ଭୁବନେଶ୍ୱର ଇନଫୋସିଟି ଛକରେ ଅନଲାଇନ ଅଟୋ ଚାଳକ ସଂଘର ଧର୍ମଘଟ ସହ ବିଶାଳ ପିକେଟିଂ । ଓଲା, ଉବର ଓ ରାପିଡୋ ଭଳି ଅନଲାଇନ ପ୍ଲାଟଫର୍ମ ଜରିଆରେ ଯାତ୍ରୀ ନେଇ ଯାଉଥିବା ଦୁଇ ଚକିଆ ଗାଡ଼ି ଚାଳକଙ୍କୁ ଜୋର୍ ଜବରଦସ୍ତ ଅଟକାଉଛନ୍ତି । ଯାତ୍ରୀଙ୍କୁ ଗାଡ଼ିରୁ ଓହ୍ଲାଇ ଦେଉଛନ୍ତି । ଏମିତିକି ପୋଲିସ ଉପସ୍ଥିତିରେ ବି ଗାଡ଼ିରୁ ଚାବି ଛଡ଼ାଇ ରଖୁଛନ୍ତି ।
ଶହ ଶହ ଅନଲାଇନ ବାଇକକୁ ଅଟକାଇଛନ୍ତି । ଫଳରେ ଦେଖାଦେଉଛି ଅପ୍ରୀତିକର ପରିସ୍ଥିତି । କେବଳ ଇନଫୋସିଟି ଛକ ନୁହେଁ, ଭୁବନେଶ୍ୱର ଓ କଟକରେ ପ୍ରାୟ ଛକରେ ଦେଖିବାକୁ ମିଳୁଛି ଏମିତି ସ୍ଥିତି । ଅନଲାଇନ ଅଟୋ ଚାଳକଙ୍କ ଅଭିଯୋଗ, ବେଆଇନ ଭାବେ ଓଲା, ଉବର ଓ ରାପିଡୋ ଭଳି ସଂସ୍ଥା ରାଜ୍ୟ ସରକାରଙ୍କ ଏଗ୍ରିଗେଟର ଆଇନକୁ ମାନୁନାହାନ୍ତି ।
Also Read
ଅଧିକ ପଢନ୍ତୁ: ଦିନକୁ ଦିନ ଦୁର୍ବଳ ହେଉଛି ଜିନତ୍, ୪ ଦିନ ହେଲା କିଛି ଖାଉନାହିଁ
ନିୟମ ଉଲ୍ଲଂଘନ କରି ପ୍ରାଇଭେଟ୍ ବାଇକ୍କୁ ପଞ୍ଜିକରଣ କରି ଯାତ୍ରୀ ପରିବହନ କରୁଛନ୍ତି । ଏହାଦ୍ୱାରା ଆମ ବ୍ୟବସାୟ ପ୍ରଭାବିତ ହେଉଛି । ଏ ସମ୍ପର୍କରେ ଅନଲାଇନ ଏଗ୍ରିଗେଟର କର୍ତ୍ତୃପକ୍ଷଙ୍କ ସମେତ ସରକାରଙ୍କୁ ଅବଗତ କରାଇଥିଲେ ବି କୌଣସି ସୁଫଳ ମିଳିନାହିଁ । ତେଣୁ ଏହାକୁ ବିରୋଧ କରି ଧର୍ମଘଟ ସହ ପିକେଟିଂ କରାଯାଉଛି ।
ଅନ୍ୟପଟେ ଅନଲାଇନ୍ ବାଇକ ଚାଳକଙ୍କ ଅଭିଯୋଗ, ଅନଲାଇନ୍ ଏଗ୍ରିଗେଟର ସେମାନଙ୍କୁ ଗାଡ଼ି ଚଳାଇବାକୁ ଅନୁମତି ଦେଇଛନ୍ତି । ତେଣୁ ସେମାନେ ଯାତ୍ରୀ ପରିବହନ କରୁଛନ୍ତି ।