Advertisment

Delhi Station Tragedy: ଦିଲ୍ଲୀ ଅଘଟଣରେ ଦୁଃଖ ପ୍ରକାଶ କଲେ ବୈଜୟନ୍ତ ପଣ୍ଡା

ଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଅଘଟଣରେ ଗଭୀର ଶୋକପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ମୃତକଙ୍କ ପରିବାର ପ୍ରତି ଜଣାଇଲେ ସମବେଦନା ।

ଅଦ୍ୟତନ ହୋଇଛି
New Delhi stampede tragedy

New Delhi stampede tragedy

Advertisment

ନୂଆଦିଲ୍ଲୀ ରେଳ ଷ୍ଟେସନ ଦଳାଚକଟା ଘଟଣାରେ ଗଭୀର ଦୁଃଖ ପ୍ରକାଶ କଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ସାଂସଦ ବୈଜୟନ୍ତ ପଣ୍ଡା । ଟ୍ବିଟ୍ କରି ଏହି ଅଘଟଣକୁ ହୃଦୟ ବିଦାରକ କହିବା ସହ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ଓ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି । 

Advertisment

ବୈଜୟନ୍ତ ପଣ୍ଡା କହିଛନ୍ତି, ନୂଆଦିଲ୍ଲୀ ଷ୍ଟେସନ ଅଘଟଣରେ ପ୍ରାଣହାନି ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ । ଏହି ଅଘଟଣରେ ନିଜର ପ୍ରିୟଜନଙ୍କୁ ହରାଇଥିବା ପରିବାର ପ୍ରତି ମୋର ସମବେଦନା । ଇଶ୍ୱର ଦିବଙ୍ଗତ ଆତ୍ମାମାନଙ୍କୁ ଶାନ୍ତି ଓ ଶୋକସନ୍ତପ୍ତ ପରିବାରକୁ ଏହି କଠିନ ସମୟରେ ଶକ୍ତି ପ୍ରଦାନ କରନ୍ତୁ । ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି ।

Advertisment

ଅଧିକ ପଢ଼ନ୍ତୁ: ହଠାତ୍ କୁଆଡୁ ମାଡିଆସିଲା ଏତେ ଭିଡ଼ ? ପ୍ରତ୍ୟକ୍ଷଦର୍ଶୀ ବଖାଣିଲେ ପୂରା ଘଟଣା

ଗତକାଲି ରାତିରେ ନୂଆଦିଲ୍ଲୀ ଷ୍ଟେସନରେ ଏହି ଦଳାଚକଟା ହୋଇଥିଲା । ଏଥିରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ଆହତଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା କରାଯାଉଛି। ମହାକୁମ୍ଭ ଯିବା ପାଇଁ ନୂଆଦିଲ୍ଲୀ ଷ୍ଟେସନରେ ପ୍ରବଳ ଭିଡ଼ ହୋଇଥିଲା । ଷ୍ଟେସନର ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ଭିଡ଼ ଯୋଗୁ ଏହି ଅଘଟଣ ଘଟିଥିଲା ।

Advertisment

ଏହି ଅଘଟଣରେ ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ରାଶି ଘୋଷଣା କରିଛି ରେଳ ବିଭାଗ । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହାୟତା ଘୋଷଣା କରାଯାଇଥିବା ବେଳେ ଗୁରୁତରଙ୍କ ପାଇଁ ୨.୫୦ ଲକ୍ଷ ଟଙ୍କା ଘୋଷଣା କରାଯାଛି। ସେହିପରି ଆହତମାନଙ୍କ ପାଇଁ ୧ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କରାଯାଇଛି।

ଅନ୍ୟପଟେ ଏହି ଦଳାଚକଟା ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛି ରେଲୱେ। ରାତି ୧୦ଟା ବେଳେ ଯାତ୍ରୀମାନେ ଟ୍ରେନରେ ପ୍ରୟାଗରାଜ ଯିବା ପାଇଁ ଠେଲାପେଲା ହେବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିଲା। ଘଟଣା ବେଳେ ପ୍ଲାଟଫର୍ମରେ ଅସମ୍ଭାଳ ଭିଡ଼ ଥିଲା। ୧୨, ୧୩ ଓ ୧୪ ନମ୍ବର ପ୍ଲାଟଫର୍ମରେ ପ୍ରବଳ ଯାତ୍ରୀ ପ୍ରୟାଗରାଜ ଯିବା ପାଇଁ ଏକାଠି ହୋଇଥିଲେ। ତେବେ ପ୍ରୟାଗରାଜ ଏକ୍ସପ୍ରେସ ୧୪ ନମ୍ବର ପ୍ଲାଟଫର୍ମରେ ଥିଲା ।

ଅଧିକ ପଢ଼ନ୍ତୁ: ନୂଆଦିଲ୍ଲୀ ଷ୍ଟେସନରେ ଦଳାଚକଟା ଘଟଣା; ମୃତ୍ୟୁ ସଂଖ୍ୟା ୧୮କୁ ବୃଦ୍ଧି।

 

Baijayant Panda BJP Vice President Baijayant Panda New Delhi Railway Station Stampede
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ