• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ପୂର୍ବରୁ ଭୁବନେଶ୍ୱର ଜନତା ମଇଦାନରେ କଡ଼ା ସୁରକ୍ଷା ବ୍ୟବସ୍ଥା । ସମ୍ଭାବ୍ୟ ଆତଙ୍କବାଦୀ ଆକ୍ରମଣର ମୁକାବିଲା ନେଇ ଏସଓଜି ଯବାନ ଏବଂ ଏସପିଜି ପକ୍ଷରୁ ମକ୍‌ଡ୍ରିଲ୍ କରାଯାଉଛି । ମୁଖ୍ୟ ଶାସନ ସଚିବ ମଧ୍ୟ ଜନତା ମଇଦାନରେ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି । ଜାନୁଆରୀ ୮ରୁ ଭୁବନେଶ୍ୱରରେ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ୧୮ତମ ପ୍ରବାସୀ ଭାରତୀୟ ଦିବସ ସମ୍ମିଳନୀ ।

୩ ଦିନିଆ ପ୍ରବାସୀ ଭାରତୀୟ ସମ୍ମିଳନୀରେ ଯୋଗଦେବା ଲାଗି ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବୈଦେଶିକ ବ୍ୟାପାର ମନ୍ତ୍ରୀ । ଏଥିପାଇଁ ଜନତା ମଇଦାନରେ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି ପ୍ରସ୍ତୁତି । କେଉଁଠି ଉଦଘାଟନୀ ମଞ୍ଚ କାମ ଚାଲିଛି ତ’ ଆଉ କେଉଁଠି ମୁକ୍ତାକାଶ ରଙ୍ଗମଞ୍ଚ ପାଇଁ ଷ୍ଟେଜ୍ ତିଆରି ଓ ସାଜସଜା । ସବୁଠି ରହିଛି ଓଡ଼ିଆ କଳା, ସଂସ୍କୃତି, କାରୁକାର୍ଯ୍ୟର ଛାପ ।

ପ୍ରବାସୀ ଭାରତୀୟ ଦିବସ ପାଳନ ଲାଗି ଜନତା ମଇଦାନରେ ଛିଡ଼ା ହେଲାଣି ୧୦ଟି ବିଶାଳ ହ୍ୟାଙ୍ଗର । ସବୁଠୁ ବଡ଼ ହ୍ୟାଙ୍ଗରରେ ଉଦଘାଟନୀ ଓ ଉଦ୍‌ଯାପନୀ ମଞ୍ଚ ରହିବ । ଏହାପାଖକୁ ଲାଗି ରହିଛି ପ୍ଲାନେରୀ ହ୍ୟାଙ୍ଗର, ଯେଉଁଠି ପ୍ରବାସୀ ଭାରତୀୟଙ୍କ ଲାଗି ବିଭିନ୍ନ ଅଧିବେଶନ ରହିବ । ଏହାପାଖକୁ ଲାଗି ରହିଛି ଥିମ୍ ପାଭିଲିୟନ । ଥିମ୍ ପାଭିଲିୟନରେ ମାଣ୍ଡଭି ଟୁ ମସ୍କଟ୍, ଦି ରାମାୟଣ, କଣ୍ଟ୍ରିବ୍ୟୁସନ ଅଫ୍ NRIS ଓ ଇନ୍‌କ୍ଲୁସିଭ୍ ଇଣ୍ଡିଆ ପାଭିଲିୟନ ସମେତ ସ୍ୱତନ୍ତ୍ର ଓଡ଼ିଶା ପାଭିଲିୟନ ରହିଛି ।

ଅଧିକ ପଢ଼ନ୍ତୁ: ବୋବେଇରୁ ହେଉଛି ଫ୍ୟାସନେବଲ୍ ଜିନିଷ

ଓଡ଼ିଶା ପାଭିଲିୟନରେ ରାଜ୍ୟର ସମୃଦ୍ଧ ଐତିହ୍ୟ, ସ୍ଥପତି ଠାରୁ ଆରମ୍ଭ କରି ଟସର, କୋଟପାଡ୍, ପଶାପଲି, ମାଣିଆବନ୍ଧ ହସ୍ତତନ୍ତଠୁ ଆରମ୍ଭ କରି ତାରକସୀ କାମ, ପଟ୍ଟଚିତ୍ର, ତାଳପତ୍ର ଖୋଦେଇ କାମ ଆଦିକୁ ପ୍ରଦର୍ଶିତ କରାଯିବ । ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପ୍ରବାସୀ ଭାରତୀୟ ଦିବସରେ ଯୋଗ ଦେବାକୁ ଏବେ ସୁଦ୍ଧା ଅଢ଼େଇ ହଜାରରରୁ ଅଧିକ ପଞ୍ଜୀକରଣ କଲେଣି ।

ଏହି ସମୟରେ ଭୁବନେଶ୍ୱରରେ ଏକାମ୍ର ଉତ୍ସବ, ପଥ ଉତ୍ସବ, ମୁକ୍ତେଶ୍ୱର ଫେଷ୍ଟିଭାଲ ସହ ପୁରୀରେ ସି ବିଚ୍ ଫେଷ୍ଟିଭାଲ ମଧ୍ୟ ଚାଲିବ । ପ୍ରବାସୀ ଭାରତୀୟଙ୍କୁ ରାଜ୍ୟର ୩୧ଟି ପର୍ଯ୍ୟଟନ ସ୍ଥଳୀକୁ ବୁଲାଇ ନେବାକୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀ କହିପାରୁଥିବା ଗାଇଡ୍ ନିୟୋଜିତ ହେବେ । ହୋମ୍ ଷ୍ଟେ ଜରିଆରେ ପ୍ରବାସୀ ଭାରତୀୟଙ୍କ ରହିବା ବ୍ୟବସ୍ଥା କରାଯାଇ ଓଡ଼ିଶାର ଖାଦ୍ୟ ପ୍ରଣାଳି, ଆତିଥେୟତାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ଲାଗି ଏକ ବଡ଼ ସୁଯୋଗ ଆସିଛି ।

ଏହି ଉତ୍ସବ ବେଳେ ସାରା ବିଶ୍ବର ଫୋକସ ଓଡ଼ିଶା ଉପରେ ରହିବ। ଏହି ମହାକୁମ୍ଭ କେବଳ ଆନ୍ତର୍ଜାତିକ ପର୍ଯ୍ୟଟକ ନୁହେଁ, ଘରୋଇ ପର୍ଯ୍ୟଟକଙ୍କୁ ମଧ୍ୟ ଓଡ଼ିଶାକୁ ଆକୃଷ୍ଟ କରିବାରେ ବେଶ୍ ସହାୟକ ହେବ । ଏବେ ସମସ୍ତଙ୍କ ଅପେକ୍ଷା ଜାନୁଆରୀ ୮କୁ । ଯେତେବେଳେ ଏହି ବହୁ ପ୍ରତୀକ୍ଷିତ ସମ୍ମିଳନୀ ଶୁଭାରମ୍ଭ ହେବ ।

ଅଧିକ ପଢ଼ନ୍ତୁ: ସୁଭଦ୍ରାକୁ ନେଇ ବଡ଼ ଅପଡେଟ୍, ଜାନୁଆରୀ ୧୫ ପରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା

OTV is now on Whatsapp

Join and get latest news update delivered to you via whatsapp

Join Now