• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ବରଗଡ଼ ରୋଡ ଓ ନୂଆପଡ଼ା ରୋଡ୍ ନୂଆ ରେଳ ଲାଇନକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ । ୧୩୮ କିଲୋମିଟରର ନୂଆ ରେଳ ଲାଇନ ନିର୍ମାଣ ପାଇଁ ଖର୍ଚ୍ଚ ହେବ ୨ ହଜାର ୯୨୬ କୋଟି ଟଙ୍କା । ଏହି ଲାଇନ ହେବା ପରେ ବରଗଡ଼ରୁ ରାୟପୁରକୁ ଯୋଗାଯୋଗ ସହଜ ହେବ ।

ଅଧିକ ପଢ଼ନ୍ତୁ: ବନ୍ୟଜନ୍ତୁ ଶିକାର ରୋକିବାକୁ ନିୟୋଜିତ ହେବେ ୫ ବନଖଣ୍ଡରେ ୧୦ ସନ୍ଧାନୀ କୁକୁର

ସେହିପରି ସୁନ୍ଦରଗଡ଼ ସବଡେଗାରୁ ଛତିଶଡ଼ର ଭଲୁମୁଡ଼ାକୁ ନୂଆ ଡବଲ ଲାଇନକୁ ମଧ୍ୟ କେନ୍ଦ୍ର କ୍ୟାବିନେଟ ମଞ୍ଜୁରୀ ଦେଇଛି । ୩୭ କିଲୋମିଟର ଲାଇନ ପାଇଁ ଖର୍ଚ୍ଚ ହେବ ୧୩ ଶହ ୬୦ କୋଟି। ସେହିପରି ଜାମସେଦପୁର- ଆସାନସୋଲ ମଧ୍ୟରେ ତୃତୀୟ ଲାଇନକୁ ମଧ୍ୟ ମଞ୍ଜୁରି ମିଳିଛି ।

ସେହିପରି ଶିଳ୍ପ ଭିତ୍ତିଭୂମି କ୍ଷେତ୍ର ପାଇଁ କ୍ୟାବିନେଟ ବଡ଼ ନିଷ୍ପତ୍ତି ନେଇଛି । ଦେଶରେ ୧୨ଟି ନୂଆ ଇଣ୍ଡଷ୍ଟ୍ରିଆଲ ସ୍ମାର୍ଟ ସିଟି ଗଠନ ପାଇଁ ୨୮ହଜାର ୬୦୨ କୋଟିର ବ୍ୟବସ୍ଥା ହୋଇଛି । ଏହି ୧୨ ପ୍ରକଳ୍ପ ୧୦ ରାଜ୍ୟରେ କରାଯିବ।

OTV is now on Whatsapp

Join and get latest news update delivered to you via whatsapp

Join Now