Advertisment

Corruption: ଲୋଭ ଛାଡୁନି; ଭିଜିଲାନ୍ସ ଜାଲରେ ଫସିଲେ ମହିଳା କନିଷ୍ଠ ଯନ୍ତ୍ରୀ

ବରଗଡ଼ ଗାଇସିଲଟ୍ ବ୍ଲକର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ୮ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଛି ଭିଜିଲାନ୍ସ ଟିମ୍। ରାସ୍ତା କାମରେ ବିଲ୍ କରାଇବାକୁ ସେ ଏହି ଲାଞ୍ଚ ନେଉଥିଲେ।

ଅଦ୍ୟତନ ହୋଇଛି
Vigilance raid

Vigilance raid

Advertisment

ଯେତେ ଧରପଗଡ ହେଲେ ବି ସୁଧୁରୁ ନାହାନ୍ତି ସରକାରୀ କର୍ମଚାରୀ। ଗ୍ରାସ କରୁଛି ଲୋଭ। ଅତି ଲୋଭର ବଶବର୍ତ୍ତୀ ହୋଇ ଶେଷରେ କାର୍ଯ୍ୟାଳୟରୁ ଶେଷ ଠିକଣା ହେଉଛି ଜେଲ୍। ବାରମ୍ବାର ଲାଞ୍ଚ ନେଇ ଧରା ପଡୁଛନ୍ତି ଗୋଟିକ ପରେ ଗୋଟିଏ ସରକାରୀ କର୍ମଚାରୀ। ଦିନକ ପୂର୍ବରୁ ଜଣେ ଆଇଏଏସ ଅଧିକାରୀ ତଥା ଧର୍ମଗଡର ଉପଜିଲ୍ଲାପାଳ ଲାଞ୍ଚ ନେଇ ଧରା ପଡିଥିବା ବେଳେ ଗତକାଲି ସେ ଜେଲ ଯାଇଛନ୍ତି। କିଛି ଘଣ୍ଟା ପୂରିନି, ପୁଣି ଆଉ ଜଣେ ସରକାରୀ କର୍ମଚାରୀ ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି

Advertisment

ଅଧିକ ପଢନ୍ତୁ: ଲାଞ୍ଚ ନେବା ପଡିଲା ମହଙ୍ଗା, ଭିଜିଲାନ୍ସ ଜାଲରେ ଉପଜିଲ୍ଲାପାଳ

ଆଜି ବରଗଡ଼ରେ ଆଉ ଜଣେ ମହିଳା ଇଞ୍ଜିନିୟରଙ୍କୁ ଧରିଛି ଭିଜିଲାନ୍ସ। ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଗାଇସିଲେଟ ବ୍ଲକ ଅନ୍ତର୍ଗତ ଡ଼ାଙ୍ଗବାହାଲ ପଞ୍ଚାୟତର କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ଲାଞ୍ଚ ନେଉଥିବା ବେଳେ ରେଡ ହ୍ୟାଣ୍ଡ ଧରିଛି ଭିଜିଲାନ୍ସ ଟିମ୍। ଆଠ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ଡ଼ାଙ୍ଗବାହାଲ ଅଞ୍ଚଳରେ ପ୍ରଦୀପ ସାହୁ ନାମକ ଜଣେ ବ୍ୟକ୍ତି ରାସ୍ତା କାମ କରୁଥିବା ବେଳେ ତାଙ୍କ ଠାରୁ ବିଲ୍ କରିବା ପାଇଁ ଆଠ ହଜାର ଟଙ୍କା ଲାଞ୍ଚ ନେଉଥିଲେ କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ। ଏନେଇ ଭିଜିଲାନ୍ସ ପକ୍ଷରୁ ତନାଘନା ଜାରି ରହିଥିବା ବେଳେ ଆହୁରି ଅନେକ ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ତଦନ୍ତ ଜାରି ରହିଛି। ଏନେଇ ଗାଇସିଲେଟ ବ୍ଲକ କଳଙ୍ଗାପାଲି ସ୍ଥିତ ଭଡ଼ା ଘରେ ମଧ୍ୟ ରେଡ ଚାଲିଥିବା ଜଣାପଡ଼ିଛି। ଏହା ସହ ଗାଇସିଲେଟ ବ୍ଲକ ମନରେଗା କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ଠାରେ ମଧ୍ୟ ତଦନ୍ତ ସରିଛି। ମିଳିଥିବା ସୂଚନା ମୁତାବକ, କନିଷ୍ଠ ଯନ୍ତ୍ରୀ ସୁସ୍ମିତା ଓରାମ ମାତ୍ର ବର୍ଷେ ତଳେ ଚାକିରୀରେ ନିଯୁକ୍ତ ହୋଇଥିଲେ।

Advertisment

ଅଧିକ ପଢନ୍ତୁ: ଭିଜିଲାନ୍ସ ଜାଲରେ ନିର୍ବାହୀ ଯନ୍ତ୍ରୀ; ୪ ସ୍ଥାନରେ ଚଢ଼ାଉ

Vigilance Raid Junior Engineer
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ