Advertisment

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ହେଲେ ଅରିନ୍ଦମ ଡାକୁଆ

ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିଯୁକ୍ତି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Arindam Dakua Appointed As Private Secretary Of Odisha CM

Arindam Dakua

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି । କଟକ ଜିଲ୍ଲାପାଳ ଅରିନ୍ଦମ ଡାକୁଆ ହେଲେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ । ଅନୁପମ ଶାହା ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିଯୁକ୍ତ । ଜଗତସିଂହପୁର ଜିଲ୍ଲାପାଳ ଅନୁପମ ଶାହାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ନିଯୁକ୍ତି ।

Advertisment

ଗତ ଏପ୍ରିଲରେ କଟକ ଜିଲ୍ଲାପାଳ ଭାବେ ଆଇଏଏସ ଅରିନ୍ଦମ ଡାକୁଆଙ୍କୁ ନିଯୁକ୍ତି ଦିଆଯାଇଥିଲା । ସେହିପରି ଜଗତସିଂହପୁର ଜିଲ୍ଲାପାଳ ଭାବେ ଅନୁପମ ଶାହାଙ୍କୁ ଦାୟିତ୍ୱ ମିଳିଥିଲା । ପୂର୍ବରୁ କଟକ ଓ ଜଗତସିଂହପୁର ଜିଲ୍ଲାପାଳଙ୍କୁ ବଦଳି କରିବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଥିଲେ । ଫଳରେ ଦୁଇ ଜିଲ୍ଲାରେ ଦୁଇ ଜିଲ୍ଲାପାଳଙ୍କୁ ନିଯୁକ୍ତି ଦିଆଯାଇଥିଲା ।

ପଢନ୍ତୁ ଏହି ଖବର: ବିଜେପି ସରକାରକୁ ଜଗିବେ ନବୀନଙ୍କ ୫୦ ବିଧାୟକ

ଅନ୍ୟପଟେ ଆଜି ଭାଙ୍ଗିଲା ରାଜ୍ୟ ଯୋଜନା ବୋର୍ଡ। ରାଜ୍ୟ ଯୋଜନା ବୋର୍ଡ ଭଙ୍ଗ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ ମିଳିଛି। ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି। ଯେଉଁଥିରେ ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗିବା ପାଇଁ ଆସିଥିବା ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଥିବା ଉଲ୍ଲେଖ ରହିଛି। ଯୋଜନା ବୋର୍ଡ ଭାଙ୍ଗିବା ପରେ ଏବେ କିଏ ବୋର୍ଡର ନୂଆ ଅଧ୍ୟକ୍ଷ ହେବେ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ରାଜ୍ୟ ଯୋଜନା ବୋର୍ଡରେ ଜଣେ ଅଧ୍ୟକ୍ଷ, ଜଣେ ଉପାଧ୍ୟକ୍ଷ ଏବଂ 14 ଜଣ ସଦସ୍ୟ ରହିବାର ନିୟମ ରହିଛି।

Advertisment
IAS
Advertisment
Advertisment