Advertisment

ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟା, ଜଳବନ୍ଦୀରେ ଦହଗଞ୍ଜ ଲୋକେ !

ଦୀର୍ଘ ଦିନର ଦାବି ପରେ ବି ଦୂର ହେଉନି ସମାସ୍ୟା । ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରିବାକୁ ଅପିଲ୍ ।

author-image
Satyendu Shekher Mishra
Kujang Flood

Kujang Flood

ବର୍ଷା ଯାଇ ଶୀତ ଆସିଲାଣି, କିନ୍ତୁ ଶିଳ୍ପ ସମୃଦ୍ଧ ପାରାଦୀପର ବହୁ ଅଞ୍ଚଳବାସୀ ଏଯାଏଁ ଜଳବନ୍ଦୀ ସମସ୍ୟାରୁ ମୁକୁଳି ପାରୁ ନାହାନ୍ତି। କୁଜଙ୍ଗ ବ୍ଲକର ପ୍ରାୟ ୮ରୁ ଅଧିକ ପଞ୍ଚାୟତରେ ବର୍ଷା ଜଳ ନିଷ୍କାସନର ସୁବିଧା ନଥିବାରୁ ସାମାନ୍ୟ ବର୍ଷା ହେଲେ କୃତ୍ରିମ ବନ୍ୟା କବଳକୁ ଚାଲି ଆସୁଛନ୍ତି ହଜାର ହଜାର ଲୋକେ। ସ୍ଥାନୀୟ ଲୋକଙ୍କ ଦୀର୍ଘ ଦିନର ଦାବି ପରେ ବି ସମାସ୍ୟା ଦୂର ହେଉନି।

Advertisment

ବର୍ଷା ହେଉ ଗ୍ରୀଷ୍ଣ, ଶୀତ ହେଉ କି ବସନ୍ତ। ସାମାନ୍ୟ ବର୍ଷା ହେବା ମାତ୍ରେ ଘର ଭିତରେ ପାଣି, ଆଉ ଘର ବାହାରେ ବି ପାଣି। ବର୍ଷା ଆସିବା ମାତ୍ରେ ନିଜକୁ ସବୁବେଳେ ଜଳବନ୍ଦୀ ଅବସ୍ଥା ଭିତରେ ଆବିଷ୍କାର କରୁଥିବା ଅଞ୍ଚଳ ହେଉଛି ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ । ଏ ବ୍ଲକର ପାରାଦୀପଗଡ, କୋଠି, ବଗଦିଆ, ଭୂତମୁଣ୍ଡାଇ, ବିଶ୍ୱାଳି, ମଙ୍ଗରାଜପୁର ଓ ଝିମାଣି ଆଦି ୮ ପଞ୍ଚାୟତବାସୀଙ୍କ ସବୁଠୁ ବଡ଼ ଦୁଃଖ ହେଉଛି, ଜଳବନ୍ଦୀ ସମସ୍ୟା। ବର୍ଷା ଟିକେ ହେଲେ ଜଳ ନିଷ୍କାସନ ହୋଇ ନପାରି ଗାଁ ଦାଣ୍ଡରେ ଜମି ରହୁଛି। ଆଉ ଅଧିକ ବର୍ଷା ହେଲେ ଘର ଭିତରେ ପାଣି ପଶୁଥିବାରୁ ଏହାକୁ ନେଇ ସବୁବେଳେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଅସନ୍ତୋଷ ।

ଦୀର୍ଘ ବର୍ଷର ଏ ଜଳବନ୍ଦୀ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସରପଞ୍ଚଙ୍କଠାରୁ ଆରମ୍ଭ କରି ବ୍ଲକ୍ ଓ ଜିଲ୍ଲା ପ୍ରାଶାସନ ଯାଏଁ, ସମସ୍ତଙ୍କୁ ଅଭିଯୋଗ କରୁଛନ୍ତି ସ୍ଥାନୀୟ ବାସିନ୍ଦା। କିନ୍ତୁ ଆଜି ପର୍ଯ୍ୟନ୍ତ ତାର ସମାଧାନ ହୋଇପାରନି। ସେପଟେ ଆଗରୁ ଅଞ୍ଚଳରୁ ସହଜରେ ବର୍ଷା ପାଣି ନିଷ୍କାସନର ପଥ ଅବୋରଧ ହୋଇଥିବାରୁ ଏ ସମସ୍ୟା ଉପୁଜିଥିବା କହିଛନ୍ତି ବୁଦ୍ଧିଜୀବୀ। ଅନ୍ୟପଟେ ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ଖୁବଶୀଘ୍ର ଏହାର ସ୍ଥାୟୀ ସମାଧାନ ନିମନ୍ତେ ପଦକ୍ଷେପ ଗ୍ରହଣ କରାଯାଇଥିବା କହିଛନ୍ତି ପାରାଦୀପ ବିଧାୟକ ତଥା ଶିଳ୍ପମନ୍ତ୍ରୀ ସମ୍ପଦ ସ୍ୱାଇଁ।

Advertisment
Kujanga Water Logging
Advertisment
Advertisment