/odishatv-khabar/media/post_attachments/uploadimage/library/16_9/16_9_0/IMAGE_1727439944.jpg)
Arun Sarangi
ବରିଷ୍ଠ IPS ଅଧିକାରୀ ଅରୁଣ ଷଡ଼ଙ୍ଗୀ ହେଲେ ଓଡ଼ିଶା ଲୋକ ସେବା ଆୟୋଗ-OPSCର ଚେୟାରମ୍ୟାନ୍ । ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ୍ ଅଫିସର ଅରୁଣ ଷଡଙ୍ଗୀଙ୍କୁ ୬ ବର୍ଷ ପାଇଁ ନିଯୁକ୍ତ କରିଛନ୍ତି ରାଜ୍ୟ ସରକାର । ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି।
Advertisment
ଓପିଏସସି ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବା ଦିନଠାରୁ ୬ ବର୍ଷ କିମ୍ବା ୬୨ ବର୍ଷ ବୟସ ହେବା ପର୍ଯ୍ୟନ୍ତ ଯେଉଁଟା ଆଗ ଆସିବ ସେ ପର୍ଯ୍ୟନ୍ତ ଅରୁଣଙ୍କ କାର୍ଯ୍ୟକାଳ ରହିବ । ଅରୁଣ ଷଡଙ୍ଗୀ ଏବେ ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି । ପୂର୍ବରୁ ସେ ଇନଚାର୍ଜ ପୋଲିସ ଡିଜି ଭାବେ କାମ କରିଥିଲେ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)