତାମତ ପରେ ଚୂଡ଼ାନ୍ତ ନିଷ୍ପତ୍ତି

ଜ୍ଞାନ ଏହି ଶିବ ମନ୍ଦିରରୁ ଗୀତ ବୋଲା ଆରମ୍ଭ କରି ଆଜି ସୋସିଆଲ୍ ମିଡ଼ିଆରେ ବେଶ ଭାଇରାଲ୍ ହୋଇପାରିଛନ୍ତି । ଯଦିଓ ଜ୍ଞାନ ସଙ୍ଗୀତରେ କୌଣସି ଶିକ୍ଷା ଗ୍ରହଣ କରି ନାହାଁନ୍ତି, ହେଲେ ଗାଁରେ ହେଉଥିବା ମେଳାରେ ବୋଲା ଯାଉଥିବା ଗୀତକୁ ଶୁଣିଶୁଣି ଭଜନ ଗାଇବା ଆରମ୍ଭ କରିଥିଲେ ।

ଶାସ୍ତ୍ରୀୟ ବାଦ୍ୟ ମୃଦଙ୍ଗ ଓ ଦେଶୀ ବାଦ୍ୟ ଖଞ୍ଜଣୀର ତାଳେତାଳେ ଅତି ସୁନ୍ଦର ଭାବରେ ୯୦ ଦଶକ ଗୀତ ଗାଇ ସାମାଜିକ ଗଣମାଧ୍ୟମରେ ଦର୍ଶକ ଭଲ ପାଇବା ସାଉଁଟୁଛନ୍ତି ଜ୍ଞାନ ପ୍ରଧାନ । ସେ ଆଗକୁ ମଧ୍ୟ ବାବା ଭୋଳାଶଙ୍କରଙ୍କ ଅନେକ ଭଜନ ଗାଇବାକୁ ଲକ୍ଷ୍ୟ ରଖିଛନ୍ତି । ସେ କହିଛନ୍ତି  ବାବାଙ୍କ ପୀଠରେ ସେ ଗାଇଥିବା ପ୍ରଥମ ଗୀତ ବେଶ୍ ଭାଇରାଲ ହୋଇଥିଲା । ସେଥିରୁ ପ୍ରେରଣା ପାଇ ସେ ଖଞ୍ଜଣୀ ଓ ମୃଦଙ୍ଗ ବଜାଇବା ଶିଖିଥିଲେ । ସେ ଆହୁରି କହିଛନ୍ତି ଆଧୁନିକ ଯୁଗର ସ୍ପର୍ଶରେ ହଜିଯାଉଥିବା ଭଜନକୁ ଉଜ୍ଜୀବିତ ରଖିବା ପାଇଁ ତାଙ୍କର ଏହି ପ୍ରୟାସ । ଭୋଳା ବାବାଙ୍କ ଆଶୀର୍ବାଦ ଏବଂ ବାପା ମାଆଙ୍କ ତାଙ୍କୁ ପରିଚୟ ଦେଇଛି । ତାଙ୍କ କଣ୍ଠସ୍ୱରକୁ ସୋସିଆଲ ମିଡ଼ିଆ ୟୁଜର ବେଶ ପ୍ରଶଂସା ମଧ୍ୟ କରୁଛନ୍ତି ।

ଅଧିକ ପଢ଼ନ୍ତୁ: ଏହି ଚାଷରେ ବହୁତ ରୋଜଗାର, ଆଦିବାସୀ ଅଧ୍ୟୁଷିତ ଗାଁରେ ଫୁଟିଲା ହସ