• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣା । ପୀଡ଼ିତା ମୁହଁ ଖୋଲିବା ପରେ ଏବେ ଡିସିପିଙ୍କ ଉକ୍ତିକୁ ନେଇ ଉଠିଲା ପ୍ରଶ୍ନ । ପୀଡ଼ିତାଙ୍କ କଥା ଠିକ୍‌ ନା ଡିସିପିଙ୍କ କଥା ଠିକ୍‌ ତାକୁ ନେଇ ଉଠିଲା ପ୍ରଶ୍ନ । କାଲି ପୀଡ଼ିତା କହିଥିଲେ ଯେ ତାଙ୍କୁ ଥାନାରେ ଏକାଧିକ ପୋଲିସ ପିଟିଥିଲେ । ଘୋଷାଡ଼ି ମାଡ଼ ମାରିବା ସହ ତାଙ୍କୁ ଯୌନ ନିର୍ଯାତନା ବି ଦେଇଥିଲେ । ଥାନା ଆଇଆଇସି ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ କରିଥିଲେ ପୀଡ଼ିତା ।

ତେବେ ପୀଡ଼ିତାଙ୍କ ମନ୍ତବ୍ୟ ପରେ ଏବେ ଡିସିପିଙ୍କ କଥାର ସତ୍ୟତାକୁ ନେଇ ପ୍ରଶ୍ନ ଉଠିଛି । ANIକୁ ମନ୍ତବ୍ୟ ଦେଇ ଡିସିପି ମେଜର ଓ ବାନ୍ଧବୀଙ୍କୁ ଦୋଷାରୋପ କରିଥିଲେ । ଥାନାରେ ପହଞ୍ଚି ଉଭୟ ହଙ୍ଗାମା କରିଥିବା, ଦୁର୍ବ୍ୟବହାର କରିଥିବା କହିଥିଲେ ଭୁବନେଶ୍ୱର ଡିସିପି । ମହିଳା ପୋଲିସ ଅଧିକାରୀଙ୍କୁ ଦୁର୍ବ୍ୟବହାର ସହ ଗାଳି ମଧ୍ୟ କରିଥିଲେ। ଦେଖିଲେ ଲାଗୁଥିଲା ଯୁବତୀ ଜଣକ ନିଶାଗ୍ରସ୍ତ ଅଛନ୍ତି ବୋଲି ଡିସିପି କହିଥିଲେ ।

ସେ ଆହୁରି କହିଥିଲେ ଯେ, ଯୁବତୀ ଜଣକ ଜଣେ ମହିଳା ଅଫିସରଙ୍କୁ ଚାପୁଡ଼ା ମାରିବା ସହ ଅନ୍ୟ ଜଣକୁ କାମୁଡ଼ିଥିଲେ। ଆଇଆଇସି ଆସିଲା ପରେ ତାଙ୍କୁ ବି ସେ ଦୁର୍ବ୍ୟବହାର କରିଥିଲେ । ଡ୍ୟୁଟିରେ ଥିବା ବେଳେ ଦୁର୍ବ୍ୟବହାର ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା । ତେବେ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଉଥିବାବେଳେ ସ୍ଥାନୀୟ ମିଡିଆରେ କାହିଁକି ଡିସିପି ମୁହଁ ଖୋଲୁନାହାନ୍ତି ତାକୁ ନେଇ ଉଠିଛି ପ୍ରଶ୍ନ ।

OTV is now on Whatsapp

Join and get latest news update delivered to you via whatsapp

Join Now