Advertisment

ପାର୍ବଣ ପାଇଁ କଟକଣା; ଦଶହରାରେ ବାଜିବନି ଡିଜେ, ଜଳିବିନି ଲେଜର ଲାଇଟ୍

ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ସଜେଇ ହେଉଛି ସିଲଭର ସିଟି କଟକ। ତେବେ ପାର୍ବଣ ପାଇଁ କଟକରେ କଟକଣା ଲାଗିଛି। ପାର୍ବଣକୁ ସୁରକ୍ଷିତ କରିବାକୁ କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରୟ ସିନ୍ଦେ ।

author-image
Sonali Ojha
ଅଦ୍ୟତନ ହୋଇଛି
Cuttack Collector Issues Durga Puja 2024 Guidelines

Durgapuja

ଦିନ କେଇଟା ପରେ ଦୁର୍ଗାପୂଜା। ଏଥିପାଇଁ ସଜେଇ ହେଉଛି ସିଲଭର ସିଟି କଟକ। ତେବେ ପାର୍ବଣ ପାଇଁ କଟକରେ କଟକଣା ଲାଗିଛି। ପାର୍ବଣକୁ ସୁରକ୍ଷିତ କରିବାକୁ କଟକଣା ଜାରି କରିଛନ୍ତି ଜିଲ୍ଲାପାଳ ଦତ୍ତାତ୍ରୟ ସିନ୍ଦେ । ଚଳିତ ମାସ ୨୭ ତାରିଖରୁ ନଭେମ୍ବର ୨୬ ତାରିଖ ପର୍ୟ୍ୟନ୍ତ କଟକ ଜିଲ୍ଲାରେ ବିଭିନ୍ନ କଟକଣା ଲାଗୁ କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ୬ରେ ଲଘୁଚାପ, ୧୦ ଯାଏଁ ବର୍ଷା; ଫିକା ପଡ଼ିବ ପାର୍ବଣ !

ବିଭିନ୍ନ ପୂଜା ପାଳନ ସମୟରେ ପୂଜା ପେଣ୍ଡାଲ, ଭସାଣି ଶୋଭାଯାତ୍ରା ଆଦି ସମୟରେ ଡିଜେ ଏବଂ ୬୫ ଡେସିବଲରୁ ଅଧିକ ଶବ୍ଦ କରୁଥିବା ସାଉଣ୍ଡ ସିଷ୍ଟମକୁ ବାରଣ କରାଯାଇଛି । ଏଥିସହ ଫାୟାର ଗନ ଏବଂ ଅନ୍ୟ ନିଆଁ ବାହାରୁଥିବା ଉପକରଣ ଓ ଲେଜର ଲାଇଟ୍ କୌଣସି ପୂଜା ପେଣ୍ଡାଲ, ଭସାଣି ଶୋଭାଯାତ୍ରା ଏବଂ ବାଲିଯାତ୍ରା ଉତ୍ସବ ସମୟରେ ବ୍ୟବହାର କରାଯିବ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଅଧିକ ଶବ୍ଦ କରୁଥିବା ବାଣ, ପାର୍ବଣ ଓ ବାଲିଯାତ୍ରାରେ ଫୁଟାଇବାକୁ ବାରଣ କରାଯାଇଛି। କଟକର ସବୁ ଥାନା ଅଧିକାରୀଙ୍କୁ ନିୟମ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସମ୍ପୃକ୍ତ ଥାନାର ଆଇଆଇସିମାନେ ଏହି ନିୟମକୁ କଡାକଡି ଲାଗୁ କରିବାକୁ କୁହାଯାଇଛି । ଏହାର ଉଲଂଘନ କଲେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆଇନ୍ ଅନୁଯାୟୀ ଦଣ୍ଡବିଧାନ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

Advertisment
Durga Puja
Advertisment
Advertisment