Advertisment

ମାପ-ଓଜନରେ ସାଂଘାତିକ ଠକେଇ ! ପେଟ୍ରୋଲ ଟାଙ୍କିରେ ବି ଠକେଇ...

କମ୍ ମାପର ତେଲ ଦେଇ ଠକିଛନ୍ତି ୩୭୦ ପେଟ୍ରୋଲ ପମ୍ପ । ଗୃହରେ ଖାଦ୍ୟ ଯୋଗାଣ ମନ୍ତ୍ରୀଙ୍କ ସୂଚନା ପରେ ଚିନ୍ତାରେ ଗ୍ରାହକ ।

author-image
Satyendu Shekher Mishra
undefined

Fraud

ଆମେ କିଣୁଥିବା ସାମଗ୍ରୀର ପରିମାଣ ମୂଲ୍ୟ ଅନୁସାରେ ଠିକ୍ ରହୁଛି ତ ? ଆମ ଅଜାଣତରେ ଆଖିକୁ ଧୂଳି ଦେଇ.. ମାପ ଓ ଓଜନରେ ଠକୁ ନାହାନ୍ତି ତ ଅସାଧୁ ବ୍ୟବସାୟୀ ? କାରଣ ସାଧାରଣ ଗ୍ରାହକଙ୍କୁ ମାପ ଓ ଓଜନରେ ଲୁଟ୍ କରି ମୁନାଫା କମାଇବା ଭଳି ବ୍ୟବସାୟୀଙ୍କ ସଂଖ୍ୟା କିଛି କମ୍ ନୁହେଁ। ୨୦୨୩-୨୪ ଆର୍ଥିକ ବର୍ଷରେ ଗ୍ରାହକଙ୍କୁ ଏପରି ଦିନ ଦି ପହରେ ଚୂନ ଲଗାଇ ଖାଦ୍ୟ ଯୋଗାଣ ବିଭାଗ ସ୍କାନରକୁ ଆସିଛନ୍ତି ରାଜ୍ୟର ୨ ହଜାର ୮୪୬ ବ୍ୟବସାୟୀ। ତା’ ଭିତରେ ଗ୍ରାହକଙ୍କୁ କମ୍ ମାପର ତେଲ ବିକୁଥିବା ପେଟ୍ରୋଲ ପମ୍ପ୍ ସଂଖ୍ୟା ୩୭୦ ।

Advertisment

ଆଜି ବିଧାନସଭାରେ ଏ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ଏଭଳି ଚାଞ୍ଚଲ୍ୟକର ତଥ୍ୟ  ରଖିଛନ୍ତି ଖୋଦ୍ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତଥ୍ୟ ଅନୁସାରେ ରାଜ୍ୟର ୨ ହଜାର ୧୮୧ ବ୍ୟବସାୟୀ କମ୍ପ୍ୟୁଟର ଓଜନରେ ବି ଗ୍ରାହକଙ୍କ ଆଖିରେ ଧୂଳି ଦେବାକୁ ପଛାଇ ନାହାନ୍ତି। ସେହିଭଳି ପାରମ୍ପରିକ ଦଣ୍ଡି-ବଟକରା ଜରିଆରେ ବ୍ୟବସାୟ କରୁଥିବା ୧୦୧ ଓ ପଳା  ମାଧ୍ୟମରେ ୯୫ ଜଣ ବ୍ୟବସାୟୀ ଅସାଧୁ ଉପାୟ ଅବଲମ୍ବନ କରିବା ବେଳେ ଧରାପଡ଼ିଛନ୍ତି।

ଏପଟେ ଗୃହରେ ମନ୍ତ୍ରୀଙ୍କ ଏଭଳି ତଥ୍ୟ ପରେ ଗ୍ରାହକଙ୍କ ମଧ୍ୟରେ ଭାଳେଣି। କାରଣ ବର୍ଷ ବର୍ଷ ଧରି ମାପ ଓ ଓଜନରେ ଠକି ଆସୁଥିବା ଏଭଳି ଅସାଧୁ ବ୍ୟବସାୟୀଙ୍କ ଶିକାର କିଏ ନା କିଏ ନିଶ୍ଚୟ ହୋଇଥିବେ। ସେପଟେ ଖାଉଟିଙ୍କ କହିବା କଥା, ପେଟ୍ରୋଲ ପମ୍ପ୍ ହେଉ କି ତେଜରାତି କିମ୍ବା ଅନ୍ୟ କୌଣସି ଦୋକାନ। ଏଠି ଯଦି କମ୍ପ୍ୟୁଟର ଦଣ୍ଡିରେ ବି ଠକେଇ ହେଉଛି, ତାହେଲେ ଜନସାଧାରଣ ଜାଣିବେ କେମିତି? ତେଣୁ ଏ ଦିଗରେ ସରକାରୀ ସ୍ତରରେ ଧରପଗଡ଼ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଲେ ହିଁ, ମୁନାଫାଖୋର ବ୍ୟବସାୟୀଙ୍କୁ ଲୁଟ୍ ତରାଜ ଉପରେ ପ୍ରତିବନ୍ଧକ ଟାଣିହେବ।

Advertisment

ଅନ୍ୟପଟେ ପେଟ୍ରେଲ ପମ୍ପରେ ଠକେଇ କଥାକୁ ମୋଟାମୋଟି ଅସ୍ୱୀକାର କରିଛନ୍ତି ଉତ୍କଳ ପେଟ୍ରୋଲ ଓ ଡିଜେଲ ବ୍ୟବସାୟୀ ସଂଘର ସାଧାରଣ ସମ୍ପାଦକ। କେବଳ ଯାନ୍ତ୍ରିକ ତ୍ରୁଟି ବେଳେ ହିଁ ପେଟ୍ରୋଲ ପମ୍ପରେ ମାପ ଓ ଓଜନରେ ଏପଟ ସେପଟ ହୋଇପାରେ ବୋଲି ସେ କହିଛନ୍ତି। ତେବେ ଯଦି ଗୋଟିଏ ବର୍ଷର ସରକାରୀ ଧରପଗଡ଼ ବେଳେ ଏତେ ସଂଖ୍ୟାରେ ଅସାଧୁ ବ୍ୟବସାୟୀଙ୍କ ତାଲିକା ଆସିଛି, ତାହେଲେ ବାସ୍ତବରେ ରାଜ୍ୟରେ ଏଭଳି ବ୍ୟବସାୟୀଙ୍କ ସଂଖ୍ୟା କେତେ, ତାକୁ ନେଇ ଉଠିଛି ପ୍ରଶ୍ନ।

Odisha Assembly
Advertisment
Advertisment