• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଚାଷୀଙ୍କ ସମସ୍ୟା ପରଖିବାକୁ ହାପ୍ ପ୍ୟାଣ୍ଟ ଓ ଟି-ସାର୍ଟ ପିନ୍ଧି ନିଜ ପରିଚୟ ଗୋପନ ରଖି ଧାନମଣ୍ଡି ବୁଲିଲେ ଜିଲ୍ଲାପାଳ । ଧାମନଗର ବ୍ଲକ ଅଧୀନ କଟସାହି ମଣ୍ଡିରେ ଏମିତି ବେଶ ପୋଷାକରେ ପହଞ୍ଚିଥିଲେ ଜିଲ୍ଲାପାଳ ଯେ, କେହି ବି ଚିହ୍ନିପାରିନଥିଲେ । ଅଚାନକ ମଣ୍ଡିରେ ପହଞ୍ଚି ସ୍ଥିତି ପରଖିଥିଲେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ।

ବଜାର ଠାରୁ ଦୂରରେ ଗାଡ଼ି ରଖି ମଣ୍ଡିକୁ ଯାଇଥିଲେ । ଦୀର୍ଘ ସମୟ ଜିଲ୍ଲାପାଳ ମାର୍କେଟରେ ବି ବୁଲିଥିଲେ । ଚାଷୀଙ୍କୁ ଧାନ ବିଷୟରେ ପଚାରିଥିଲେ । ମଣ୍ଡିରେ ପହଞ୍ଚି ଅନ୍ୟ ଏକ ଚାଷୀଙ୍କ ନାଁରେ ସେ ତାଙ୍କ ଟୋକନରେ ଧାନ ବିକ୍ରି ପାଇଁ କହିଥିଲେ । ସମବାୟ ଦାୟିତ୍ବରେ ଥିବା ବାବୁ କହିଥିଲେ ଯେ ପ୍ରାୟ ୮ କିଲୋ ପର୍ଯ୍ୟନ୍ତ କଟନି ଛଟନି ହେବ। ସଙ୍ଗେ ସଙ୍ଗେ ଜିଲ୍ଲାପାଳ ସେହି ଠାରୁ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।...

 

OTV is now on Whatsapp

Join and get latest news update delivered to you via whatsapp

Join Now